ମୃତ୍ୟୁ ହେବା ପରେ ବି କାହିଁକି ଖୋଲା ଥାଏ ମଣିଷର ଆଖି?

ମୃତ୍ଯୁ ପରେ ବି ଆଖି ଖୋଲା ଥିବାର ଦେଖିଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାନ୍ତି। କିନ୍ତୁ ଏହା ପଛର କାରଣ କଣ ରହିଛି ।

କାହିଁକି ଖୋଲା ଥାଏ ମଣିଷର ଆଖି?

କାହିଁକି ଖୋଲା ଥାଏ ମଣିଷର ଆଖି?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Eye After Death:  ମୃତ୍ୟୁ(Death) ହେବା ପରେ ଆଖି ସାଧାରଣ ଅଙ୍ଗ ଭଳି କାର୍ଯ୍ୟ କରିଥାଏ। ଆଗ କାଳରେ ଆଖି(Eye)ଖୋଲା ରଖି ମୃତ୍ୟୁ ହୋଇଥିଲେ, ଅଶୁଭ ବୋଲି କୁହାଯାଉଥିଲା। କିନ୍ତୁ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହା ପଛରେ କାରଣ କଣ ରହିଛି ଜାଣିବା ଉଚିତ୍ ।

ପ୍ରାୟତଃ ମୃତ୍ୟୁ ହେବା ପରେ ମଣିଷ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ସାଧାରଣତଃ ଆପଣ ଚଳଚ୍ଚିତ୍ରରେ ଦେଖିଥିବେ ଯେତେବେଳେ କେହି ମରିଯାନ୍ତି, ସର୍ବପ୍ରଥମେ ତାଙ୍କ ଆଖି ବନ୍ଦ କରାଯାଏ। ତେବେ କିଛି ଲୋକ ମୃତ୍ୟୁ ପୂର୍ବରୁ ଆଖି ଖୋଲା ରଖି ମୃତ୍ୟୁ ବରଣ କରିଥାନ୍ତି। ବୈଜ୍ଞାନିକ ମାନେ ଏହାର କାରଣ ସ୍ପଷ୍ଟ କରି କହିଛନ୍ତି , ଏହା ମସ୍ତିଷ୍କ ସହ ଜଡିତ ଥିବାରୁ ଏଭଳି ଘଟଣା ଘଟିଥାଏ। ମୃତ୍ୟୁ ହେବା ମାତ୍ରେ ହୃଦ ସ୍ପନ୍ଦନ ବନ୍ଦ ହେବା ସହ ମସ୍ତିଷ୍କ କାର୍ଯ୍ୟ କରିବା ବନ୍ଦ ହୋଇଯାଏ ଓ ଶରୀର ମଧ୍ୟ କଠିନ ହୋଇଯାଏ। ଫଳରେ ଶରୀରର ସମସ୍ତ ସିଷ୍ଟମ ବନ୍ଦ ହୋଇଯାଏ । କିନ୍ତୁ ସେତେବେଳେ କେବଳ ଆଖି ଉପରେ କୌଣସି ପ୍ରଭାବ ପଡ଼ିନଥାଏ।

ମୃତ୍ୟୁ ହେବା ପରେ ଆଖି ସାଧାରଣ ଭାବେ କାର୍ଯ୍ୟ କରିଥାଏ। ଆଗ କାଳରେ ଲୋକଙ୍କ ଧାରଣା ରହିଥିଲା ଆଖି ଖୋଲା ରଖି ମୃତ୍ୟୁ ବରଣ କରିବା ଅଶୁଭର କାରଣ ହୋଇଥାଏ। ତେଣୁ ମୃତ୍ୟୁ ହେବା ପରେ ମୃତ ବ୍ୟକ୍ତିର ଆଖିକୁ ତୁରନ୍ତ ବନ୍ଦ କରାଯାଏ। କିନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ ଜାଣିବା ଉଚିତ୍ । ଶରୀରର ଅନ୍ୟ ଅଂଶ ପରି ଆଖିପତା ମଧ୍ୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ | ସ୍ନାୟୁ ତନ୍ତ୍ର ମସ୍ତିଷ୍କକୁ ଏକ ସଙ୍କେତ ପଠାଏ ଓ ଯାହା ଆଖିପତା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥାଏ। ସାଧାରଣତଃ ଏହି ପ୍ରଣାଳୀ ଜୀବନ୍ତ ବ୍ୟକ୍ତିଙ୍କ ପାଖରେ କାର୍ଯ୍ୟ କରିଥାଏ ତେଣୁ ଯେତେବେଳେ ଧୂଳି ପ୍ରବାହିତ ହୁଏ କିମ୍ବା ଯେତେବେଳେ ଉଜ୍ଜ୍ୱଳ ଆଲୋକ ଥାଏ କିମ୍ବା ଯେତେବେଳେ ଆମେ ଶୋଇବାକୁ ଯାଉ ସେତେବେଳେ ଆଖି ଆପେ ଆପେ ବନ୍ଦ ହୋଇଯାଏ। କିନ୍ତୁ ମୃତ୍ୟୁପରେ, କେନ୍ଦ୍ରୀୟ ସ୍ନାୟୁ କୋଷ କାର୍ଯ୍ୟ କରିବା ବନ୍ଦ କରିଦେଇଥାଏ । ଫଳରେ ଆଖି  ନିୟନ୍ତ୍ରଣ ହରାଇ ବସେ ଓ ଆଖିପତା ଖୋଲା ରହିଥାଏ।

କାହିଁକି ପିନ୍ଧିବେ ଗେରୁଆ ରଙ୍ଗର ବସ୍ତ୍ର? ଜାଣନ୍ତୁ କଣ କହୁଛି ବିଜ୍ଞାନ

ଆଖି ସହ ଜଡିତ ଥିବା ସ୍ନାୟୁ ଦ୍ୱାରା ଆଖି କାର୍ଯ୍ୟକାରୀ ହୋଇଥାଏ। ତେଣୁ ମୃତ୍ୟୁ ହେବା ପରେ ବ୍ରେନ ଡେଡ ହେବା ସହ କାର୍ଯ୍ୟ କରିବା ବନ୍ଦ କରିଦେଇଥାଏ। କିନ୍ତୁ ମୃତ୍ୟୁର ୫ ଘଣ୍ଟା ପର୍ଯ୍ୟନ୍ତ ଆଖି ସୁସ୍ଥ ଥାଏ। ତେଣୁ ଏହି ସମୟରେ ଆଖିକୁ ଦାନ କରିବା ଦ୍ୱାରା ଏକ ଭଲ ପଦକ୍ଷେପ ହୋଇପାରିବ। ନଚେତ୍ କର୍ଣ୍ଣିକା ସୁରକ୍ଷିତ ରହିବା ସହ ଅନ୍ଯ ଜଣେ ଦୁନିଆ ଦେଖିପାରିବ।
Published by:Soumya Das
First published: