UPSC Result: ଅଜବ ସ୍ଥିତି, ଗୋଟିଏ ରାଙ୍କ ପାଇଁ ସମାନ ନାଁରେ ଦୁଇ ଦାବିଦାର !

ଦୁଇ ଆୟେଶା ମଧ୍ୟରୁ କିଏ ଠିକ୍‌, କିଏ ଭୁଲ ? ଦେଶର ସବୁଠୁ ବଡ଼ ପରୀକ୍ଷରେ ବଡ଼ ତ୍ରୁଟି ?

ଗୋଟିଏ ରାଙ୍ଗରେ ଦୁଇ ଝିଅ !

ଗୋଟିଏ ରାଙ୍ଗରେ ଦୁଇ ଝିଅ !

  • News18 Odia
  • Last Updated :
  • Madhya Pradesh, India
  • Share this:
News18 Odia Digital

IAS ପରୀକ୍ଷାରେ ଆଶ୍ଚର୍ଯ୍ୟ । ସମାନ ନା, ସମାନ ରୋଲ୍ ନମ୍ବର, ଏବଂ ସମାନ ରାଙ୍କ । ଗୋଟିଏ ରାଙ୍କରେ ପାଇଁ ସାମନାଙ୍କୁ ଆସିଛନ୍ତି ଦୁଇ ଦାବିଦାର । ଜଣଙ୍କ ନା ଆୟଶା ମାକରାନୀ ଏବଂ ଆଉ ଜଣେ ଆୟଶା ଫାତିମା ।  ଉଭୟଙ୍କ ରୋଲ୍ ନମ୍ବର ସମାନ, ୭୮୧୧୭୪୪ ଆଉ ରାଙ୍କ ୧୮୪  ।  ଉଭୟଙ୍କ ନାଁ ଆୟେଶା ହୋଇଥିବାରୁ କିଏ ଠିକ ଓ କିଏ ଭୁଲ; ପ୍ରକୃତରେ କିଏ ହୋଇଛନ୍ତି ଉତ୍ତୀର୍ଣ୍ଣ ତାକୁ ନେଇ ବଢୁଛି ଦ୍ବନ୍ଦ୍ବ । ୨୦୨୨ ସର୍ବଭାରତୀୟ ସିଭିସ୍ ସର୍ଭିସ ପରୀକ୍ଷା ଫଳରେ ସାମ୍ନାକୁ ଆସିଛି ଏଭଳି ଏକ ରୋଚକ ତଥ୍ୟ ।

ଦୁଇ ଆୟେଶା ମଧ୍ୟରୁ କିଏ ଠିକ୍‌, କିଏ ଭୁଲ ?

ମଙ୍ଗଳବାର ୟୁପିଏସ୍‌ସି ରେଜଲ୍ଟ ଘୋଷଣା କରାଯାଇଥିଲା।  ଜଣାପଡ଼ିଲା ୧୮୪ ନମ୍ବର ସ୍ଥାନରେ ରହିଛନ୍ତି ଆୟେଶା ନାମକ ଜଣେ ଝିଅ । ଏହି ରାଙ୍କକୁ ଦେଖି ଓ ରୋଲ ନମ୍ବରକୁ ମିଶାଇ ଆୟେଶା ନାମଧାରୀ ଦୁଇ ଜଣ ଝିଅଙ୍କ ଘରେ  ଆରମ୍ଭ ହୋଇଥିଲା ସେଲିବ୍ରେସନ । ଏହା କିଭଳି ସମ୍ଭବ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ । ଦେଓ୍ବାସ ଜିଲ୍ଲାର ନାଜିରଦ୍ଦୁନିଙ୍କ ଝିଅ ଆୟଶା ଫାତିମା ଦାବି କରିଛନ୍ତି ସେ ୧୮୪ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ସେପଟେ ସମାନ ଦାବି କରିଛନ୍ତି ଅଲିରାଜପୁର ଜିଲ୍ଲାର ସୈମୁଦ୍ଦିନଙ୍କ ଝିଅ ଆୟଶା ମାକରାନୀ । ଉଭୟ ଝିଅ ପରୀକ୍ଷା ଦେଇଥିଲେ ଓ ସାକ୍ଷାତକାରର ସମ୍ମୁଖୀନ ମଧ୍ୟ ହୋଇଥିବା ଦାବି କରିଛନ୍ତି।



ଉଭୟଙ୍କ ଦାବି ହେଉଛି ସେମାନେ ପରୀକ୍ଷା ଦେଇଥିଲେ, ଆଉ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହାକୁ ନେଇ ବିବାଦ ବଢ଼ିବା ପରେ ନିରପେକ୍ଷ ଯାଞ୍ଚ ଦାବି କରିଛନ୍ତି ଆୟଶା ଫାତିମା ।  ଆୟଶା ମାକରାନୀଙ୍କ ଭାଇ କହିଛନ୍ତି, ଗୋଟିଏ ନାମରେ ତିନି ଜଣ ପରୀକ୍ଷା ଦେଇଥିଲେ । ଏଥି ମଧ୍ୟରୁ ଦୁଇ ଜଣଙ୍କ ସମ୍ପୂର୍ଣ୍ଣ ନାମରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଯାହାଫଳରେ ସମସ୍ୟା ସୃଷ୍ଟି ହୋଇଛି । ତାଙ୍କ ଭଉଣୀ ଗଣିତରେ UPSC କ୍ଲିୟର କରିଛନ୍ତି ବୋଲି ସେ ଦାବି କରିଛନ୍ତି  ।

ଅନ୍ୟପକ୍ଷରେ ଆୟେଶା ଫାତିମାଙ୍କ ବାପା ନଜିରୁଦ୍ଦିନଙ୍କ ଦାବି, ତାଙ୍କ ଝିଅ ୟୁପିଏସ୍‌ସି କ୍ଲିୟର କରିଛନ୍ତି। ତାଙ୍କ ଅନୁସାରେ ୟୁପିଏସ୍‌ସି କେବେ ହେଲେ ଏମିତି ଭୁଲ କରିବ ନାହିଁ।  ଝିଅର ବୟସ ୨୬ ଓ ସେ ୪ର୍ଥ ଥର ପାଇଁ ପରୀକ୍ଷା ଦେଇଥିଲେ ଏବଂ ସେ ରାଜନୀତି ବିଜ୍ଞାନରେ ୟୁପିଏସ୍‌ସି କ୍ଲିୟର କରିଥିବା ଦାବି କରିଛନ୍ତି ନିଜରୁଦ୍ଦିନ । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି ନଜିରୁଦ୍ଦିନ କହିଛନ୍ତି ।
Published by:nihar panda
First published: