ଡେଙ୍ଗୁ ହେଲେ ଭୟଭୀତ ହୁଅନ୍ତୁ ନାହିଁ; ଶରୀରରେ ଏହି ଲକ୍ଷଣ ଦେଖାଦେଲେ କରନ୍ତୁ ଉପଯୁକ୍ତ ଚିକିତ୍ସା

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଡେଙ୍ଗୁର ପ୍ରାରମ୍ଭିକ ଲକ୍ଷଣ ଜ୍ୱର ଭଳି ରହିଥାଏ, ଏହି କାରଣରୁ ଅଧିକାଂଶ ଲୋକ ଏହାକୁ ଚିହ୍ନଟ କରିପାରନ୍ତି ନାହିଁ । କିନ୍ତୁ ସମୟ ସହିତ ଏହାର ଲକ୍ଷଣ ଧୀରେ ଧୀରେ ବୃଦ୍ଧି ହୋଇଥାଏ ।

ଡେଙ୍ଗୁ ହେଲେ ଭୟଭୀତ ହୁଅନ୍ତୁ ନାହିଁ; ଶରୀରରେ ଏହି ଲକ୍ଷଣ ଦେଖାଦେଲେ କରନ୍ତୁ ଉପଯୁକ୍ତ ଚିକିତ୍ସା

ଡେଙ୍ଗୁ ହେଲେ ଭୟଭୀତ ହୁଅନ୍ତୁ ନାହିଁ; ଶରୀରରେ ଏହି ଲକ୍ଷଣ ଦେଖାଦେଲେ କରନ୍ତୁ ଉପଯୁକ୍ତ ଚିକିତ୍ସା

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

Health tips; ଆଜିକାଲିର ସବୁଠାରୁ ଗୁରୁତର ରୋଗ ମଧ୍ୟରୁ ଡେଙ୍ଗୁ ହେଉଛି ଅନ୍ୟତମ ।  ପ୍ରତିବର୍ଷ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଏହି ମାରାତ୍ମକ ରୋଗରେ ମୃତ୍ୟୁ ବରଣ କରନ୍ତି । ଅଧିକାଂଶ ଡେଙ୍ଗୁ ରୋଗୀଙ୍କ ଚିହ୍ନଟ ବର୍ଷା ଋତୁର ପ୍ରାରମ୍ଭରେ ହୋଇଥାଏ ଏବଂ ଏହି ସମୟରେ ହିଁ ଅଧିକ ସତର୍କତା ଆବଶ୍ୟକ ହୋଇଥାଏ । ଏହି ରୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସରକାର ନିରନ୍ତର ଲୋକଙ୍କୁ ଡେଙ୍ଗୁ ବିଷୟରେ ଅବଗତ କରାଉଛନ୍ତି । ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ । ମାଈ 'ଏଡିସ' ମଶା କାମୁଡିବାଦ୍ୱାରା ଜଣେ ସୁସ୍ଥ ମଣିଷ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥାଏ । ଏହି ମଶା ଦିନ ସମୟରେ କାମୁଡିଥାଏ । ଏହି ମଶା କାମୁଡ଼ିବାର ପ୍ରାୟ ୩-୫ ଦିନ ପରେ ରୋଗୀଙ୍କଠାରେ ଡେଙ୍ଗୁ ଜ୍ୱରର ଲକ୍ଷଣ ଦେଖାଯାଏ । ଶରୀରରେ ରୋଗ ବିକାଶର ଅବଧି ୩ ରୁ ୧୦ ଦିନ ମଧ୍ୟ ହୋଇପାରେ ।

ଲକ୍ଷଣ;- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଡେଙ୍ଗୁର ପ୍ରାରମ୍ଭିକ ଲକ୍ଷଣ ଜ୍ୱର ଭଳି ରହିଥାଏ, ଏହି କାରଣରୁ ଅଧିକାଂଶ ଲୋକ ଏହାକୁ ଚିହ୍ନଟ କରିପାରନ୍ତି ନାହିଁ । କିନ୍ତୁ ସମୟ ସହିତ ଏହାର ଲକ୍ଷଣ ଧୀରେ ଧୀରେ ବୃଦ୍ଧି ହୋଇଥାଏ ।

  • ଗଳାରେ ସାମାନ୍ୟ ଯନ୍ତ୍ରଣା

  • ଥଣ୍ଡା ଲାଗିବା ପରେ ହଠାତ୍ ଅତ୍ୟଧିକ ଜ୍ୱର ହେବା

  • ମୁଣ୍ଡବିନ୍ଧା, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା

  • ଭୋକ ନଲାଗିବା, ବାନ୍ତି, ଏବଂ ପାଟିର ସ୍ୱାଦଖରାପ ହୋଇଯିବା

  • ଅତ୍ୟଧିକ ଦୁର୍ବଳ ଅନୁଭବ କରିବା

  • ଆଖି ପତା ବଥା ହେବା

  • ଶରୀର ଉପରେ ଲାଲ ରଙ୍ଗର ରାସେସ ପଡିଯିବା, ବିଶେଷକରି ମୁହଁ, ବେକ ଏବଂ ଛାତିରେ


ଡେଙ୍ଗୁର ଶିକାର ହୋଇଥିବା ଅଧିକାଂଶ ଲୋକ ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯାଆନ୍ତି । କିନ୍ତୁ କେତେକ କ୍ଷେତ୍ରରେ, ଗୁରୁତର ଲକ୍ଷଣ ଏବଂ ଠିକ୍ ସମୟରେ ଚିକିତ୍ସା ନହେବା କାରଣରୁ ଏହା ସାଂଘାତିକ ହୋଇପାରେ । ପେଟରେ ଯନ୍ତ୍ରଣା, କ୍ରମାଗତ ବାନ୍ତି, ମଳ-ମୂତ୍ରରେ କିମ୍ବା ବାନ୍ତିରେ ରକ୍ତ ପଡିବା ଭଳି ଲକ୍ଷଣ ଗୁରୁତର ହୋଇପାରେ ।

ଚିକିତ୍ସାସାଧାରଣତଃ ଡେଙ୍ଗୁ ଜ୍ୱରର ଲକ୍ଷଣ ଚିକେନଗୁନିଆ, ଜିକା ଭାଇରସ, ମ୍ୟାଲେରିଆ ଏବଂ ଟାଇଫଏଡ୍ ଜ୍ୱର ଭଳି ରୋଗର ଲକ୍ଷଣ ସହ ସମାନ ହୋଇପାରେ, ତେଣୁ ଡାକ୍ତରମାନେ ଏହାର ଚିହ୍ନଟ ପାଇଁ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଅନ୍ତି । ଡେଙ୍ଗୁ ନିଶ୍ଚିତ ହେବା ପରେ ଏହାର ଲକ୍ଷଣ ଆଧାରରେ ଚିକିତ୍ସା ଆରମ୍ଭ ହୁଏ ।  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଡେଙ୍ଗୁ ଜ୍ୱର ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ । ରୋଗୀକୁ ପ୍ରଚୁର ତରଳ ପଦାର୍ଥ ସେବନ କରିବାକୁ ପରାମର୍ଶ ଦିଆଯାଏ । ରୋଗୀର ଲକ୍ଷଣ ଆଧାରରେ ଔଷଧ ଦିଆଯାଏ । କେତେକ ରୋଗୀଙ୍କର ରକ୍ତରେ କମ୍ ପରିମାଣର ପ୍ଲେଟଲେଟ୍ ଥାଏ, ଯାହା ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ କରିପାରେ ।

ପ୍ରତିକାର
ଡେଙ୍ଗୁରୁ ସୁରକ୍ଷିତ ରହିବା ପାଇଁ ପ୍ରତିକାର ସର୍ବୋତ୍ତମ ଉପାୟ ହୋଇପାରେ । ଏଡିଶ ମଶାଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଏଡିସ ମଶା ସାଧାରଣ ମଶାଠାରୁ ଭିନ୍ନ ହୋଇଥାଏ । ଏହା ଦିନବେଳେ କାମୁଡିଥାଏ । ତେଣୁ ଏହି ମଶାଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଘର ଏବଂ ଆଖପାଖ ଅଞ୍ଚଳରେ ଅଳିଆ ଜମା କରି ରଖନ୍ତୁ ନାହିଁ । ଏହାକୁ ପରିସ୍କାର ପରିଛନ୍ନ ରଖନ୍ତୁ । ଫୁଲ ସ୍ଲିଭ୍ ପୋଷାକ ପିନ୍ଧନ୍ତୁ । ଡେଙ୍ଗୁ ମଶା ସାଧାରଣତଃ ଜମି ରହିଥିବା ପାଣିରେ ପ୍ରଜନନ କରନ୍ତି, ତେଣୁ କୌଣସି ସ୍ଥାନରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ ।  ଅନ୍ତତଃ ପକ୍ଷେ ସପ୍ତାହରେ ଥରେ ଖାଲି ପାତ୍ର, ପାଣିଟାଙ୍କି ଏବଂ କୁଲର ଇତ୍ୟାଦିରୁ ପାଣି ବାହାର କରି ସଫା କରନ୍ତୁ । ମଶାଠାରୁ ରକ୍ଷା ପାଇବା ଲାଗି ମଶାରୀ ଏବଂ ସ୍ପ୍ରେର ବ୍ୟବହାର କରନ୍ତୁ । ଏହିପରି ପ୍ରତିଷେଧକ ବ୍ୟବସ୍ଥା ବ୍ୟବହାର କରି, ଡେଙ୍ଗୁ ସଂକ୍ରମଣରୁ ସୁରକ୍ଷିତ ରହିପାରିବେ ।
Published by:Soubhagya Mishra
First published: