News18 Odia Digital
Food For Liver: ଲିଭର (Liver) ଆମ ଶରୀରର ଏକ ମୁଖ୍ୟ ଅଙ୍ଗ, ଯାହାକି ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଶରୀରକୁ ସୁସ୍ଥ (Fitness) ରଖେ। ଲିଭର ସୁସ୍ଥ ରହିଲେ ଆମେ ଲିଭର ସୋରୋସିସ ଏବଂ ଫ୍ୟାଟି ଲିଭର (Fatty Liver) ଭଳି ଜଟିଳ ସମସ୍ୟାରୁ ରକ୍ଷା ପାଇପାରିବା। ତେବେ ଲିଭରକୁ କେମିତି ସୁସ୍ଥ ରଖିବେ ଏବଂ ଲିଭର ଜନିତ ସମସ୍ୟାକୁ କେମିତି ଏଡ଼ାଇବେ?
ଏନେଇ ଆସନ୍ତୁ ଜାଣିବା ବିଶିଷ୍ଟ ହେପାଟୋଲୋଜିଷ୍ଟ ଡାକ୍ତରଙ୍କ ଠାରୁ କିଛି ଖାସ ଟିପ୍ସ...ଆମ ଲିଭର (Liver) ନିଜକୁ ନିଜେ ଠିକ କରିପାରେ। କିନ୍ତୁ ଲିଭର ଉପରେ ଅତ୍ୟଧିକ ଚାପ ପଡ଼ିବା ଫଳରେ ତାହା ଖରାପ ହେବାକୁ ଲାଗେ। ଯେତେବେଳେ ଲିଭର ସମ୍ପୂର୍ଣ୍ଣ କାମ କରିବା ବନ୍ଦ କରିଦିଏ ସେତେବେଳେ ଲିଭର ପ୍ରତ୍ୟାରୋପଣର ଆବଶ୍ୟକ ପଡ଼େ।
ଯାହାକି ମାତ୍ର ୭ ରୁ ୯% ଲୋକଙ୍କ ମଧ୍ୟରେ ଦେଖାଯାଏ। ସେଥିପାଇଁ କୁହାଯାଏ ଯେ, ଆରୋଗ୍ୟ ଠାରୁ ପ୍ରତିରୋଧ ଭଲ। ଲିଭରକୁ ସୁସ୍ଥ ରଖିବାକୁ ହେଲେ ଜନ୍ମ ପରେ ହିଁ ଛୁଆଙ୍କୁ ହେପାଟାଇଟିସ-B ଭ୍ୟାକ୍ସିନ ଦେବା ଉଚିତ୍।
ଏହାସହ ଗର୍ଭବତୀ ମହିଳା ହେପାଟାଇଟିସ ପରୀକ୍ଷା କରିନେବା ଉଚିତ୍। ଏହାଦ୍ବାରା ହେପାଟାଇଟିସ ରୋଗକୁ ଅନେକ ମାତ୍ରାରେ ରୋକା ଯାଇପାରିବ। ଏହାସହ ମଦ୍ୟପାନ ବିଲକୁଲ କରିବା ଉଚିତ୍ ନୁହେଁ । ଯଦି କରୁଛନ୍ତି ତେବେ ସୀମା ମଧ୍ୟରେ ମଦ୍ୟପାନ କରିବା ଉଚିତ୍ ଯେପରିକି ଲିଭର ଉପରେ ଏହାର ଖରାପ ପ୍ରଭବ ନପଡ଼େ।
ଆଜିକାଲି ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟାଭ୍ୟାସ ଯୋଗୁଁ ହିଁ ଏହିଭଳି ସମସ୍ୟା ଦେଖିବାକୁ ମିଳେ। ମୋଟାପଣ, ଜଙ୍କଫୁଡ୍ ସେବନ ଏବଂ ମଧୁମେହ ଆଦି ରୋଗ ଯୋଗୁଁ ଲିଭର ସମସ୍ୟା ଦେଖାଦେବାର ସମ୍ଭାବନା ଅଧିକ ରହିଥାଏ। ଉଚିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦ୍ଵାରା ସମସ୍ୟା ବଢ଼ିବା ପୂର୍ବରୁ ତା’ର ଚିକିତ୍ସା କରିହେବ।
ତେବେ ଆଜିକାଲି ଲିଭରରେ ଦେଖା ଦେଉଥିବା ଅନ୍ୟତମ ମୁଖ୍ୟ ସମସ୍ୟା ହେଉଛି ଫ୍ୟାଟି ଲିଭର ଅର୍ଥାତ ଲିଭରରେ ଚର୍ବି ଜମା ହୋଇ ଅଧିକ ମୋଟା ହୋଇଯିବା।
ସେହିପରି ଫ୍ୟାଟି ଫୁଡ୍ସ ବା ଜଙ୍କ ଫୁଡ୍ସ ଆଦି ମଧ୍ୟ ଖାଇବା ଉଚିତ୍ ନୁହେଁ। ପ୍ରୋଟିନ ଆମ ଶରୀରରେ ପାଇଁ ଭଲ ହେବା ସହ ଏଥିରେ ଥିବା କ୍ୟାଲୋରି ଦ୍ଵାରା ଆମ ଶରୀରରେ ଅଧିକ ଫ୍ୟାଟ ଜମା ହୁଏନାହିଁ। ତେଣୁ କ୍ଷୀରଜାତୀୟ ଖାଦ୍ୟ, ଅଣ୍ଡା, ଛୋଟ ମାଛ, ଚିକେନ ଆଦି ଖାଦ୍ୟ ଖାଇପାରିବେ।
ଏହାସହ ଡ୍ରାଏ ଫ୍ରୁଟ୍ସ ହିସାବରେ ଆଲମଣ୍ଡ ଏବଂ ୱାଲନଟ୍ସ ଆମ ଲିଭର ପାଇଁ ଭଲ ହୋଇଥାଏ। ସେହିପରି ଅଧିକ ମିଠା ନଥିବା ଫଳମୂଳ ମଧ୍ୟ ଖାଇପାରିବେ। ଯେପରିକି କାକୁଡି, ତରଭୁଜ, ଅମୃତଭଣ୍ଡା, ସେଓ ଆଦି ଶରୀର ତଥା ଲିଭର ପାଇଁ ବହୁତ ଭଲ ହୋଇଥାଏ। ସବୁଠୁ ଖାସ କଥା ହେଉଛି ସକାଳୁ ଶୀଘ୍ର ଖାଇବା ଏବଂ ରାତ୍ରି ଭୋଜନ ମଧ୍ୟ ଶୀଘ୍ର କରିବା।
ପଢ଼ନ୍ତୁ ପୂରା ଖବର: ଖାଉଛନ୍ତି କି ଅଧିକ ଲୁଣ? ସାବଧାନ! ଚାଲି ଯିବ ଆପଣଙ୍କ ଜୀବନଖାଇବା ସହ ଏହାକୁ ସନ୍ତୁଳନ କରିବା ପାଇଁ ବ୍ୟାୟାମ ମଧ୍ୟ କରିବାକୁ ପଡ଼ିବ ଓ ଦିନକୁ ଯଥେଷ୍ଟ ପରିମାଣରେ ପାଣି ପିଇବାକୁ ହେବ। ଯଦି ଅତ୍ୟଧିକ ଗ୍ୟାସ ହେଉଛି କିମ୍ବା ଉପର ପେଟରେ ଯନ୍ତ୍ରଣା ହେଉଛି ତେବେ ଯଥାଶୀଘ୍ର ଡାକ୍ତରଙ୍କୁ ଦେଖାଇ ଚିକିତ୍ସା ଆରମ୍ଭ କରିବା ଉଚିତ୍।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।