Tea Benefits For Skin: ଏହି Tea ପିଇବା ଦ୍ବାରା ସୁନ୍ଦର ହୋଇଯିବ ଚେହେରା

Tea Benefits For Skin: ଚା' ପିଇବା ଦ୍ୱାରା କେବଳ ଚାପ ହ୍ରାସ ହୁଏ ନାହିଁ, ବରଂ ଏଥିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଚର୍ମକୁ ଉଜ୍ଜ୍ୱଳ ରଖିବାରେ ସାହାଯ୍ୟ କରିଥାଏ।

ଏହି Tea ପିଇବା ଦ୍ବାରା ସୁନ୍ଦର ହୋଇଯିବ ଚେହେରା

ଏହି Tea ପିଇବା ଦ୍ବାରା ସୁନ୍ଦର ହୋଇଯିବ ଚେହେରା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Tea Benefits For Skin: ବର୍ତ୍ତମାନ ସମୟରେ ଅନେକ ଲୋକ ଚା' (Tea) ପିଇବାକୁ ବହୁତ ପସନ୍ଦ କରଥାନ୍ତି। ଚା' (Tea) ପିଇବାର ଅନେକ ଲାଭ ମଧ୍ୟ ରହିଛି। ପ୍ରାୟତଃ କୁହାଯାଏ ଯେ କାଶ ଏବଂ ଥଣ୍ଡା ସମୟରେ ଚା' (Tea) ପିଇବା ଉଚିତ୍। କିନ୍ତୁ କେହି ଜାଣି ନ ଥିବେ ଯେ ଚା' (Tea Benefits For Skin) ତ୍ୱଚାକୁ ଉନ୍ନତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଖାଲି ଏତିକି ନୁହେଁ ଚା'ରେ ଭରପୁର ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ରହିବା ସହ ଆଣ୍ଟି-ଏଜେନ୍ସି ଗୁଣ ମଧ୍ୟ ରହିଥାଏ। ଯାହା ତ୍ୱଚାକୁ ଉଜ୍ୱଳ ରଖିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଚା' ପିଇବା ଦ୍ବାରା ଦୂର ହେବ ସ୍କିନ ସମସ୍ୟା...

୧. ଅଳେଇଚ ମିଶା ଚା'ର ଉପକାରିତା- ଏହି ଚା'ରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ। ଯାହା ଶରୀର ପ୍ରତି ଭଲ ହେବା ସହ ଚର୍ମକୁ ଉନ୍ନତ ମଧ୍ୟ ରଖିଥାଏ। ଏହା ମୁହଁରୁ ଦାଗ ହଟାଇବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ। ଏହା ସହିତ ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ମାଙ୍ଗାନିଜ୍ ସମେତ ଆଣ୍ଟି-ଏଜିଙ୍ଗ୍ ଗୁଣ ମଧ୍ୟ ଭରପୁର ରହିଥାଏ।

୨. ଅଦା ଓ ହଳଦି ମିଶା ଚା'ର ଉପକାରିତା- ଅଦା ଓ ହଳଦି ମିଶା ଚା' କୌଣସି ଔଷଧ ଠାରୁ କମ୍‌ ନୁହେଁ। ଏହାର ବ୍ୟବହାର ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ। ଯେପରିକି ଶରୀରର ବ୍ୟଥା ଓ ଚର୍ମ ଜନିତ ସମସ୍ୟା।

୩. ଅଁଳା ହର୍ବାଲ ଟି'ର ଉପକାରିତା- କୁହାଯାଏ ଯେ ଗ୍ରୀନ ଟି, ବ୍ଲାକ ଟି ସମେତ ଅଁଳା ହର୍ବାଲ ଟି ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ। ଅଁଳା ରସ ଶରୀରରେ ଭିଟାମିନ-ସି ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ। ଫଳରେ ଚର୍ମରୁ କୋଲେଜନ ଫର୍ମେସନ ହେବା ସହ ତ୍ୱଚା କୋମଳ ଓ ସୁନ୍ଦର ଦେଖାଯାଇଥାଏ।

୪. ବ୍ଲାକ ଟି'ର ଉପକାରିତା- କେହି କେହି ବୟସ ନ ହେବା ଆଗରୁ ବୟସ୍କ ଦେଖା ଯାଇଥାନ୍ତି। ସେମାନଙ୍କ ପାଇଁ ବ୍ଲାକ୍‌ ଟି ଅତ୍ୟନ୍ତ ଭଲ ହୋଇଥାଏ। କାରଣ ଏଥିରେ ଥିବା ପଲିଫେନୋଲ ଏବଂ ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ କୁ଼ଞ୍ଚିତ ହେବାରୁ ରକ୍ଷା କରିଥାଏ। ଏହା ବ୍ୟତୀତ ତ୍ୱଚାରେ ଥିବା ଦାଗକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରେ।

ପଢ଼ନ୍ତୁ ଏହି ଖବର:  ଝିଅ ମାନଙ୍କର ଏହି ଅଙ୍ଗରେ କେଶ ଥିଲେ କଣ ହୁଏ? ଜାଣନ୍ତୁ ଶୁଭ ନା ଅଶୁଭ

୫. ଗ୍ରୀନ ଟିର ଉପକାରୀତା- ଗ୍ରୀନ ଟି ତ୍ୱଚା ପାଇଁ ଅତ୍ୟନ୍ତ ଭଲ ହୋଇଥିବା ବେଳେ ଏହା ବର୍ଣ୍ଣ ହୋଇଯାଇଥିଲା ଚର୍ମକୁ ମଶ୍ଚରାଇଜ୍ ରଖିଥାଏ। ଖାଲି ଏତିକି ନୁହେଁ ବରଂ ଏଥିରେ ଥିବା ଆଣ୍ଟି ଇଂଫ୍ଲେମେଟରୀ ଗୁଣ ତ୍ୱଚାକୁ ହାଇଡ୍ରେଟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।
Published by:Lipina Das
First published: