ଅନ୍ଧବିଶ୍ୱାସ ନା ଅନ୍ଯ କାରଣ? ବିଲେଇ ରାସ୍ତା କାଟିଲେ ବିଗିଡ଼ିଯାଏ ସବୁ କାମ!

ବିଲେଇ ସହ କାମର କୌଣସି ସମ୍ପର୍କ ନଥିବା କଥା କେହି କେହି କହୁଥିବା ବେଳେ କେହି ଏହାକୁ ଅଶୁଭ ବୋଲି କୁହନ୍ତି । ପ୍ରକୃତରେ ଏହା ପଛର ସତ କଣ?

Cat Crossing Path

Cat Crossing Path

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Cat Crossing Path : ରାସ୍ତାରେ ଯାଉଥିବା ବେଳେ କିମ୍ୱା କୌଣସି ଶୁଭ କାମ ପାଇଁ ବାହାରୁଥିବା ବେଳେ ବିଲେଇ ଆମ ଆଗରେ ପାର ହେଇଗଲେ ଏହାକୁ ଅଶୁଭ ବୋଲି କୁହାଯାଏ । ଆପଣ କିଛି ସମୟ ଅଟକିଯାଆନ୍ତି କିମ୍ୱା ଗାଡି ଅଟକାଇ ଠିଆ ହୁଅନ୍ତି । ପଛକୁ ପାଦେ ଫେରି ପୁଣି ପୁର୍ନବାର ଆଗକୁ ଯାଇଥାନ୍ତି। କିନ୍ତୁ କେବେ ଭାବିଛନ୍ତି କି ଆପଣ ଏପରି କାହିଁକି କରନ୍ତି । ଆପଣ ଏହାର ଜବାବ ସ୍ପଷ୍ଟ ଭାବେ ହୁଏତ ଦେଇନପାରିବେ ।


ସାଧାରଣତଃ ସମସ୍ତଙ୍କ ମନରେ ଗୋଟେ ବିଶ୍ଵାସ ରହିଆସିଛି ଯେ ଯଦି ବିଲେଇ ରାସ୍ତା କାଟେ ତେବେ ଏହାକୁ ଅଶୁଭ ବୋଲି ବିଶ୍ଵାସ କରାଯାଏ । ତେବେ ଵିଲେଇ ରାସ୍ତା ପାରି ହେଲେ ଅନେକ ଲୋକ ଅଟକି ଯାଆନ୍ତି । ଏପରି ବି ହୁଏ ବେଳେ ବେଳେ, ଯଦି ବିଲେଇ ଯିବା ସମୟରେ ଅନ୍ୟ ଜଣେ ରାସ୍ତା ପାରି ହୁଏ ତେବେ ତା ସହ ଅଶୁଭ ହୁଏ ବୋଲି କେହି କେହି କୁହନ୍ତି। କିନ୍ତୁ ଅଲଗା ଦେଶରେ ବିଲେଇମାନଙ୍କୁ ଘରର ସଦସ୍ୟ ବୋଲି କୁହାଯାଏ । କିନ୍ତୁ ଭୋପାଳର ବାସିନ୍ଦା ଜ୍ୟୋତିଷ ତଥା ବାସ୍ତୁ ବିଶେଷଜ୍ଞ ପଣ୍ଡିତ ହିତେନ୍ଦ୍ର କୁମାର ଶର୍ମା କହୁଛନ୍ତି ଯେ ବିଲେଇଙ୍କ ରାସ୍ତା ଅତିକ୍ରମ କରିବା ପ୍ରକୃତରେ ଏକ ଖରାପ ଘଟଣା।

ଆପଣ ବି  ଏସବୁକୁ ଅଶୁଭ ବୋଲି ଭାବନ୍ତି କି?

ପ୍ରାଚୀନ କାଳର ବିଶ୍ୱାସ ଅନୁଯାୟୀ ବିଲେଇମାନେ ଘରକୁ ନକାରାତ୍ମକ ଶକ୍ତି ଆଣିଥାନ୍ତି। ସେମାନଙ୍କୁ ଘରେ ରଖିଲେ ଅଶୁଭ ହେଇଥାଏ ଏହିପରି ଅନେକ ଭ୍ରମ ଲୋକମାନଙ୍କ ମଧ୍ୟରେ ରହିଅଛି, ଯେପରିକି ଯଦି ବିଲେଇଟି ବାମରୁ ଡାହାଣକୁ ପାରି ହୁଏ ତେବେ ଏହା ଏକ ଖରାପ ସଙ୍କେତ ଓ ଯଦି ଏହା ଡାହାଣରୁ ବାମକୁ ପାରି ହୁଏ ତେବେ ଏହା ଶୁଭ ବୋଲି କୁହାଯାଏ । ବିଲେଇ କାନ୍ଦିବା ମଧ୍ୟ ଅଶୁଭ ହୋଇଥାଏ। ଏହା ବ୍ୟତୀତ ଯଦି ବିଲେଇ ଘରେ ରଖାଯାଇଥିବା ଖାଦ୍ୟକୁ ନଷ୍ଟ କରେ, ତେବେ ଏହାକୁ ଫିଙ୍ଗି ଦିଆଯାଏ । ଏପରି ଅନେକ ଧାରଣା ଲୋକମାନଙ୍କ ମଧ୍ୟ ରେ ରହିଆସିଛି।

ମୃତ୍ୟୁ ହେବା ପରେ ବି କାହିଁକି ଖୋଲା ଥାଏ ମଣିଷର ଆଖି?

ଭାରତ ସହିତ ଅନେକ ଦେଶରେ ମଧ୍ୟ ବିଲେଇକୁ କ୍ରସ କରିବାକୁ ଅଶୁଭ ବୋଲି କୁହାଯାଏ । ଏସବୁର ପ୍ରତିକାର ମଧ୍ଯ କୁହାଯାଇଛି । ଯେପରି ବିଲେଇ ରାସ୍ତା ପାର ହେଲେ ଅଟକି ଯିବା ,ପଛକୁ ଫେରିବା । ଏପରିକି ଆଗରୁ ଯେତେବେଳେ ଲୋକ ମାନେ ଜଙ୍ଗଲ ପାରି ହୁଅନ୍ତି ବିଲେଇ ସେମାନଙ୍କର ରାସ୍ତା କାଟିଲେ ସେମାନେ ଅନୁମାନ କରନ୍ତି ଯେ ଆଗକୁ କିଛି ଅଶୁଭ ଅଛି କିମ୍ବା ବଣୁଆ ଜନ୍ତୁର ଆଶଙ୍କା ଅଛି , ତେବେ ସେମାନେ ନିଜ ଯାଗାରେ ରହିଯାଆନ୍ତି ।

ପ୍ରାୟତ ସବୁ ପଶୁ ମାନଙ୍କର ଆଖି ରାତିରେ ଲାଇଟ୍ ପଡ଼ିଲେ ଚମକି ଥାଏ, ସେହି ପରି ରାତିରେ ବିଲେଇ ଆଖିରେ ଲାଇଟ୍ ପଡ଼ିଲେ ଏକ ବହୁତ ଭୟଙ୍କର ଦେଖା ଯାଇଥାଏ । ଏହି କାରଣରୁ ଆଗରୁ ଯାତ୍ରୀ ମାନେ ରାତିରେ ଯାତ୍ରା କରିବା ସମୟରେ ତାଙ୍କ ଘୋଡ଼ା ବିଲେଇର ଆଖି ଦେଖି ଅଶାନ୍ତ ହୋଇପଡେ । ଏପରି କିଛି ସ୍ଥିତିକୁ ଏକ ଅନ୍ଧ ବିଶ୍ଵାସ ସହ ଯୋଡ଼ି ଅନେକ କଥା ରହିଆସିଛି।।
Published by:Soumya Das
First published: