ଡିମେନ୍ସିଆ ବା ସ୍ମୃତିଶକ୍ତି ହ୍ରାସ ସମସ୍ୟାକୁ ରୋକିବା ପାଇଁ କ'ଣ କରିବେ, ଜାଣନ୍ତୁ ଉପାୟ

ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ମଦ୍ୟପାନ, ଧୂମପାନ, ଅନିଦ୍ରା, ଖାଦ୍ୟ ଓ ଜେନେଟିକ୍ କାରଣ ଆଦି ଯୋଗୁଁ ଅଲଜାଇମର ଡିମେନ୍ସିଆ ବା ସ୍ମୃତି ଶକ୍ତି ହ୍ରାସ ହେବାର ସମ୍ଭାବନା ଥାଏ ବୋଲି ବିଶେଷଜ୍ଞ କହିଛନ୍ତି ।

ଡିମେନ୍ସିଆ ବା ସ୍ମୃତିଶକ୍ତି ହ୍ରାସ ସମସ୍ୟାକୁ ରୋକିବା ପାଇଁ କ'ଣ କରିବେ, ଜାଣନ୍ତୁ ଉପାୟ

ଡିମେନ୍ସିଆ ବା ସ୍ମୃତିଶକ୍ତି ହ୍ରାସ ସମସ୍ୟାକୁ ରୋକିବା ପାଇଁ କ'ଣ କରିବେ, ଜାଣନ୍ତୁ ଉପାୟ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ଭୁବନେଶ୍ୱର : ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସ୍ମୃତି ଶକ୍ତି ହ୍ରାସ ଏକ ସାଧାରଣ ସମସ୍ୟା ହୋଇଥାଏ। ଏବେ ପ୍ରାୟତଃ ୬୦ବର୍ଷରୁ କମ୍‍ ବୟସର ଲୋକଙ୍କଠାରେ ଏହି ସମସ୍ୟା ଦେଖା ଦେବା ଚିନ୍ତାର କାରଣ ପାଲଟିଛି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ମଦ୍ୟପାନ, ଧୂମପାନ, ଅନିଦ୍ରା, ଖାଦ୍ୟ ଓ ଜେନେଟିକ୍ କାରଣ ଆଦି ଯୋଗୁଁ ଅଲଜାଇମର ଡିମେନ୍ସିଆ ବା ସ୍ମୃତି ଶକ୍ତି ହ୍ରାସ ହେବାର ସମ୍ଭାବନା ଥାଏ ବୋଲି ବିଶେଷଜ୍ଞ କହିଛନ୍ତି ।

ବିଶେଷଜ୍ଞଙ୍କ ମତରେ, ୨୦୨୦ ସୁଦ୍ଧା ବିଶ୍ୱର ୫୦ ନିୟୁତ ଲୋକ ଅଲଜାଇମର ଡିମେନ୍ସିଆରେ ଆକ୍ରାନ୍ତ ହୋଇଥିବା ବେଳେ ୨୦୫୦ ସୁଦ୍ଧା ଏହି ସମସ୍ୟା ୧୫୨ ନିୟୁତକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଏହି ରୋଗରେ ଆକ୍ରାନ୍ତ ହେଲେ ରୋଗୀ ନିଜେ ପରିବାର ସଦସ୍ୟଙ୍କୁ ଚିହ୍ନି ପାରିନଥାନ୍ତି । ଏଥିସହ ମଳ, ମୂତ୍ର ଆଦିକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଯାଆନ୍ତି ।

ରୋଗରେ ଆକ୍ରାନ୍ତ ହେବା ପ୍ରାରମ୍ଭରୁ ରକ୍ତଚାପ, ରକ୍ତ ଶର୍କରା, ମେଦ ବହୁଳତାକୁ ନିୟନ୍ତ୍ରଣ କରାଗଲେ ରୋଗକୁ ରୋକାଯାଇପାରେ ବୋଲି ବିଶେଷଜ୍ଞ କହିଛନ୍ତି । ଆଜି ପର୍ଯ୍ୟନ୍ତ ଗବେଷକମାନେ ମସ୍ତିଷ୍କର ଏଭଳି ରୋଗ ଉପଶମ ପାଇଁ ଉପଯୁକ୍ତ ଉପାୟ ପାଇ ନାହାନ୍ତି । କିନ୍ତୁ ଡିମେନ୍ସିଆ ଆରମ୍ଭକୁ ରୋକିବା ପାଇଁ ଉପାୟ କରାଯାଇପାରିବ ।

ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଏବଂ ପ୍ରାରମ୍ଭିକ ଚିହ୍ନଟ ପ୍ରକ୍ରିୟା ଚିକିତ୍ସାରେ ବିଶେଷ ସହାୟକ ହେବ । ଅଲଜାଇମର ରୋଗୀଙ୍କୁ ନେଇ ସେମାନଙ୍କ ପରିବାର ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ସମସ୍ତ ସ୍ମୃତିଶକ୍ତି ହ୍ରାସ ଡିମେନ୍ସିଆ ନୁହେଁ, ତେଣୁ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରନ୍ତୁ ।
Published by:Soubhagya Mishra
First published: