News18 Odia Digital
Vastu Tips: ହିନ୍ଦୁ ଧର୍ମରେ ଜ୍ୟେତିଷ ଶାସ୍ତ୍ର ପରି ବାସ୍ତୁ ଶାସ୍ତ୍ରର ମଧ୍ୟ ଅନେକ ମହତ୍ୱ ରହିଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଡିଜାଇନ୍ ଏବଂ ଏହାକୁ ରଖିବାର ଉପାୟ ଘର ଏବଂ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ।
ତେବେ ଘରେ ଯଦି ବାସ୍ତୁ ଦୋଷ ଅଛି ଏହା ପ୍ରତ୍ୟେକ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିଥାଏ। ଯାହାଫଳରେ ଘରେ ଆର୍ଥିକ ସମସ୍ୟା ସହ ଅନ୍ୟାନ ସମସ୍ୟା ମଧ୍ୟ ଦେଖା ଦେଇଥାଏ।
ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଆଗରେ ଏପରି କିଛି ଜିନିଷ ଥାଏ ଯାହା ଆପଣଙ୍କୁ ଦାରିଦ୍ର କରିପାରେ। ବର୍ତ୍ତମାନ ଆସନ୍ତୁ ଜାଣିବା ଘର। ଘରେ କେଉଁ ଜିନିଷ ରହିଲେ ଏହା ଘରେ ଦାରିଦ୍ର ଆଣିଥାଏ।
ତେବେ ଆସନ୍ତୁ ଜାଣିବା ଏହି ଜିନିଷ ଗୁଡ଼ିକ ବିଷୟରେ...୧.
ମଇଳା ପାଣି: ଯଦି ଘର ବାହାରେ ମଇଳା ପାଣି ଜମା ହୁଏ, ତେବେ ଏହା ଦାରିଦ୍ର୍ୟର କାରଣ ହୋଇପାରେ। ମୁଖ୍ୟ ଦ୍ୱାର ନିକଟରେ କୌଣସି ଗର୍ତ୍ତ କିମ୍ବା ଜଳ ରହିବା ପରି ସ୍ଥାନ ରହିବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏପରି ମଇଳା ସମସ୍ୟା ସୃଷ୍ଟି କରିଥାଏ।
୨.
ଡଷ୍ଟବିନ୍: ବାସ୍ତୁ ଶାସ୍ତ୍ର ଅନୁସାରେ ଘର ସାମ୍ନାରେ ଅଳିଆ ଦଗା ବା ଡଷ୍ଟବିନ୍ ରହିଲେ ଏହା ଘରେ ଆର୍ଥିକ ସମସ୍ୟା ସୃଷ୍ଟି କରେ। କାରଣ ମା' ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ଘର ଆଗ ଅପରିଷ୍କାର ରହିଲେ ମା' ସେଠାକୁ ପ୍ରବେଶ କରନ୍ତି ନାହିଁ। ତେଣୁ ଘରେ ଅଶାନ୍ତି ସୃଷ୍ଟି ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେଇଥାଏ।
୩.
ଇଲେକ୍ଟ୍ରି ପୋଲ: ଘର ସାମ୍ନାରେ ଏକ ଇଲେକ୍ଟ୍ରି ପୋଲର ଉପସ୍ଥିତି ଯୋଗୁଁ ଘରେ ଝଗଡା ଲାଗିଥାଏ। ସଦସ୍ୟମାନଙ୍କ ମଧ୍ୟରେ କୌଣସି ସମନ୍ୱୟ ରୁହେ ନାହିଁ।
୪.
କଣ୍ଟା ଗଛ: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘର ବାହାରେ କଣ୍ଟା ଗଛ ଲଗାଇବା ଅଶୁଭ ବୋଲି କୁହାଯାଏ। କାରଣ କଣ୍ଟା ଜିନିଷ ଅସୁବିଧାର ସଙ୍କେତ ହୋଇଥାଏ। ଏପରି ଜିନିଷକୁ ଘର ବାହାରେ ଲଗାନ୍ତୁ ନାହିଁ।
ପଢ଼ନ୍ତୁ ଏହି ଖବର: ଆଉ ଏକ ବିପଦ! ଭାରତରେ ସଂକ୍ରମଣର ରୂପ ନେଲାଣି ଥଣ୍ତା; ଜାଣନ୍ତୁ ଲକ୍ଷଣ୫.
ପଥର ଇଟା: ଘର ବାହାରେ ଇଟା ଓ ପଥର ଭଳି ଜିନିଷ ରହିବା ଉଚିତ୍ ନୁହେଁ । ଘର ବାହାରେ ଇଟା ଓ ପଥର ଭଳି ଜିନିଷ ରଖିବା ଦ୍ୱାରା ସୁଖ ଏବଂ ସମୃଦ୍ଧିର ପଥରେ ବାଧା ସୃଷ୍ଟି ହୁଏ ।
ପଢ଼ନ୍ତୁ ଏହି ଖବର: Turmeric Milk Benefits: ରାତିରେ ପିଅନ୍ତୁ ଗୋଟିଏ କପ ହଳଦୀ କ୍ଷୀର; ମିଳିବ ଗଜବ ଫାଇଦା୬.
ଉଚ୍ଚ ରାସ୍ତା: ଯଦି ଘର ରାସ୍ତାଠାରୁ କମରେ ରହିଥାଏ ତେବେ ବାସ୍ତୁ ଅନୁଯାୟୀ ଏହା ଠିକ୍ ନୁହେଁ । ରାସ୍ତା ତଳେ ଏକ ଘର ରହିବା ଦ୍ୱାରା ସେହି ଘରକୁ ନକାରାତ୍ମକ ଶକ୍ତି ଆସିଥାଏ। ଯାହାଫଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହାଇଥାଏ। ତେଣୁ ରାସ୍ତାଠାରୁ ଅଧିକ ଉଚ୍ଚ ସ୍ଥାନରେ ଘର ନିର୍ମାଣ କରାଯିବା ଉଚିତ୍।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।