News18 Odia Digital
Black thread: ହିନ୍ଦୁ ଧର୍ମରେ (Hindu Religion) ଦେଖାଯାଏ କି ସନ୍ତାନ ଘରେ ଜନ୍ମ ନେବା ପରେ ମା'ମାନେ ତାଙ୍କୁ କଳା ଟୀକା ବା କଳା ସୂତା ବା ନଜର ହଟାଇବା ପାଇଁ କିଛି କାର୍ଯ୍ୟ କରିଥାନ୍ତି। କିନ୍ତୁ ଏହା ପଛରେ କାରଣ କଣ ତାହ ଆପଣ ଜାଣିଛନ୍ତି କି? ଆମେ ସମୟ ସହ ଆକୁ ବଢ଼ି ଚାଲିଛୁ। ପୁରୁଣା ରୀତିନିତି, ଧର୍ମ କାର୍ଯ୍ୟ ଓ ମାନ୍ୟତା ଭୁଲି ଯାଉଛୁ ଯାହାର ପ୍ରଭାବ ଆମ ସଂସ୍କୃତି ଉପର ଦେଖିବାକୁ ମିଳୁଛି।
ଆଜି ଆମେ ଯେଉଁ ସମାଜରେ ଅଛି ସେଥିରେ ଛଳ, ହିଂସା, କପଟ ଭଳି ଭାବନା ଲୋକଙ୍କ ଠାରେ ରହିଛି। ଆଜି ଆମେ ଆପଣଙ୍କୁ କହିବୁ କଳା ସୂତା (Black thread) ସହ ଜଡିତ କିଛି ଉପାୟ ବିଷୟରେ।
କଳା ରଙ୍ଗ ନେଗେଟିଭ ଶକ୍ତିକୁ ଦୂର କରିଥାଏ। ଏଥିପାଇଁ ଖରାପ ନଜରରୁ ବଞ୍ଚିବା ପାଇଁ କଳା ଟୀକା ବା ସୂତା ବା କଳା ରଙ୍ଗର ଜିନିଷ ବ୍ୟବହାର କରାଯାଏ। ଯଦି ଘରେ ଅକାରଣରେ ଝଗଡା ହେଉଛି ବା ମନୋମାଳିନ୍ୟ ହେଉଥାଏ ତେବେ ଶନିବାର ଦିନ ଶନି ମହାରାଜଙ୍କ ମନ୍ଦିରକୁ ଯାଇ ୧ ମିଟର କଳା ସୂତା ନେଇ ସେଥିରେ ୧୦୮ ଗଣ୍ଠି ପକାନ୍ତୁ। ପ୍ରତେକ ଗଣ୍ଠିକୁ ପକାଇବା ବେଳେ ଓମ ସନିଶ୍ଚରାୟ ନମହ ମନ୍ତ୍ର ଜପ କରନ୍ତୁ। ଯଦି ଆଖପାଖରେ ଶନି ମନ୍ଦିର ନାହି ତେବେ ଘରେ ଏହା କରି ପାରିବେ।
ସେହି ସୂତାକୁ ଘରର ମୁଖ୍ୟ ଦ୍ଵାରାରେ ବାନ୍ଧି ଦିଅନ୍ତୁ। ଏମିତିରେ ଘରକୁ ଖରାପ ନଜର ଓ ନେଗେଟିଭ ଉର୍ଜା ପ୍ରବେଶ କରିପାରିବ ନାହିଁ। ଯଦି ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ବାରମ୍ବାର ଖରାପ ରହୁଥାଏ ବା ତାଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡୁଥାଏ ତେବେ ଏଥିପାଇଁ କଳା ସୂତାକୁ ମନ୍ଦିରକୁ ନେଇ ଟିକେ ସିନ୍ଦୁର ଲଗାଇ ରଖନ୍ତୁ ଓ ତା ପର ଦିନ ସକାଳୁ ସ୍ବଚ୍ଛ ହୋଇ ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ପାଦରେ ବାନ୍ଧି ଦିଅନ୍ତୁ। ଏହା ଦ୍ଵାରା ତାଙ୍କୁ ଖରାପ ନଜର ଛୁଇଁ ପାରିବ ନାହି। ଗର୍ଭବତୀ ମହିଳାଙ୍କୁ ସବୁବେଳେ ନଜର ଲାଗିଥାଏ।
କେତେଥର ଜନ୍ମ ହେବାକୁ ଥିବା ପିଲା ଠାରେ ଖରାପ ନଜର ପଡ଼ି ଯାଇଥାଏ। ଗର୍ଭବତୀ ମହିଳାମାନେ ନିଜ ମାପ ଅନୁଯାୟୀ କଳା ସୂତା ନେଇ ୩ ଥର ନିଜର ଚାରିପଟେ ବୁଲାଇ ଦିଅନ୍ତୁ। ସେହି ସୂତାକୁ ବର ଗଛ ବନ୍ଧିନ୍ତୁ କିମ୍ବା ନଦୀରେ ବିସର୍ଜନ କରି ଦିଅନ୍ତୁ। ଏମିତି କରିଲେ ଗର୍ଭବତୀ ମହିଳାଙ୍କୁ ଖରାପ ନଜର ଲାଗିବ ନାହି। କଳା ସୂତାରେ ରୁଦ୍ରାକ୍ଷ ଲଗାଇ ଯଦି ହାତରେ ବନ୍ଧା ଯାଏ ଏହା ଲାଭଦାୟକ ହୋଇଥାଏ। ପୁରୁଣା କଳା ସୂତାକୁ ମାଟିରେ ପୋତିବା ବା ନଦୀରେ ଭସାଇ ଦେବା ଉଚିତ।
ପଢ଼ନ୍ତୁ ଏହି ଖବର: Benefits of Silver: ହାତରେ ରୂପା କଡ଼ା ପିନ୍ଧିବା ବହୁତ ଶୁଭ; ଦୂର ହେବ ଏହି ସମସ୍ୟାଅନ୍ୟଥା ଏହି କଳା ସୂତାକୁ କେତେ ଲୋକ କଳାଯାଦୁରେ ବ୍ୟବହାର କରିଥାନ୍ତି। ଗୋଡରେ ମୁଦି ପିନ୍ଧୁଥିବା ଆଙ୍ଗୁଳିରେ କଳା ସୂତା ପିନ୍ଧିଲେ କଳାଶକ୍ତିର ପ୍ରଭାବ କମ ହୋଇଥାଏ। କଳା ସୂତା ମନ୍ଦିରର ପୂଜକଙ୍କଠୁ ଆଣିବା କିମ୍ବା ନିଜେ କିଣିକି ପିନ୍ଧିବା ଉଚିତ୍।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।