୪୦ ବର୍ଷ ପରେ ବି ନଜର ଆସିବେ ୟଙ୍ଗ୍; ଥରେ ବ୍ୟବହାର କରନ୍ତୁ ଏହି ଟିପ୍ସ

Vitamin-E Benefits For Skin Care: ଭିଟାବିନ୍‌-ଇ ର ବ୍ୟବହାର କରିବା ଦ୍ବାରା ୪୦ ବର୍ଷ ବୟସରେ ବି ଦେଖାଯିବେ ୟଙ୍ଗ୍। ଆସନ୍ତୁ ଜାଣିବା ଏହି ଖାସ୍ ଟିପ୍ସ ବିଷୟରେ...

୪୦ ବର୍ଷ ପରେ ବି ନଜର ଆସିବେ ୟଙ୍କ୍ ବ୍ୟବହାର କଲେ ଏହି ଟିପ୍ସ

୪୦ ବର୍ଷ ପରେ ବି ନଜର ଆସିବେ ୟଙ୍କ୍ ବ୍ୟବହାର କଲେ ଏହି ଟିପ୍ସ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Vitamin-E Benefits For Skin Care: ପରିବେଶର ଜଳବାୟୁ ଓ ପ୍ରଦୂଷଣ ହେତୁ ବୟସ ଥାଇ ମଧ୍ୟ ଲୋକମାନେ ଅଧିକ ବୟସ୍କ ପରି ଦେଖା ଯାଉଛନ୍ତି। ଖାସ କରି ମହିଳାଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ବେଶୀ ଦେଖା ଯାଉଛି।

ତେବେ ଭିଟାମିନ-ଇ କ୍ୟାପସୁଲ (Vitamin-E Capsule) ଏହି ସମସ୍ୟାକୁ ଦୂର କରି ପାରିବ। ପ୍ରଦୂଷଣ ବୃଦ୍ଧି ହେତୁ ଲୋକମାନଙ୍କ ତ୍ୱଚାର ଚମକ ଧିରେ ଧିରେ କମିବାରେ ଲାଗିଛି। ଯାହା ଫଳରେ ଲୋକ ରୋଗିଣା ମଧ୍ୟ ଦେଖା ଯାଉଛନ୍ତି। କିନ୍ତୁ ଭିଟାମିନ-ଇ କ୍ୟାପସୁଲର ବ୍ୟବହାର ଦ୍ୱାରା ଆପଣଙ୍କ ତ୍ୱଚା ସମେତ କେଶ ଓ ଶରୀର ମଧ୍ୟ ସୁସ୍ଥ ରହି ପାରିବ।

ଯେପରିକି ତ୍ୱଚାର ଚମକ ଫେରାଇବା ସହ କେଶ କଳା ଓ ଘନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଭିଟାମିନ-ଇ କ୍ୟାପସୁଲ।

ଭିଟାବିନ-ଇ କ୍ୟାପସୁଲର ବ୍ୟବହାର

ଅନେକ ଲୋକ ଭିଟାମିନ୍ ଇ କ୍ୟାପସୁଲ୍କୁ ସିଧାସଳଖ ବ୍ୟବହାର କରିଥାନ୍ତି। କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଯଦି ଆଲୋ ଭେରା ଜେଲ୍ ସହିତ ଭିଟାମିନ୍ ଇ କ୍ୟାପସୁଲ୍ ବ୍ୟବହାର କରାଯାଏ ତେବେ ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ । ଆଲୋ ଭେରା ଜେଲ ଏବଂ ଭିଟାମିନ୍ ଇ କ୍ୟାପସୁଲକୁ ଏକାଠି ମିଶାଇ ଫେସ୍ ୱାଶ୍ କିମ୍ବା ମାସ୍କ ଭାବରେ ବ୍ୟବହାର କଲେ ମୁହଁରେ ଥିବା ଦାଗ ଦୂର ହେବା ସହ ଚେହେରାର ଚମକ ମଧ୍ୟ ଫେରି ଆସିବ।

ପପାୟା ଫେସ ମାସ୍କର ଚତ୍ମକାରିତା

ପପାୟା ସହ ଭିଟାବିନ-ଇ କ୍ୟପସୁଲ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଥିବା ଦାଗ ସମେତ ଡେଡସେଲ ଦୂର ହୋଇଥାଏ। ଏହା ଛଡା ଅଣ୍ଡା, ଦହି ଓ ଭିଟାମିନ-ଇ କ୍ୟାପସୁଲକୁ ମିଶାଇ ଲଗାଇଲେ ତ୍ୱଚାର ଚମକ ଆସିଥାଏ।

ପଢ଼ନ୍ତୁ ଏଙି ଖବର:  ମୃତ୍ୟୁ ପୂର୍ବରୁ କେଉଁ ୨ଟି ଶବ୍ଦ କୁହନ୍ତି ଅଧିକାଂଶ ଲୋକ? ଖୁଲାସା କଲେ ଡାକ୍ତର

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଦୁଇଟି ଭିଟାମିନ୍ ଇ କ୍ୟାପସୁଲ୍, ଗୋଟିଏ ଚାମଚ ଦହି ଏବଂ ଗୋଟିଏ ଚାମଚ ଅଣ୍ଡାର ହଳଦିଆ ମିଶ୍ରଣ କରି ଏହାକୁ ମୁହଁରେ ଲଗାଆନ୍ତୁ। ଏହାକୁ ମୁହଁରେ ଲଗାଇବା ପରେ ଏହାକୁ କିଛି ସମୟ ଛାଡ଼ିଦିଅ, ତା’ପରେ ମୁହଁକୁ ଭଲ ଭାବରେ ଘଷନ୍ତୁ ଏବଂ ଧୋଇ ଦିଅନ୍ତୁ। ଏମିତି କରିବା ଦ୍ବାରା ଆପଣ ନିଜେ ଅନୁଭବ କରିପାରିବେ ଆପଣଙ୍କ ତ୍ବଚାରେ ନୂଆ ଚମକ।
Published by:Lipina Das
First published: