News18 Odia Digital
ଭୁବନେଶ୍ୱର: ଧଳା ଜହର କାରକାରରେ କଲେଜ ଛାତ୍ରଙ୍କୁ ମୋହରା କରୁଛନ୍ତି ଡ୍ରଗ୍ସ ମାଫିଆମାନେ l ସୋମବାର ବାଲେଶ୍ଵର ବସ ଷ୍ଟାଣ୍ଡରୁ ଏମବିଏ ଛାତ୍ର ଶେଖ ରିଆଜୁଉଦ୍ଦିନ (୨୩) ଗିରଫ ହେବା ପରେ ଡ୍ରଗ୍ସ ମାଫିଆ-ଛାତ୍ର ଲିଙ୍କର ନୂଆ ଟ୍ରେଣ୍ଡ ସାମନାକୁ ଆସିଛି l ଲକଡାଉନ ବେଳେ ଡ୍ରଗ୍ସ କାରବାରରେ ନୂଆ ନୂଆ ଚେହେରାଙ୍କୁ ଏଣ୍ଟ୍ରି କରାଇ ତଦନ୍ତକାରୀ ଏଜେନ୍ସିକୁ ଭୁଆଁ ବୁଲାଇବାକୁ ମାଫିଆମାନେ ନୂଆ ପ୍ଲାନ କରୁଥିବା ଜଣାପଡ଼ିଛି l ଶେଖ ରିଆଜୁଦ୍ଦିନ ଠାରୁ ଜବତ ହୋଇଛି କୋଟିଏ ଟଙ୍କାର ବ୍ରାଉନ ସୁଗାର l
ଗିରଫ ଶେଖ ରିଆଜୁଦ୍ଦିନର ଘର ବାଲେଶ୍ଵର ଜିଲ୍ଲା ସୁନହଟର ବାଙ୍କ ଖଜୁରୀରେ l ସେ ଭୁବନେଶ୍ଵରର ଘରୋଇ ମ୍ୟାନେଜମେଣ୍ଟ କଲେଜ ସୃଷ୍ଟିରେ ଏମବିଏ ଶେଷ ବର୍ଷର ଛାତ୍ର l ମାର୍ଚ୍ଚ ମାସରେ ଲକଡାଉନ ଆରମ୍ଭ ହେବା ପରେ ବନ୍ଦ ହୋଇଯାଇଥିଲା କଲେଜ କ୍ୟାମ୍ପସ l ରିଆଜ ଚାଲିଯାଇଥିଲା ବାଲେଶ୍ଵର l ସେଠାରେ ସେ ଡ୍ରଗ୍ସ ମାଫିଆଙ୍କ ଲିଙ୍କରେ ଆସିଥିଲା l
ରିଆଜର ଘରେ ସର୍ଚ୍ଚ କରିଥିଲା STF l ତା’ ଘରୁ ଜବତ ହେଇଥିଲା ୧ କେଜି ୩୨୦ ଗ୍ରାମର ବ୍ରାଉନ ସୁଗାର l ତା’ର ବଜାର ଦାମ୍ ପାଖାପାଖି ଏକ କୋଟି ଟଙ୍କା ବୋଲି କହିଛନ୍ତି ଅଧିକାରୀମାନେ ।

ଗିରଫ ହେବା ପରେ ଛାତ୍ର ଶେଖ ରିଆଜୁଉଦ୍ଦିନ
‘‘ଅଧିକ ତଦନ୍ତ ପାଇଁ ରିଆଜକୁ ରିମାଣ୍ଡରେ ନିଆଯିବ l ବ୍ରାଉନ ସୁଗାର କାରବାରରେ ରିଆଜ ଲିଙ୍କରେ କେଉଁମାନେ ଅଛନ୍ତି, ଏତେ ପରିମାଣର ବ୍ରାଉନ ସୁଗାର କେଉଁଠୁ ଆଣିଥିଲା ସେ ଓ କେଉଁ ଜାଗାକୁ ସପ୍ଲାଇ କରିଥାନ୍ତା ତା’ର ଖୋଳତାଡ଼ ହେବ,’’ କହିଛନ୍ତି ଡିଆଇଜି ଜୟ ନାରାୟଣ ପଙ୍କଜ ।
ଲକଡାଉନ ବେଳେ ବ୍ରାଉନ ସୁଗାର କାରବାର ଉପରେ ନଜର ରଖିଥିଲା STF l ବାରମ୍ଵାର ରେଡ ଯୋଗୁଁ ଏଜେଣ୍ଟ ଓ ଡିଲରମାନେ ଗିରଫ ହୋଇ ଜେଲ ଯାଉଛନ୍ତି l ତେଣୁ STF କୁ ଚକମା ଦେବାକୁ ନୂଆ ମୁହଁକୁ ମୋହରା କରୁଛନ୍ତି ମାଫିଆମାନେ l

ଏସ୍.ଟି.ଏଫ୍. ଡିଆଇଜି ଜୟ ନାରାୟଣ ପଙ୍କଜ
ବାଲେଶ୍ଵରରେ ଥିବା ବେଳେ ଜଣେ ଡ୍ରଗ୍ସ ଏଜେଣ୍ଟ ସହ ରିଆଜର ଦେଖା ହୋଇଥିଲା l କଲେଜ ବନ୍ଦ ଥିବାରୁ ରିଆଜ କୌଣସି କାମ ନ କରି ଖାଲି ବସିଥିଲା l ସେହି ଏଜେଣ୍ଟ ମାଧ୍ୟମରେ କିଛି ଦିନ ହେଲା ଆରମ୍ଭ କରିଥିଲା ଡ୍ରଗ୍ସ କାରବାର l
ଏହା ବି ପଢ଼ନ୍ତୁ | ଡ୍ରିମ୍-୧୧ IPLର ନୂତନ ଟାଇଟଲ୍ ସ୍ପୋନସର୍ ହେଲା; ୨୨୨ କୋଟି ଟଙ୍କାରେ କିଣିଲା ଏହି ଅଧିକାରଏହା ବି ପଢ଼ନ୍ତୁ | ମଧ୍ୟ ପ୍ରଦେଶରେ କେବଳ ମଧ୍ୟ ପ୍ରଦେଶବାସୀଙ୍କୁ ସରକାରୀ ଚାକିରି ମିଳିବ, କହିଲେ CM ଶିବରାଜ ସିଂ ଚୌହାନତିନି ଦିନ ତଳେ ଚାକିରିରୁ ନିଲମ୍ବିତ ହୋଇଥିବା ଜଳେଶ୍ବର ଥାନାର ଇନ୍ସପେକ୍ଟର ଧନେଶ୍ଵର ସାହୁଙ୍କ ସହ ରିଆଜୁଦ୍ଦିନର କୌଣସି ସମ୍ପର୍କ ନ ଥିବା କହିଛନ୍ତି ଏସଟିଏଫ ଏସ.ପି. ପ୍ରଶାନ୍ତ ଭୋଇ । ଭାଇରାଲ୍ ହୋଇଥିବା ଏକ ଅଡ଼ିଓରେ ଜଣେ କଥିତ ବ୍ରାଉନ ସୁଗାର ଚୋରା ଚାଲାଣକାରୀ ସହ ଘନିଷ୍ଠତା ଉଜାଗର ହେବା ପରେ ସାହୁଙ୍କୁ ନିଲମ୍ବିତ କରିଥିଲେ ଡିଜିପି ଅଭୟ ।
ଜାନୁଆରୀରୁ ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ୧୬ କେଜି ୭୧୧ ଗ୍ରାମର ବ୍ରାଉନ ସୁଗାର ଜବତ କରିସାରିଲାଣି କ୍ରାଇମ ବ୍ରାଞ୍ଚ ଏସଟିଏଫ l ଡ୍ରଗ୍ସ ଚୋରା ଚାଲାଣ କରୁଥିବା ବେଳେ ଧରାପଡିଛନ୍ତି ୪୧ ଜଣ ଏଜେଣ୍ଟ ଓ ଡିଲର l ସେମାନଙ୍କ ବିରୋଧରେ ୨୧ଟି ମାମଲା ରୁଜୁ କରାଯାଇଛି l ଏହା ଏକ ସର୍ବକାଳିନ ରେକର୍ଡ଼ l
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।