ଚାକିରି ଲାଇଫ୍ ହେତୁ କମିବାରେ ଲାଗିଛି ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା; ବଢୁଛି ମାନସିକ ଚିନ୍ତା

Sperm count of men: ଗବେଷଣାରେ ହେଲା ବଡ଼ ଖୁଲାସା। ଚାକିରି ଜୀବନ ହେତୁ ପୁରୁଷଙ୍କ ମଧ୍ୟରେ ଦେଖା ଦେଉଛି ସମସ୍ୟା। କମିବାରେ ଲାଗିଛି ସ୍ପର୍ମ କାଉଣ୍ଟ।

ଚାକିରି ଲାଇଫ୍ ହେତୁ କମିବାରେ ଲାଗିଛି ପୁରୁଷଙ୍କ ସ୍ପର୍ମ କାଉଣ୍ଟ

ଚାକିରି ଲାଇଫ୍ ହେତୁ କମିବାରେ ଲାଗିଛି ପୁରୁଷଙ୍କ ସ୍ପର୍ମ କାଉଣ୍ଟ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Sperm count of men: ଦିନକୁ ଦିନ ମଣିଷର ଜୀବନଶୈଳୀ (Lifestyle) ବଦଳିବାରେ ଲାଗିଛି ଯାହାର ସିଧାସଳଖ ପ୍ରଭାବ ଉଭୟେ ପୁରୁଷ ଏବଂ ମହିଳାଙ୍କ (Men and Women) ସ୍ୱାସ୍ଥ୍ୟ ଉପରେ ପଡୁଛି।

ତେବେ, ସବୁଠାରୁ ଅଧିକ ପ୍ରଭାବ ପୁରୁଷମାନଙ୍କ (Men) ଉପରେ ପଡୁଛି। ଚାକିରି କରୁଥିବା ପୁରୁଷମାନଙ୍କ ଠାରେ ଶୁକ୍ରାଣୁ ହ୍ରାସ (Sperm count of men) ପାଉଥିବା ନେଇ ଡାକ୍ତରମାନେ ମତ ରଖିଛନ୍ତି।

ହାଭାର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାଇ ସ୍ପର୍ମ କାଉଣ୍ଟ (Sperm Count) କମିବ କିମ୍ବା ବଢ଼ିବ ତାହା ପୁରୁଷମାନଙ୍କ ଚାକିରି ଏବଂ ସେମାନେ କରୁଥିବା କାମ ଉପରେ ନିର୍ଭର କରିଥାଏ।

ନିକଟରେ ବୈଜ୍ଞାନିକମାନେ ଫର୍ଟିଲିଟି ସେଣ୍ଟରରେ ଚିକିତ୍ସିତ ହେଉଥିବା ୩୭୭ ଜଣ ପୁରୁଷଙ୍କ ଉପରେ ଗବେଷଣା ଆରମ୍ଭ କରିଥିଲେ। ସେମାନଙ୍କ ମଧ୍ୟରେ ଚାକିରି କରୁଥିବା ବ୍ୟକ୍ତିମାନଙ୍କର ଆକ୍ଟିଭିଟି ଉପରେ ସମୀକ୍ଷା କରାଯିବା ସହିତ ଜବ୍ ସିଫ୍ଟ ପ୍ୟାଟର୍ଣ୍ଣକୁ ମଧ୍ୟ ଫଲୋ କରାଯାଇଥିଲା।

ଏହା ବ୍ୟତୀତ ଏହି ରିସର୍ଚ୍ଚରେ ୫୩ଟି ଦେଶର ୫୭ ହଜାର ପୁରୁଷଙ୍କ ଶୁକ୍ରାଣୁ ସମ୍ବନ୍ଧିତ ଡାଟାକୁ ସାମିଲ କରାଯାଇଥିଲା। ୧୯୭୨ ମସିହା ଠାରୁ ଆରମ୍ଭ କରି ୨୦୧୮ ମଧ୍ୟରେ ପୁରୁଷଙ୍କର ସ୍ପର୍ମ ଇଜାକୁଲେସନ ୧୦୧ ମିଲିୟନ ହ୍ରାସ ପାଇ ୪୯ ମିଲିୟନରେ ପହଞ୍ଚିଥିବା ଜଣାପଡ଼ିଛି।

୧୯୭୦ରୁ ବର୍ତ୍ତମାନ ସୁଦ୍ଧା ପୁରୁଷଙ୍କ ସ୍ପର୍ମ କାଉଣ୍ଟ ୫୦ ପ୍ରତିଶତ ହ୍ରାସ ପାଇଛି। ଘଣ୍ଟା ଘଣ୍ଟା ଧରି ଟେବୁଲରେ ବସି କାମ କରିବା ଏବଂ ଖରାପ ଖାଦ୍ୟ ଅଭ୍ୟାସ, ଜୀବନଶୈଳୀ ହିଁ ଏଥିପାଇଁ ଦାୟୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଖାଲି ଏତିକି ନୁହେଁ ଆଜିକାଲି କା ଲାଇଫଷ୍ଟାଇଲ୍ ମଣିଷଙ୍କୁ ଅତ୍ୟାନ୍ତ ଦୁର୍ବଳ କରିସାରିଲାଣି। କେବେଳ ପୁରୁଷଙ୍କ ଦେହରେ ଶୁକ୍ରାଣୁ କମିବା ସମସ୍ୟା ଦେଖାଯାଉ ନାହିଁ ବରଂ ମାନସିକ ଚିନ୍ତା, ଚାପ, ଡିପ୍ରେସନ୍ ଭଳି ସମସ୍ୟା ମଧ୍ୟ ଉପୁଜିବାରେ ଲାଗିଛି।

ଅଫିସ କାମର ଅଧିକା ପ୍ରେସରକୁ ମୁଣ୍ଡରେ ଭରି ଜଣେ ବ୍ୟକ୍ତି ଘରେ ମଧ୍ୟ ଶାନ୍ତିରେ ଖାଇ ପିଇପାରୁନାହିଁ। ଏଥିପାଇଁ ବିଶେଷଜ୍ଞମାନେ କହୁଛନ୍ତି ଯେ କାମ ସମୟରେ କାମ କରି ନିଜ ଶରୀରର ପ୍ରତି ଅଧିକ ଧ୍ୟାନ ଦେବା ନିହାତି ଜରୁରୀ।

ପଢ଼ନ୍ତୁ ଏହି ଖବର:  ପଢ଼ା ମାମଲାରେ କେମିତି ଥିଲେ ବିରାଟ କୋହଲି? ଦେଖନ୍ତୁ ତାଙ୍କ ଦଶମ ମାର୍କସିଟ୍

ଯେମିତି କି ଖାଲି ସମୟରେ ଆପଣ ଆପଣଙ୍କ ପରିବାର ସହିତ ବାହାରକୁ ବୁଲିବାକୁ ଯାଇପାରିବେ, ଭଲ ମ୍ୟୁଜିକ ମଧ୍ୟ ଶୁଣି ମନ ଶାନ୍ତ କରିପାରିବେ। ଏହି ସବୁ ଜିନିଷରୁ ଆଶ୍ବସ୍ତି ପାଇବା ପାଇଁ ଆପଣ ଅଧିକରୁ ଅଧିକ ସମୟ ଧ୍ୟାନ ମଧ୍ୟ କରିପାରିବେ।
Published by:Lipina Das
First published: