ସୁଖଦ ମୃତ୍ୟୁ କ'ଣ, କେମିତି ମିଳିବ; ଗବେଷଣାରୁ ଜଣାପଡ଼ିଲା ୧୦ଟି ଗୁରୁତ୍ବପୂର୍ଣ୍ଣ କଥା

ଶାନ୍ତିରେ ମରିବା ସହଜ !

ଶାନ୍ତିରେ ମରିବା ସହଜ !

  • News18 Odia
  • Last Updated :
  • Delhi, India
  • Share this:
News18 Odia Digital

ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ । ଯିଏ ବି ସଂସାରରେ ଜନ୍ମ ନେଇଛି, ତାର ଦିନେ ନା ଦିନେ ମୃତ୍ୟୁ ହେବ । ସମସ୍ତେ ଏହାକୁ ସ୍ବୀକାର କରିବାକୁ ବାଧ୍ୟ । ମୃତ୍ୟୁକୁ ନେଇ ବିଜ୍ଞାନ ଅନେକ ଗବେଷଣା କରିଛି, ହେଲେ ବିଶେଷ କିଛି ସଫଳତା ପାଇନି । ହେଲେ ଆପଣ କେବେ ଭାବିଛନ୍ତି କି, ସୁଖଦ ବା ଶାନ୍ତିର ମୃତ୍ୟୁ କ’ଣ । ଏମିତି ମୃତ୍ୟୁ ଯାହାକୁ କୁହାଯାଇପାରିବ, ହଁ ସେ ବ୍ୟକ୍ତିଟି ଭଲ ମୃତ୍ୟୁ ପାଇଲେ ।

ଆମ ଆଖପାଖ ସାହି ପଡ଼ିଶା ହେଉ କି ଗଣମାଧ୍ୟମ । ପ୍ରତିଦିନ କେଉଁଠି ନା କେଉଁଠି ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ପୁଣି ଏମିତି ଖବର ବି ଆସୁଛି, ଯାହାକୁ ଶୁଣିଲା ପରେ ମନକୁ ଆସେ, ଓଃ.. ଏ କି ମୃତ୍ୟୁ । ପୁଣି ଏମିତି ମୃତ୍ୟୁ ଖବର ବି ଆସେ, ଯାହାକୁ ନେଇ ଲୋକେ କୁହନ୍ତି, ମରଣ ମିଳିବ ତ ଏମିତି । ଦୁର୍ଘଟଣା ହେଉ କି ଅନ୍ୟ ଘଟଣା, ମନକୁ ଆସେ, ଆଃ ଅକାଳରେ ଜୀବନ ଚାଲିଗଲା । ତାହେଲେ, କଣ ସେହି ମୃତ୍ୟୁ, ଯାହାକୁ କୁହାଯାଇପାରିବ ଭଲ ମୃତ୍ୟୁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆମେରିକାରେ ଏହାକୁ ନେଇ ହୋଇଛି ଏକ ରୋଚକ ସର୍ଭେ । ଆମେରିକାନ ଜର୍ଣ୍ଣାଲ ଅଫ୍‌ ଗେରିଆଟ୍ରିକ ସାଇକାଟ୍ରିରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି । ଯେଉଁଥିରେ ବିଭିନ୍ନ ପ୍ରକାର ଲୋକଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ବିଶେଷକରି ନିକଟରେ ମୃ୍ତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଆଉ ଏହି ତଥ୍ୟକୁ ନେଇ ଅଧିକ ଗବେଷଣା କରାଯାଇଥିଲା । ଯେଉଁଥିରେ ଭିନ୍ନ ଭିନ୍ନ ୩୬ଟି ଅଧ୍ୟୟନ ମଧ୍ୟରୁ ୧୦ଟି ଲକ୍ଷଣକୁ ଗବେଷକ କହିଛନ୍ତି, ପ୍ରକୃତରେ ଏହାହିଁ ହେଉଛି ଭଲ ମୃତ୍ୟୁ ।

ଶାନ୍ତିରେ ମୃତ୍ୟୁକୁ ନେଇ କଣ ରହିଛି ୧୦ଟି ପଏଣ୍ଟ ?

୧ ବିନା କୌଣସି ଯନ୍ତ୍ରଣାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି । ଶାରିରୀକ କି ମାନସିକ କୌଣସି ପ୍ରକାର ଯନ୍ତ୍ରଣା ନଥିବ ।

୨ ଶେଷ ସମୟରେ ଘର, ପରିବାର, ଟଙ୍କା, ଜମି, ସମାଜ ବଦଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଯଦି ଧାର୍ମିକ ବା ଆଧ୍ୟାତ୍ମିକତା ସହ ଯୋଡ଼ି ହୋଇଥାଏ । ତାହେଲେ କଷ୍ଟ କମ୍‌ ହୋଇଥାଏ ।

୩ ମୃତ୍ୟୁ ସମୟରେ ଯଦି ବ୍ୟକ୍ତି ଜଣଙ୍କ ଭାବନାତ୍ମକ ଭାବରେ ଭଲ ଅନୁଭବ କରେ, ତାହେଲେ ଏହାକୁ ଭଲ ମୃତ୍ୟୁ କୁହାଯିବ ।

୪ ଯଦି ଜଣ ବୟସ୍କ ବ୍ୟକ୍ତିକୁ ଲାଗେ ଯେ, ସେ ତାର ଜୀବନକୁ ଭଲଭାବେ ବଞ୍ଚିସାରିଛି, ଆଉ ବର୍ତ୍ତମାନ ତାର ଯିବାର ସମୟ ଆସିଯାଇଛି । ଯଦି ଏଭଳି ଅବସ୍ଥାରେ ତାର ମୃତ୍ୟୁ ହୁଏ, ତାହାକୁ ଭଲ ମୃତ୍ୟୁ କୁହାଯିବ ।

୫ ଜଣେ ବ୍ୟକ୍ତି ଯଦି କୌଣସି ରୋଗରେ ପୀଡ଼ିତ ଥାଏ, ଆଉ ତାର ଇଚ୍ଛା ଅନୁଯାୟୀ ଉପଚାର ମିଳେ । ଏହାପରେ ତାର ମୃତ୍ୟୁ ହୋଇଯାଏ, ତା ମନରେ ସନ୍ତୁଷ୍ଟିର ଭାବ ରହିଥାଏ ।

୬ ଯଦି ଜଣେ ବ୍ୟକ୍ତି ମୃତ୍ୟୁ ସମୟରେ ସମ୍ମାନ ଓ ଭଲପାଇବା ପାଇଥାଏ, ଏହାକୁ ଭଲ ମୃତ୍ୟୁ ଭାବରେ ବିବେଚନା କରାଯାଏ ।

୭ ଯଦି ଶେଷ ସମୟରେ ପୂରା ପରିବାର ପାଖରେ ଥାଏ, ଆଉ ସମସ୍ତଙ୍କୁ ବିଦାୟ ଜଣାଇବାର ସୁଯୋଗ ମିଳେ, ତାହାକୁ ଭଲ ମୃତ୍ୟୁ କୁହାଯାଏ ।

୮ ମରିବା ପ୍ରକ୍ରିୟା ସମୟରେ, ଯଦି ଜଣେ ବ୍ୟକ୍ତିର ଜୀବନ ଧାରଣ ମାନ ବହୁତ ଭଲ ହୋଇଥାଏ, ତେବେ ସେ ଶାନ୍ତି ଅନୁଭବ କରିଥାଏ ।

୯- ଶେଷ ମୁହୂର୍ତ୍ତରେ ଯଦି ଚିକିତ୍ସା ଆବଶ୍ୟକ ହୁଏ, ଭଲ ସ୍ବାସ୍ଥ୍ୟସେବା ମିଳେ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଭଲ ଆଚରଣ ମୃତ୍ୟୁ ସମୟରେ ଶାନ୍ତି ଦେଇଥାଏ।

୧୦- ମୃତ୍ୟୁମୁଖରେ ଥିବା ବ୍ୟକ୍ତିର ଗୃହପାଳିତ ପଶୁ ଯଦି ପାଖରେ ଥାଏ, ତାହେଲେ ଶେଷ ସମୟରେ କଷ୍ଟ କମ୍‌ ହୋଇଥାଏ ।

୫ ଶହ ଟଙ୍କାରେ ବ୍ୟାଗ ଫୁଲ, ପଢ଼ନ୍ତୁ ପୂରା ଖବର  https://odia.news18.com/news/trending/the-cheapest-jewelry-is-available-in-these-markets-of-india-ssd-159633.html

ମୃତ୍ୟକୁ ନେଇ ଆଜି ବି ଅନେକ ରହସ୍ୟ । ଯାହାକୁ ଖୋଜିବା ଦିଗରେ ବିଜ୍ଞାନର ପ୍ରୟାସ ଜାରି । ସମୟ ସମୟରେ ଏହାକୁ ନେଇ ରୋଚକ ତଥ୍ୟ ସାମ୍ନାକୁ ଆସିଥାଏ । କେହି କେହି ଏହାକୁ ବିଶ୍ବାସ କରନ୍ତି, ପୁଣି କେହି କେହି ଏହାକୁ ଗ୍ରହଣ କରନ୍ତି ନାହିଁ । ବିଶ୍ବାସ ହେଉ କି ନ ହେଉ, ତେବେ ଜୀବନ ଯେମିତି ସତ, ମୃତ୍ୟୁ ମଧ୍ୟ ସେମିତି ସୁନିଶ୍ଚିତ ।

Report Sayed Ahsanul Hoda
Published by:nihar panda
First published: