ସହଜରେ ମିଳିବନି ସୁନ୍ଦର, କଳା ଓ ଲମ୍ବା କେଶ! ଏହି ଟିପ୍ସ ଆପଣାଇଲେ ମିଳିବ ଫାଇଦା

Tips For Hair: ଉପଯୁକ୍ତ ଜୀବନଶୈଳୀ ପାଇଁ ଆମକୁ ଶରୀରର ଫିଟନେସ୍ ଏବଂ ସୁସ୍ଥ କେଶ ଉପରେ ଧ୍ୟାନ ଦେବାକୁ ହେବ। ତେବେ ଏହି ସବୁ କେମିତି ସୁସ୍ଥ ରଖିବେ? ଆସନ୍ତୁ ଜାଣିବା...

ସୁସ୍ଥ, ସୁନ୍ଦର, କଳା ଓ ଲମ୍ବା କେଶ ପାଇଁ ଚମତ୍କାର ଟିପ୍ସ

ସୁସ୍ଥ, ସୁନ୍ଦର, କଳା ଓ ଲମ୍ବା କେଶ ପାଇଁ ଚମତ୍କାର ଟିପ୍ସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Tips For Hair: ସୁସ୍ଥ, ସୁନ୍ଦର, ଘନ, କଳା ଓ ଲମ୍ବା କେଶ (Healty Hair) ସମସ୍ତଙ୍କୁ ପସନ୍ଦ ହୋଇଥାଏ। ଏଥିପାଇଁ ଉଭୟ ପୁରଷ ଏବଂ ମହିଳା ଘଣ୍ଟା ଘଣ୍ଟା ଧରି ପାର୍ଲରରେ ସମୟ ବିତାଇଥାନ୍ତି। ହେଲେ ଉପଯୁକ୍ତ ଜୀବନଶୈଳୀ ସହ ସୁସ୍ଥ ତ୍ଵଚା ଓ କେଶ ପାଇଁ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ତେବେ ନିଜ ତ୍ଵଚା ଓ କେଶକୁ ସୁସ୍ଥ ରଖିବା ପାଇଁ କେଉଁ ଭଳି ଖାଦ୍ୟ ଖାଇବା ଉଚିତ୍ ତାହା ଆସନ୍ତୁ ଜାଣିବା...

ଉପଯୁକ୍ତ ଜୀବନଶୈଳୀ (Lifestyle) ପାଇଁ ଆମକୁ ଶରୀରର ଫିଟନେସ୍ (Fitness) ଏବଂ ସୁସ୍ଥ କେଶ ଉପରେ ଧ୍ୟାନ ଦେବାକୁ ହେବ। ତେବେ ଏହି ସବୁ କେମିତି ସୁସ୍ଥ ରଖିବେ? ବିଶେଷ କରି ସୁସ୍ଥ ତ୍ଵଚା ଓ କେଶ ପାଇଁ ଆମକୁ କେବଳ ବାହାରି ଭାଗରୁ ଯତ୍ନ ନେବା ଯଥେଷ୍ଟ ନୁହେଁ। ଏଥିପାଇଁ ଆପଣଙ୍କୁ ଆଭ୍ୟନ୍ତରୀଣ ଭାବେ ମଧ୍ୟ ପୋଷଣର ଆବଶ୍ୟକ ରହିଛି। ଆମ ଶରୀର କାର୍ଯ୍ୟ କରିବା ପାଇଁ ସେହିଭଳି କାର୍ଯ୍ୟକାରୀ ପୋଷାକତତ୍ତ୍ଵର ଆବଶ୍ୟକତା ରହିଛି।

ପଢ଼ନ୍ତୁ ଏହି ଖବର: ପରିସ୍ରା ସମୟରେ ଜଳା ପୋଡ଼ା ହେବା ବ୍ଲାଡର କ୍ୟାନ୍ସରର ସଙ୍କେତ; ଲକ୍ଷଣ ଦେଖିବା ମାତ୍ର ଦୌଡ଼ନ୍ତୁ ହସ୍ପିଟାଲ

ଏଥିପାଇଁ ଆମକୁ ଉପଯୁକ୍ତ ପ୍ରୋଟିନ, କାର୍ବୋ ହାଇଡ୍ରେଡ, ଫ୍ୟାଟ୍ସ ଖାଇବାକୁ ପଡ଼ିବ। ଭିଟାମିନ୍ସ ଓ ମିନେରାଲ୍ସ ଆଦି ସମସ୍ତ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ରହିଛି। କିନ୍ତୁ ଆମେ ସେପରି ନକରି ନିଜ ପସନ୍ଦର ଖାଦ୍ୟ କେବଳ ଖାଇଥାଉ। ଯାହା ଦ୍ଵାରା ଆମ ଖାଦ୍ୟରେ ସନ୍ତୁଳନ ରହିପାରେ ନାହିଁ। ତେଣୁ ତ୍ଵଚା, କେଶ ଓ ଶରୀରର ଓଜନ ଠିକ ରଖିବା ପାଇଁ ଆମକୁ ସନ୍ତୁଳିତ ଡାଏଟ ଖାଇବାର ଆବଶ୍ୟକ ରହିଛି। ତେବେ କେଶ କିପରି ଭଲ ରହିବ ଏହା ଆଜିର ଯୁବପିଢିଙ୍କ ସବୁଠାରୁ ବଡ଼ ସମସ୍ୟା ପାଲଟିଛି।

ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ପାଣି। ପ୍ରତିଦିନ ତିନିରୁ ଚାରି ଲିଟର ପାଣି ପିଇବାକୁ ଚେଷ୍ଟା କରନ୍ତୁ ଓ ତେଲ ଜାତୀୟ ଖାଦ୍ୟ ଯଥା ସମ୍ଭବ ଛାଡ଼ନ୍ତୁ। ପେଟ ଯେମିତି ଖାଲି ନ ରହିବ ଏବଂ ଗ୍ୟାସ ନହେବ ସେଥିପ୍ରତି ଧ୍ୟାନ ଦେବେ। ପ୍ରଚୁର ପରିମାଣରେ ନଟ୍ସ, ପନିପରିବା ଓ ଫଳମୂଳ ଜାତୀୟ ଖାଦ୍ୟା ଖାଆନ୍ତୁ। ବାହାର ଖାଦ୍ୟା ଏକଦମ ଖାଇବା ବନ୍ଦ କରିବା ଆମ ପକ୍ଷେ ସହଜ ହୁଏ ନାହିଁ।

ପଢ଼ନ୍ତୁ ଏହି ଖବର: Quit Alcohol: ଛାଡ଼ିବାକୁ ଚାହୁଁଛନ୍ତି କି ମଦ? ଏହି ହୋମ ରେମେଡି ଆପଣଙ୍କୁ କରିବ ସାହାଯ୍ୟ

ବାହାରେ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରି ନପାରିଲେ ମଧ୍ୟ ଯଥା ସମ୍ଭବ କମ୍ ଖାଇବାକୁ ଚେଷ୍ଟା କରନ୍ତୁ। ଆମ ତ୍ଵଚା, କେଶ ଓ ନଖ ବାୟୋଟିନ ତଥା ପ୍ରୋଟିନ ଉପରେ ନିର୍ଭର କରେ। ସେଥିପାଇଁ ଅଣ୍ଡା, ଚିନାବାଦାମ, ନଟ୍ସ, କଞ୍ଚା ପିଆଜ, ସଲାଡ, ଦହି ଓ ଡାଲି ଆଦି ପ୍ରୋଟିନ ଜାତୀୟ ଖାଦ୍ୟ ଯଥେଷ୍ଟ ପରିମାଣରେ ଖାଆନ୍ତୁ।

ପଢ଼ନ୍ତୁ ଏହି ଖବର: Benefits of Silver: ହାତରେ ରୂପା କଡ଼ା ପିନ୍ଧିବା ବହୁତ ଶୁଭ; ଦୂର ହେବ ଏହି ସମସ୍ୟା

ଯଦି ଆପଣ ସନ୍ତୁଳିତ ଖାଦ୍ୟ ଖାଇବା ସହ ପ୍ରତିଦିନ ଏକ୍ସରସାଇଜ କରିବେ ଓ ହାଲୁକା ସୂର୍ଯ୍ୟକିରଣ ନେବେ ତେବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ସଠିକ ରହିବା ସହ ଆପଣଙ୍କ ଶରୀର ଫିଟନେସ ଏବଂ ତ୍ଵଚା, କେଶ ଆଦି ସୁସ୍ଥ ରହିବ।
Published by:Lipina Das
First published: