News18 Odia Digital
ଆଖି ଡେଇଁବା ବା ଫଡ ଫଡ ହେବା ଅନେକ ଲୋକଙ୍କ ପାଇଁ ଶୁଭ ଓ ଅଶୁଭ ସଙ୍କେତ ହୋଇଥାଏ । ବାମ ଆଖି ଡେଇଁବାକୁ ଆମେ ଅଶୁଭ ମାନି ଥାଉ। ଏହି ପ୍ରଥାକୁ ନେଇ ଦେଶର ବିଭିନ୍ନ ସଂସ୍କୃତିର ଭିନ୍ନଭିନ୍ନ କଥା ଦେଖିବାକୁ ମିଳିଥାଏ। କେଉଁମାନେ ଭାବନ୍ତି ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁଲେ ଶୁଭ। ଆଖି ଡେଇଁବା କେବେ କିଛି ମୁହୂର୍ତ୍ତ ପାଇଁ ହୁଏ ତ କେବେ ଗୋଟେ କିମ୍ୱା ଦୁଇ ଦିନ ଲାଗିଥାଏ। କିଛି ମୁହୂର୍ତ୍ତ ପାଇଁ ଆଖି ଡେଇଁବା ସାଧାରଣ ହୋଇଥାଏ କିନ୍ତୁ ଅଧିକ ସମୟ ପାଇଁ ହେବା ମାରାତ୍ମକ ହୋଇପାରେ।
ବୈଜ୍ଞାନିକଙ୍କ ମତରେ ଏହା ଏକ ସାମାନ୍ୟ ପ୍ରକ୍ରିୟା। ଚକ୍ଷୁରେ ଥିବା ମାଂଶପେଶୀ କାରଣରୁ ଆଖି ଡେଇଁ ଥାଏ। ଏହା ଚିକିତ୍ସା ସହ ଜଡ଼ିତ। ତେବେ ପୁରୁଷଙ୍କ ଡାହାଣ ଆଖି ଓ ମହିଳାଙ୍କ ବାମ ଆଖି ଡେଇଁଲେ ଶୁଭ ଖବର ମିଳିଥାଏ ବୋଲି ଆମେ ବିଶ୍ୱାସ କରୁ।
ଆଖିର ଶୁଷ୍କତା
ଆଖିର ଶୁଖିଲା ପଣ ଯୋଗୁଁ ଆଖି ଡେଇଁଥାଏ । ଏହା ବ୍ୟତୀତ ଆଖିରେ ଏଲର୍ଜି କିମ୍ୱା ପାଣି ଗଡ଼ିବା ଯୋଗୁଁ ମଧ୍ଯ ଏପରି ହୋଇପାରେ ।
ନିଦ ଅଭାବ
ଯଦି ଆପଣ ନିଦ ପୂରା ନକରନ୍ତି, ଆପଣଙ୍କ ଆଖି ଫଡଫଡ଼ ହେବା ଆରମ୍ଭ ହୋଇଥାଏ । ଆପଣ ଦୀର୍ଘ ସମୟ ପର୍ଯ୍ଯନ୍ତ ଚାହିଁ ରହି ବହି କିମ୍ୱା ଫିଲ୍ମ ଦେଖିବା ଯୋଗୁଁ ନିଦ ପୂରା ହୁଏ ନାହିଁ । ଯେଉଁଥିପାଇଁ ଆଖି ଡେଇଁଥାଏ । କମ୍ପ୍ୟୁଟର, ଲାପଟପ, ମୋବାଇଲ ଅଧିକ ସମୟ ଯାଏଁ ଚଲାଇଲେ ଏଭଳି ସମସ୍ୟା ଦେଖାଦେଇପାରେ ।
ଖାଲି ଅମୃତଭଣ୍ଡା ନୁହେଁ ପତ୍ରରେ ବି ଲୁଚିଛି ଫାଇଦା; ମଧୁମେହ ରୋଗୀଙ୍କ ପାଇଁ ସବୁଠୁ ଭଲ
ମାଂସପେଶୀ ଜନିତ ସମସ୍ଯାମାତ୍ର ଆଖିର ମାଂସପେଶରୀରେ ବକ୍ରତା କିମ୍ବା କୌଣସି ଅସୁବିଧା କାରଣରୁ ଏହା ହୋଇଥାଏ । ଏହି ସ୍ଥିତିରେ ଆଖିର ମାଂସପେଶୀ ସଙ୍କୋଚନ ହୋଇଥାଏ। ଆଖିର ଦୂରଦୃଷ୍ଟି ଅଧିକ କଷ୍ଟ ହୋଇଥାଏ। ଆଖି ଡେଇଁବା ଦୃଷ୍ଟିଶକ୍ତି କମିବା ଯୋଗୁଁ ହୋଇଥାଏ।
ମଦ୍ଯପାନମଦ୍ୟପାନ ମଧ୍ୟ ଆଖି ଡେଇଁବାର କାରଣ ହୋଇଥାଏ। ତେଣୁ ଆଲକୋହଲଠୁ ଦୂରେଇ ରୁହନ୍ତୁ ।
ଥକ୍କା ବି ହୋଇପାରେ କାରଣଥକ୍କା ଓ ଚିନ୍ତା ଯୋଗୁଁ ଆଖି ଡେଇଁଥାଏ । ଯଦି ଆପଣ କୌଣସି କାରଣକୁ ନେଇ ଚିନ୍ତିତ, ସେହି କଥାକୁ ବାରମ୍ୱାର ଭାବୁଥାନ୍ତି ତେବେ ଷ୍ଚ୍ରେସ ଅଧିକ ବଢିଥାଏ । ଯେଉଁଥିପାଇଁ ଆପଣଙ୍କ ଆଖି ଫଡ଼ଫଡ଼ ହୋଇଥାଏ । ଚିନ୍ତା ଯୋଗୁଁ ନିଦ ବାରମ୍ୱାର ଭାଙ୍ଗିଥାଏ ।
ବିନା ଚିକିତ୍ସାରେ ଆପେ ଆପେ ଭଲ ହୋଇଯ଼ାଏ ମାତ୍ର ଏହା ବାରମ୍ବାର ହେଲେ ଚକ୍ଷୁ ବିଶେଷଜ୍ଞଙ୍କର ପରାମର୍ଶ ନେବା ଆବଶ୍ୟକ । ଏପରି ହେଲେ ଭଲ ଭାବରେ ଶୁଅନ୍ତୁ । କାଫିନ ଥିବା କଫି କିମ୍ବା ଅନ୍ୟ ଖାଦ୍ୟ ଖାଆନ୍ତୁ ।ଡାକ୍ତରଙ୍କ ପରାମର୍ଶରେ ଆଇ ଡ୍ରପ ପକାନ୍ତୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।