ଏହି ଗଛରେ ରହିଛି ରହସ୍ୟମୟ ଗୁଣ; ବଦଳାଇଦେବ ଆପଣଙ୍କ ଭାଗ୍ୟ

Mysterious tree: ଆଜି ଆପଣଙ୍କୁ ଏପରି ଏକ ଗଛ ବିଷୟରେ ଜଣାଇବାକୁ ଯାଉଛୁ, ଯେଉଁ ଗଛ ଦ୍ଵାରା ଆପଣଙ୍କ ଉପରେ ଧନର ବର୍ଷା ହେବ।

ଏହି ଗଛରେ ରହିଛି ରହସ୍ୟମୟ ଗୁଣ

ଏହି ଗଛରେ ରହିଛି ରହସ୍ୟମୟ ଗୁଣ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Mysterious Tree: ଅନେକ ବ୍ୟକ୍ତି ନିଜ ସୁଖ ସମୃଦ୍ଧି ସଂସାରକୁ ସୁଦୃଢ଼ କରିବା ପାଇଁ ଅନେକ କିଛି ଉପାୟ ଆପଣନ୍ତି। ବଞ୍ଚିବା ପାଇଁ ଅର୍ଥର ଆବଶ୍ୟକତା ବହୁତ ରହିଥାଏ। ସବୁ କ୍ଷେତ୍ରରେ ଧନର ଚାହିଦା ବହୁତ ରହିଥାଏ। ଆଜି ଆପଣଙ୍କୁ ଏପରି ଏକ ଗଛ ବିଷୟରେ ଜଣାଇବୁ ଯାଉଛୁ, ଯେଉଁ ଗଛ ଦ୍ଵାରା ଆପଣଙ୍କ ଉପରେ ଧନର ବର୍ଷା ହେବ।

ତେବେ ଆସନ୍ତୁ ଜାଣିବା କଣ ଏହି ଗଛ ବିଷୟରେ, ଯାହା ଜୀବନରେ ଧନର ଅଭାବ ଦୂର କରେ। ସେହିପରି ଏହି ଗଛର ଅନେକ ଗୁଣ ବିଷୟରେ ମଧ୍ୟ ଜାଣିବା...

ଏହି ଗଛରେ ଆୟୁର୍ବେଦିକ ଗୁଣ ସହିତ କିଛି ବାସ୍ତୁ ଗୁଣ ମଧ୍ୟ ରହିଛି। ଏହି ଗଛର ନାଁ ହେଉଛି ଅପମାର୍ଗ ଗଛ। ଯେତେବେଳେ ସନ୍ଥ ମହାତ୍ମାମାନେ ତପସ୍ୟା କରୁଥିଲେ ଏହି ଗଛର ବିଜରେ ଖିଚିଡି କରି ଖାଉଥିଲେ। ଏହା ଦ୍ଵାରା ଅନେକ ଦିନ ପର୍ଯ୍ୟନ୍ତ ନ ଖାଇ ତପସ୍ୟା କରିପାରୁଥିଲେ। ଏହା ଖାଇବା ଦ୍ଵାରା ବହୁତ ଶକ୍ତି ଶରୀରକୁ ମିଳିଥାଏ। ସମୁଦ୍ର ମନ୍ଥନ ସମୟରେ କିଛି ବୁନ୍ଦା ଅମୃତ ଧରିତ୍ରୀ ଉପରେ ପଡ଼ିଥିଲା। ସେହି ଅମୃତ ପଡ଼ିବ ହେତୁ ଅପାମାର୍ଗ ଗଛ ସୃଷ୍ଟି ହୋଇଥିଲା।

ଏହି ଗଛର ମୂଳରେ ମା' ଗଙ୍ଗା ବାସ କରନ୍ତି। ଏହି ଗଛର ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି। ଯଦି ଆପଣଙ୍କ ଦାନ୍ତ ସମସ୍ୟା ଜନିତ ରୋଗ ରହିଛି। ଏହି ଗଛର ମୂଳରେ ଦାନ୍ତ ଘଷିବା ଦ୍ଵାରା ଦାନ୍ତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯାଏ। ଆଁଠୁ ଗଣ୍ଠି ଜନିତ ସମସ୍ଯା ଥିଲେ ଏହି ଗଛର ଚେରକୁ ଶୁଖାଇ ଗୁଣ୍ଡ କରି ତେଲରେ ମିଶାଇ ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ଲଗାନ୍ତୁ। ଏହା କରିବା ଦ୍ଵାରା ଏହି ସମସ୍ୟା ଦୂର ହେବ। ଏହି ଗଛର ତାନ୍ତ୍ରିକ ଗୁଣ ମଧ୍ୟ ରହିଛି।

ଅପାମାର୍ଗ ଗଛର ବିଜକୁ ଶନିବାର ଦିନ ଆଣି ଏକ ନାଲି କପଡ଼ାରେ ବାନ୍ଧି ଶନିଙ୍କ ପାଠ କରିବା ପରେ ଏମିତି ଜାଗାରେ ରଖନ୍ତୁ ଯେମିତି ସେ ଜାଗାକୁ କେହି ଯାଇ ପାରୁନଥିବେ।

ଏହା ଦ୍ଵାରା ଆପଣଙ୍କ ଶତ୍ରୁ ଯେତେ ବି ଶକ୍ତିଶାଳି ହେଲେ ବି କିଛି କ୍ଷତି କରିପାରିବେନି। ଏହି ଗଛର ବିଜକୁ ଆଣି ଏକ ଲାଲ କପଡ଼ାରେ ରଖି ସେଥିରେ କିଛି ସିନ୍ଦୂର ଦେଇ ବାନ୍ଧି ଦିଅନ୍ତୁ। ଏହା ପରେ ବ୍ୟବସାୟର ଧନ ରଖିବା ଜାଗାରେ ରଖନ୍ତୁ। ଏହା ଦ୍ଵାରା ଧନର ବୃଦ୍ଧି ହେବ।

ପଢ଼ନ୍ତୁ ଏହି ଖବର:  Boosting Foods: ମସ୍ତିଷ୍କ ପାଇଁ ଏହି ୫ଟି ଖାଦ୍ୟ ବେଷ୍ଟ; ସବୁ କଷ୍ଟ କାମ ବି ଲାଗିବ ସହଜ

ଏହି ଗଛର ଚେରକୁ ଏକ ତାବିଜରେ ରଖି ଦେହରେ ଧରଣ କରିବା ଦ୍ଵାରା କୌଣସି ନକରାତ୍ମକ ଶକ୍ତି ବା କଳା ଯାଦୁର ପ୍ରଭାବ ପଡ଼ିବ ନାହିଁ। ଏହି ଗଛର ଚେରକୁ ଶୁଖାଇ ତିଳକରେ ମିଶାଇ ପ୍ରତ୍ୟେକଟି କାର୍ଯ୍ୟ କରିବାକୁ ଯାଉଥିବା ସମୟରେ ମୁଣ୍ଡରେ ଲଗାଆନ୍ତୁ, ସେଥିରେ ସଫଳ ମିଳିବ। କୌଣସି ପରୀକ୍ଷା ବା ବ୍ୟବସାୟ କ୍ଷେତ୍ରରେ ଭଲ ହେବ। ଏହା କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ଗ୍ରହ ଭଲ ସ୍ଥିତିକୁ ଆସିଯିବେ।
Published by:Lipina Das
First published: