Tea in Pregnancy: ଗର୍ଭାବସ୍ଥାରେ ଚା' ପିଇବା ଠିକ୍ ନା ଭୁଲ? ଆସନ୍ତୁ ଜାଣିବା...

Tea in Pregnancy: ଗର୍ଭାବସ୍ଥାରେ ଚା' ପିଇବା ଠିକ୍ କି ଭୁଲ? ଅଧିକାଂଶ ମହିଳାମାନେ ଗର୍ଭାବସ୍ଥାରେ ଚା' ପିଅନ୍ତି। କିନ୍ତୁ ଏହା କରିବା କେତେ ଲାଭଦାୟକ କିମ୍ବା କ୍ଷତିକାରକ ଆସନ୍ତୁ ଜାଣିବା...

ଗର୍ଭାବସ୍ଥାରେ ଚା' ପିଇବା ଠିକ୍ ନା ଭୁଲ? ଜାଣନ୍ତୁ

ଗର୍ଭାବସ୍ଥାରେ ଚା' ପିଇବା ଠିକ୍ ନା ଭୁଲ? ଜାଣନ୍ତୁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Tea in Pregnancy: ଭାରତୀୟମାନେ ଚା' (Tea) ପିଇବାକୁ ବେଶ୍ ଭଲ ପାଆନ୍ତି। କିଛି ମହିଳା ଅଛନ୍ତି ଯେଉଁମାନେ ଏକ କପ୍ ଚା' ସହିତ ନିଜ ଦିନ ଆରମ୍ଭ କରନ୍ତି। ହେଲେ ଗର୍ଭବତୀ ମହିଳାମାନେ ଗର୍ଭଧାରଣ (Pregnancy) ସମୟରେ ଏକ କପ୍ ଚା’ ପିଇବା ଶିଶୁ ଏବଂ ମା’ଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଉଛି ତାହା ଜାଣିବା ଜରୁରୀ। ଆଜିର ଆର୍ଟିକିଲ୍ ଏହି ବିଷୟ ଉପରେ ଆଣଙ୍କୁ କିଛି ଖାସ୍ କଥା ଜଣାଇବାକୁ ଯାଉଛି।

ଆଜି, ଆମେ ଆପଣଙ୍କୁ ଏହି ଆର୍ଟିକିଲ୍ ମାଧ୍ୟମରେ କହିବୁ ଯେ ଯଦି ମହିଳାମାନେ ଗର୍ଭାବସ୍ଥାରେ ଚା’ ପିଅନ୍ତି, ତେବେ ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଉଛି। ଆସନ୍ତୁ ଜାଣିବା...

ଗର୍ଭାବସ୍ଥାରେ ଚା' ପିଇବା ଭଲ କି ଖରାପ? ( Is it Safe to Drinking Tea While Pregnant?)

ଗର୍ଭାବସ୍ଥାରେ ମହିଳାମାନେ ଡାକ୍ତରଙ୍କ ପରାମର୍ଶରେ ଚା’ ପିଇବା ଉଚିତ୍। ଚା' ଉଭୟ ମା' ଏବଂ ଶିଶୁର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏଭଳି ପରିସ୍ଥିତିରେ ମହିଳାମାନେ ଏହାର ଅସୁବିଧା ବିଷୟରେ ଜାଣିବା ଜରୁରୀ।

ପଢ଼ନ୍ତୁ ଏହି ଖବର: ଲାପଟପ୍ ଓ ମୋବାଇଲ ଦେଖି ଥକ୍କି ଯାଉଛି କି ଆପଣଙ୍କ ଆଖି: ଆପଣାନ୍ତୁ ଏହି ଉପାୟ

ନକାରାତ୍ମକ ପ୍ରଭାବ ଗୁଡ଼ିକ ହେଲା...

୧. ଗର୍ଭାବସ୍ଥାରେ ମହିଳାମାନେ ଯଦି ଚା’ ପିଅନ୍ତି, ତେବେ ଅମ୍ଳତା ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏହା ଗ୍ୟାସ୍, ଡିହାଇଡ୍ରେସନ୍, ଏସିଡ୍ ରିଫ୍ଲକ୍ସ ଇତ୍ୟାଦି ସମସ୍ୟା ସୃଷ୍ଟି କରିପାରେ।

୨. ଯଦି ମହିଳାମାନେ ଗର୍ଭାବସ୍ଥାରେ ଚା’ ପ୍ରତିଦିନ ଚା' ପିଉଛନ୍ତି, ତେବେ ଏହା ଶରୀରରେ ଆଇରନ ଅଭାବ ମଧ୍ୟ ସୃଷ୍ଟି କରିପାରେ। ଆଇରନ ଅଭାବ ହେତୁ ମହିଳାମାନଙ୍କୁ ରକ୍ତହୀନତା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ପଢ଼ନ୍ତୁ ଏହି ଖବର: Quit Alcohol: ଛାଡ଼ିବାକୁ ଚାହୁଁଛନ୍ତି କି ମଦ? ଏହି ହୋମ ରେମେଡି ଆପଣଙ୍କୁ କରିବ ସାହାଯ୍ୟ

୩. ଯଦି ମହିଳାମାନେ ଗର୍ଭାବସ୍ଥାରେ ଚା’ ଦୁଇରୁ ତିନି କପ୍ ପିଉଛନ୍ତି, ତେବେ ଏହି କାରଣରୁ ମହିଳାମାନଙ୍କୁ ମଧ୍ୟ ନିଦ୍ରାହୀନତାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଉ ନିଦ ନହେବା ଦ୍ବାରା ସେତେବେଳେ ଷ୍ଟ୍ରେସ୍ ସମସ୍ୟା ବଢ଼େ। କ୍ରୋଧ, ମେଦବହୁଳତା, ଥକ୍କାପଣା ଇତ୍ୟାଦି ସମସ୍ୟା ମଧ୍ୟ ଆରମ୍ଭ ହେବାକୁ ଲାଗେ।

୪. ଗର୍ଭାବସ୍ଥାରେ ଚା' ପିଇବା ଚାପର ସମସ୍ୟା ମଧ୍ୟ ଆଣିପାରେ। ଏଭଳି ପରିସ୍ଥିତିରେ ମହିଳାମାନେ କେବଳ ଡାକ୍ତରଙ୍କ ପରାମର୍ଶରେ ସେମାନଙ୍କ ଡାଏଟରେ ଚା’ ମିଶାଇବା ଉଚିତ୍।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
Published by:Lipina Das
First published: