News18 Odia Digital
New Danger from the Sun: ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମିକୁ (Ultraviolet rays) ନେଇ ବିପଦ (Danger)। ଦିନ ୧୦ଟାରୁ ଅପରାହ୍ଣ ୨ଟା, ୪ ଘଣ୍ଟା ସୂର୍ଯ୍ୟ କିରଣରେ (Sun Rays) ଥିବା ଅତି ବାଇଗଣି ରଶ୍ମି ମଣିଷଙ୍କ ଶରୀରରେ (Human Body) ସିଧାସଳଖ ପଡୁଛି।
ଏହି ରଶ୍ମି ସ୍କିନ୍ କ୍ୟାନ୍ସର (Skin Cancer) ସୃଷ୍ଟି କରିପାରେ ଏବଂ ମଣିଷର ସ୍କିନର ଇମ୍ୟୁନି ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରୁଛି। ଏଥିପାଇଁ ଏହି ୪ ଘଣ୍ଟା ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ।
ଆସନ୍ତୁ ଜାଣିବା ଅତି ବାଇଗଣି ରଶ୍ମି କିଭଳି ଶରୀର ପ୍ରତି ବିପଦ ସୃଷ୍ଟି କରେ...ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିବା ପରେ ଆଉ ଏକ ବିପଦ ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ତାହା ହେଉଛି ସୂର୍ଯ୍ୟର ଅତି ବାଇଗଣୀ ରଶ୍ମି ବା ଅଲଟ୍ରା ଭାଓଲେଟ୍ ରେ’।
ସୂର୍ଯ୍ୟ ଯେତେବେଳେ ଦିଗବଳୟରେ ଥାଆନ୍ତି, ଅର୍ଥାତ ଉଦୟ କିମ୍ବା ଅସ୍ତ ସମୟରେ ଏହା ଏତେ ବିପଜ୍ଜନକ ନୁହେଁ। କାରଣ ସେତେବେଳେ ବାୟୁମଣ୍ଡଳରେ ଥିବା ଅନେକ ସ୍ତରକୁ ଅତିକ୍ରମ କରି ଏହି ରଶ୍ମି ଆସିଥାଏ। ତେଣୁ ଅନେକାଂଶରେ ଅତି ବାଇଗଣୀ ରଶ୍ମି ପ୍ରତିହତ ହୋଇଥାଏ। ଯାହା ଶରୀରରେ ପଡ଼ିଲେ ଏତେ ବିପଜ୍ଜନକ ନଥାଏ।
ହେଲେ ସକାଳ ପ୍ରାୟ ୧୦ଟାରୁ ଦିନ ୨ଟା ଯାଏଁ ସୂର୍ଯ୍ୟର କିରଣରେ ଥିବା ଅତି ବାଇଗଣୀ ରଶ୍ମି ସିଧାସଳଖ ଆପଣଙ୍କ ଶରୀର ଉପରେ ପଡ଼ିଥାଏ। ଏହି ସମୟରେ ବାୟୁମଣ୍ଡଳରେ ବିଶେଷ ସେଭଳି ସ୍ତର ନଥାଏ, ଯାହା ଅତି ବାଇଗଣୀ ରଶ୍ମି ପ୍ରତିହତ କରିପାରିବ। ତେଣୁ ଆପଣଙ୍କୁ ଏହି ଚାରି ଘଣ୍ଟା ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ।
ନଚେତ୍ ଏହା ଅନେକ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ଦୁଇଟି ବଡ଼ ବିପଦ ହେଉଛି ଏହି ରଶ୍ମି ସ୍କିନ୍ କ୍ୟାନ୍ସର ସୃଷ୍ଟି କରିପାରେ ଏବଂ ମଣିଷର ସ୍କିନର ଇମ୍ୟୁନି ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ।
ଏହାଛଡ଼ା ଅତି ବାଇଗଣୀ ରଶ୍ମି ଚର୍ମର ବୟସକୁ ବଢ଼ାଇଦିଏ ଅର୍ଥାତ୍ ଖୁବ୍ ଶୀଘ୍ର ଆପଣଙ୍କ ଚର୍ମ ବୃଦ୍ଧାବସ୍ଥାର ଚର୍ମ ଭଳି ଦେଖାଦିଏ। ଚର୍ମରେ ଦାଗ କିମ୍ବା କୁଞ୍ଚନ ସୃଷ୍ଟି ହୋଇଥାଏ।
ଅତି ବାଇଗଣୀ ରଶ୍ମି ଆଖି ପାଇଁ ଅତ୍ୟନ୍ତ ହାନୀକାରକ ହୋଇଥାଏ। ଏହା ଆଖିର ଲେନ୍ସ ପ୍ରୋଟିନକୁ ବଦଳାଇ ଦିଏ। ଫଳରେ ମୋତିଆବିନ୍ଦୁ ଭଳି ସମସ୍ୟା ସୃଷ୍ଟି ହୁଏ ଏବଂ ଆଖିର ଦୃଷ୍ଟିଶକ୍ତି ଉପରେ ବଡ଼ ଧରଣର କ୍ଷତି ପହଞ୍ଚାଏ।
ଅତି ବାଇଗଣୀ ରଶ୍ମି ସଂସ୍ପର୍ଶରେ ଅଧିକ ସମୟ ଧରି ଆସିଲେ, ଆଖିକୁ ଝାପ୍ସା ଦେଖାଯାଏ ଏବଂ ରଙ୍ଗକୁ ମଧ୍ୟ ଠିକରେ ବାରି ହୁଏନାହିଁ । ଲମ୍ବା ସମୟ ଧରି ଅତି ବାଇଗଣୀ ରଶ୍ମିର ସଂସ୍ପର୍ଶରେ ଆସିଲେ, ୮ରୁ ୨୪ ଘଣ୍ଟା ଭିତରେ ଏହାର ଲକ୍ଷଣ ଆସିବା ଆରମ୍ଭ ହୋଇଯାଇଥାଏ।
ସୂର୍ଯ୍ୟର କଅଁଳ କିରଣରେ ଥିବା ଅତି ବାଇଗଣୀ ରଶ୍ମି ଦେହ ପାଇଁ ହିତକର ହୋଇଥାଏ। କାରଣ ସେଥିରେ ପ୍ରଚୁର ପରିମାଣର ଭିଟାମିନ-ଡି ରହିଥାଏ। କିନ୍ତୁ ଖରା ଯେତେବେଳେ ଟାଣ ହୁଏ ଏବଂ ଅତି ବାଇଗଣୀ ରଶ୍ମି ସିଧାସଳଖ ଶରୀରରେ ପଡ଼େ, ସେତେବେଳେ ଏହା ବହୁତ କ୍ଷତିକାରକ ହୋଇଥାଏ।
ଦୁଇ ଦିନ ତଳେ କେରଳରେ ୟୁଭି ଇଣ୍ଡେକ୍ସ ଅର୍ଥାତ୍ ଅତି ବାଇଗଣୀ ରଶ୍ମିର ସ୍ତର ବେଶ୍ ବଢ଼ିଯାଇଥିଲା। ଏହା ୧୨ ୟୁନିଟରେ ପହଞ୍ଚି ଯାଇଥିଲା। ୧୧ରୁ ବେଶୀ ହେଲେ ଏହା ଅତ୍ୟନ୍ତ କ୍ଷତିକାରକ ବୋଲି ଧରାଯାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।