ଏହି ଦୋଷ ପାଇଁ ଆପଣଙ୍କ ସହ ହୋଇଥାଏ ଦୁର୍ଘଟଣା; ରାହୁଙ୍କ କୋପ ଦୃଷ୍ଟିରୁ ଏମିତି ବଞ୍ଚନ୍ତୁ

Why do accidents happen: କିଛି ଲୋକଙ୍କ ସହ ବାରମ୍ବାର ଦୁର୍ଘଟଣା ଘଟିଥାଏ। ତାଙ୍କ ଶରୀରରେ କୌଣସି ନା କୌଣସି ଜାଗାରେ ଆଘାତ ଲାଗିଥାଏ। ଏହି ଦୁର୍ଘଟଣା ରାହୁଙ୍କ କୋପ ଦୃଷ୍ଟି ଫଳରେ ହୋଇଥାଏ।

ଏହି ଦୋଷ ପାଇଁ ଆପଣଙ୍କ ସହ ହୋଇଥାଏ ଦୁର୍ଘଟଣା

ଏହି ଦୋଷ ପାଇଁ ଆପଣଙ୍କ ସହ ହୋଇଥାଏ ଦୁର୍ଘଟଣା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Why do accidents happen: ଆଜିର ଏହି ଯୁଗରେ ଦୁର୍ଘଟଣା (Accidents) ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ଯଦି ସବୁବେଳେ କାହା ସହ ଦୁର୍ଘଟଣା (Accidents) ଘଟୁ ଅଛି ତେବେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ।

ଏହା ଏକ ବଡ଼ ବିପଦ। ଯାହାକି ଆପଣଙ୍କ ମୁଣ୍ଡ ଉପରେ ଖଣ୍ଡା ପରି ଝୁଲୁଥାଏ। କେତେବଳେ କଣ ହେବ ତାହାର କୌଣସି ବାସ୍ତବ ନଥାଏ। ତେଣୁ ଆପଣ ନିହାତି ଭାବରେ ଜାଣିବା ଉଚିତ୍ କି ଦୁର୍ଘଟଣା କାହିଁକି ହୋଇଥାଏ ଏବଂ ଏହାର ପ୍ରତିକାର କଣ। ତେବେ ଆସନ୍ତୁ ଜାଣିବା ଏହାର କିଛିଟା ପ୍ରତିକାର ବିଷୟରେ...

ଜୀବନକୁ ସୁରକ୍ଷିତ ରଖିବାର ଅନୁଭବ କରିଇବା ବହୁତ କଷ୍ଟ ହୋଇସାରିଲାଣି। କେତେବଳେ କଣ ଘଟିବ ତାହା କାହାକୁ ଜଣାନଥାଏ। ଜୀବନ ଅଛି ତ ଛୋଟ ମୋଟ ଦୁର୍ଘଟଣା ତ ବେଳେବେଳେ ହୋଇଥାଏ। କିନ୍ତୁ ସେହି ଦୁର୍ଘଟଣା ଯଦି ଆପଣଙ୍କ ସହ ବାରମ୍ବାର ହୋଇ ବଡ଼ ଧରଣର ହେଉଥାଏ। କେତେବଳେ ଆପଣଙ୍କ ହାତ ଭାଙ୍ଗିବା ତ କେତେବେଳେ ଆପଣଙ୍କ ଗୋଡ ଆଉ କେତେବଳେ ମୁଣ୍ଡ ଫାଟିବା ଭଳି ବଡ଼ ବଡ଼ ଦୁର୍ଘଟଣା ଯଦି ଆପଣଙ୍କ ସହ ହେଉଛି ତେବେ ଏହା ଗ୍ରହ ଦୋଷ କାରଣରୁ ହୋଇଥାଏ।

କିଛି ଲୋକଙ୍କ ସହ ବାରମ୍ବାର ଦୁର୍ଘଟଣା ଘଟିଥାଏ। ତାଙ୍କ ଶରୀରରେ କୌଣସି ନା କୌଣସି ଜାଗାରେ ଆଘାତ ଲାଗିଥାଏ। ଏହି ଦୁର୍ଘଟଣା ରାହୁଙ୍କ କୋପ ଦୃଷ୍ଟି ଫଳରେ ହୋଇଥାଏ। ତେଣୁ ଯଦି ଆପଣଙ୍କ ସହ ବାରମ୍ବାର ଦୁର୍ଘଟଣା ହେଉଥାଏ ତେବେ ଏହି ସବୁ ପାଇଁ ରାହୁ ଗ୍ରହ ହିଁ ଦାୟୀ ହୋଇଥାନ୍ତି। ତେଣୁ ଆପଣଙ୍କୁ ପ୍ରଥମେ ରାହୁ ଗ୍ରହକୁ ଶାନ୍ତ କରିବାକୁ ପଡ଼ିବ।

ରାହୁଙ୍କର ସବୁଠାରୁ ପ୍ରିୟ ହୋଇଥାଏ ଚନ୍ଦନ। ଯଦି ଆପଣଙ୍କ ସହ ବାରମ୍ବାର ଦୁର୍ଘଟଣା ଦେଉଛି ତେବେ ଆପଣ ରାହୁଙ୍କ ପ୍ରିୟ ଚନ୍ଦନ ଟୋପା ଟିଏ ନିଜ ମୁଣ୍ଡରେ ନିହାତି ଲଗାନ୍ତୁ। ଆପଣ ମୁଣ୍ଡରେ ଚନ୍ଦନ ଟୋପାଟିଏ ଲଗାଇବା ସହ ଆପଣଙ୍କ ପକେଟରେ ଗୋଟିଏ ଦୁବ ଘାସ ନିହାତି ରଖନ୍ତୁ। ଆପଣ ଯଦି ଏହି ଦୁଇଟି ଉପାୟକୁ ପାଳନ କରନ୍ତି ତେବେ ଆପଣଙ୍କ ସହ ହେଉଥିବା ଦୁର୍ଘଟଣା ଆଉ ହେବନାହିଁ।

ମଣିଷ ଜୀବନରେ ଘଟଣା ଘଟିବା ପଛରେ ଗ୍ରହ ଦାୟୀ ଥାଏ। ମଣିଷ ଗ୍ରହମାନଙ୍କ ଇସାରାରେ ହିଁ ଚାଲିଥାଏ। ଗ୍ରହର ଚଳନ ମଣିଷ ଜୀବନରେ ପରିବର୍ତ୍ତନ ଆଣିଥାଏ। କେତେବଳେ ଶୁଭ ପରିଣାମ ଆଣିଥାଏ ତ କେତେବେଳେ ଦୁର୍ଘଟଣା ଭଳି ଅଶୁଭ ପରିଣାମ ମଣିଷକୁ ଭୋଗ କରାଇଥାନ୍ତି।

ପଢ଼ନ୍ତୁ ଏହି ଖବର:  ୧୭୨ ବର୍ଷ ପରେ ଏପ୍ରିଲ ୧ରେ ପଡ଼ିବ କାଳସର୍ପ ଯୋଗ; ଏହି ୬ଟି ରାଶି ହେବେ ମାଲାମାଲ

ତେଣୁ ଆପଣ ପ୍ରତିଦିନ ଘରୁ ବାହାରିବା ବେଳେ ମୁଣ୍ଡରେ ଚନ୍ଦନା ଟିପା ଲଗାଇ ବାହାରନ୍ତୁ। ଏବଂ ନିଜ ଡ୍ରେସ ପକେଟ ଦୁବ ଘାସ ରଖି ବାହାରିବା ଦ୍ଵାରା ଆପଣଙ୍କ ଗ୍ରହ ଦୋଷ କଟିଯାଇଥାଏ।
Published by:Lipina Das
First published: