News18 Odia Digital
Eye Pain: କିଛି ଦଶନ୍ଧି ପୂର୍ବରୁ ଆଖି ଯନ୍ତ୍ରଣା କିମ୍ବା ଥକ୍କାପଣର ସମସ୍ୟା ବହୁତ କମ୍ ଥିଲା, କାରଣ ସେତେବେଳେ କେବଳ ଟିଭି ପରଦା ଯୋଗୁଁ ଲୋକଙ୍କ ଆଖିକୁ କ୍ଷତି ପହଞ୍ଚୁଥିଲା, କିନ୍ତୁ ସମୟ ବଦଳିବା ସହିତ ଟେକ୍ନୋଲୋଜି ବହୁତ ବିକଶିତ ହୋଇଛି, ଏବଂ ବର୍ତ୍ତମାନ ପିଲାମାନେ, ବୃଦ୍ଧ ଓ ଛୋଟଙ୍କ ଆଖି ସମସ୍ୟା ଅଧିକ ବାହାରିବାରେ ଲାଗିଲାଣି।
ସବୁ ବୟସର ଲୋକ ଅଧିକାଂଶ ସମୟ ଲାପଟପ୍, କମ୍ପ୍ୟୁଟର, ମୋବାଇଲ୍ ଓ ସ୍ମାର୍ଟ ଟିଭି ସାମ୍ନାରେ ବିତାଇଥାଉଛନ୍ତି। ଏହି ଇଲେକ୍ଟ୍ରୋନିକ୍ ଗ୍ୟାଜେଟଗୁଡିକର ପରଦାରୁ ନିର୍ଗତ ଆଲୋକ ଆମ ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ, ଯେଉଁ କାରଣରୁ ସମସ୍ୟା ବଢ଼ିଥାଏ।
ସ୍କ୍ରିନ୍ ସାମ୍ନାରେ ଅଧିକ ସମୟ ବିତାଇବା ବିପଦପୂର୍ଣ୍ଣପରଦା ସାମ୍ନାରେ କ୍ରମାଗତ ଭାବରେ ସମୟ ବିତାଇବା ହେତୁ ଆଖିରେ ଥକ୍କା ଲାଗିବା ସହିତ ଆଖିରେ ପାଣି, ଦୁର୍ବଳ ଦୃଷ୍ଟିଶକ୍ତି, ଜଳୀୟ ଆଖି ଭଳି ସମସ୍ୟା ସୃଷ୍ଟି ହୁଏ। ଭୟାବହତା ପରିବର୍ତ୍ତେ କିଛି ସହଜ ପଦକ୍ଷେପ ଗ୍ରହଣ କରାଯାଇପାରେ। ଯାହା ଶୀଘ୍ର ଆରାମ ଦେବ।
ଆଖିର ଥକାପଣକୁ କିପରି ଦୂର କରିବେବିଶୁଦ୍ଧ ଜଳଯଦି ଆପଣଙ୍କ ଆଖି ଲଗାତାର ଲାପଟପ୍ କିମ୍ବା କମ୍ପ୍ୟୁଟରରେ କାମ କରିବାରେ ଥକ୍କି ଯାଇଛି, ତେବେ ଏକ ପାତ୍ରରେ ବିଶୁଦ୍ଧ ପାଣି ଗରମ କରନ୍ତୁ ଓ ସେଥିରେ କଟନ ବଲ୍ ରଖନ୍ତୁ। ବର୍ତ୍ତମାନ ଏହି କଟନ ବଲ୍ ବାହାର କରି ଆଖିରେ ଲଗାନ୍ତୁ। ଆପଣ ଏହାକୁ ଆଖିପତା ଉପରେ ମଧ୍ୟ ରଖିପାରିବେ, ଏହା ସମସ୍ୟା ଦୂର କରିବ। ସାବଧାନ ରୁହନ୍ତୁ ଯେ କଟନରେ ଥିବା ଜଳ ଅତ୍ୟଧିକ ଗରମ ନହେବା ଉଚିତ୍ ନଚେତ୍ ଆଫଣଙ୍କ ଆଖିର କ୍ଷତି ହୋଇପାରେ।
ଡ୍ରାକ୍ ମୋଡରେ ଗ୍ୟାଜେଟ୍ ବ୍ୟବହାର କରନ୍ତୁସାଧାରଣତଃ ଆମେ ରାତିରେ ଅନ୍ଧାରରେ ମୋବାଇଲ୍ କିମ୍ବା ଲାପଟପ୍ ଚଲାଇଥାଉ ଓ ସେମାନଙ୍କର ଆଲୋକ ଆମ ଆଖିରେ ଚାପ ପକାଇଥାଏ ଏବଂ ଏହା ଯନ୍ତ୍ରଣା ଆରମ୍ଭ କରେ। ଡ୍ରାକ ମୋଡରେ ଗ୍ୟାଜେଟଗୁଡିକ ବ୍ୟବହାର କରିବାକୁ ଚେଷ୍ଟା କରିବା କରନ୍ତୁ। ଲାପଟପରେ କାମ କରିବାବେଳେ ଟିକେ ବିରତି ନେବା ମଧ୍ୟ ଆବଶ୍ୟକ। ଯଦି ଆଖି ଶୁଖିଗଲାଣି, ତେବେ ଡାକ୍ତରଙ୍କ ପରାମର୍ଶରେ ଆଇ ଡ୍ରପ୍ ବ୍ୟବହାର କରନ୍ତୁ।
ବରଫ ଲଗାନ୍ତୁଯେତେବେଳେ ଆଖି ଥକ୍କା ଅନୁଭବ କରେ, ଲୋକ ସାଧାରଣତଃ ଆଖିରେ ଥଣ୍ଡା ପାଣି ଛିଞ୍ଚନ୍ତି, କିମ୍ବା ମୁହଁ ଧୋଇ ଦିଅନ୍ତି। ଆପଣ ଚାହିଁଲେ ବରଫ ବ୍ୟବହାର କରିପାରିବେ। ଏଥିପାଇଁ ବରଫ ଖଣ୍ଡକୁ କଟନ କପଡ଼ାରେ ରଖି, ତା’ପରେ ଏହାକୁ ଆଖିରେ ଲଗାନ୍ତୁ। ଏହି ଉପାୟରୁ ଆପଣ ବହୁତ ଆରାମ ପାଇବେ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଏହା ନିଶ୍ଚିତ କରେ ନାହିଁ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।