News18 Odia Digital
Sleeping Position Vastu: ଯେତେବେଳେ ଜଣେ ବ୍ୟକ୍ତି ଶୋଇ (Sleep) ନଥାଏ ସେତେବେଳେ ତା ଶରୀର କାମ କରେ ଏବଂ ଯେତେବେଳେ ସେ ଶୋଇପଡ଼େ (Sleep) ସେତେବେଳେ ତା ମନ କାମ କରେ।
ଶୋଇବା ସମୟରେ (Sleeping Time) ଜଣେ ବ୍ୟକ୍ତି କେମିତି ଶୋଇଛି (Sleeping Position Vastu) ତାକୁ ଦେଖି ସେ ବ୍ୟକ୍ତିଜଣଙ୍କ କଣ ଭାବୁଛନ୍ତି ତାହା ଆପଣ ଜାଣିପାରିବେ। ଶୋଇବା ଶୈଳୀରେ ପରିବର୍ତ୍ତନ ହେଲେ ଆମ ମନ ମଧ୍ୟ ପରିବର୍ତ୍ତନ ହେଇଯାଏ।
ଯଦି ଆପଣ ଶୋଇବା ସମୟରେ ଘୁଗୁଡ଼ି ମାରୁଛନ୍ତି ତେବେ ଆପଣ ଜଣେ ଶନି କିମ୍ବା ଶୁକ୍ର ପ୍ରାଧାନ୍ୟ ବ୍ୟକ୍ତି। ଏପରି ଲୋକମାନେ ସବୁବେଳେ ନିଜ ମନ ଭିତରେ ବହୁତ୍ କଥା ଲୁଚେଇ ରଖନ୍ତି।
ସେମାନେ ନିଜ ମନ କଥା କାହାକୁ କୁହନ୍ତି ନାହିଁ। ଜୀବନରେ ଯେତେ ଖରାପ ଦିନ ଦେଖିବାକୁ ପଡୁ ନା କାହିଁକି, ଏହି ଲୋକେ କେବେ ବି ନିଜ ମନ କଥା କାହାକୁ କୁହନ୍ତି ନାହିଁ।
ଜ୍ୟୋତିଷଙ୍କ କହିବ ଅନୁସାରେ ଯେଉଁମାନେ ଅଧିକ ଶୋଇବାକୁ ପସନ୍ଦ କରନ୍ତି, ସେମାନେ ମଙ୍ଗଳ କିମ୍ବା ସୂର୍ଯ୍ୟଙ୍କ ଦ୍ୱାରା ପ୍ରଭାବିତ ହେଇଥାନ୍ତି। ଜୀବନରେ କିଛି ପାଇବା ପାଇଁ ଅଧିକ ଶୋଇବାକୁ ପସନ୍ଦ ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼େ। ସେମାନେ ନିଜ ମନ ଉପରେ ନିୟନ୍ତ୍ରଣ କରିପାରନ୍ତି ନାହିଁ।
ଯେଉଁ ଲୋକମାନେ ନିଘୋଡ଼ ନିଦରେ ଶୁଅନ୍ତି ସେମାନଙ୍କ ଉପରେ ସୂର୍ଯ୍ୟ ଏବଂ ଶନିଙ୍କର ମିଶ୍ରିତ ପ୍ରଭାବ ରୁହେ। ନିୟମ ଏବଂ ଅନୁଶାସନ ଦୃଷ୍ଟିରୁ ଏଭଳି ଲୋକମାନେ ବହୁତ କଠୋର ହେଇଥାନ୍ତି। ସେମାନଙ୍କ ଦାମ୍ପତ୍ୟ ଜୀବନ ଭଲ ନଥାଏ। ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସେମାନେ ଧ୍ୟାନ ଦେବା ଉଚିତ୍।
ପଢ଼ନ୍ତୁ ଏହି ଖବର: Blood Cancer: ଜମା କରନ୍ତୁନି ଏହି ଲକ୍ଷଣକୁ ଅଣଦେଖା; ହୋଇପାରେ ବ୍ଲଡ୍ କ୍ୟାନ୍ସରଶାନ୍ତିରେ ଶୋଇଥିବା ଲୋକ ସଂପୂର୍ଣ୍ଣ ରୂପେ ଶୁକ୍ର ଗ୍ରହ ପ୍ରଭାବରେ ଥାଆନ୍ତି। ସାଧାରଣତଃ କିଛି ଖରାପ କିମ୍ବା ଭଲ କିଛି ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ କରେ ନାହିଁ। ଫଳାଫଳ ଯାହା ହେଉନା କାହିଁକି, ଏହି ଲୋକେ ନିଜ ଇଚ୍ଛାନୁସାରେ କାମ କରନ୍ତି। ଭାଗ୍ୟ ଏବଂ ଖ୍ୟାତି ସବୁବେଳେ ସେମାନଙ୍କ ସହିତ ଥାଏ। ସେମାନେ ଜୀବନରେ ବହୁତ ଟଙ୍କା ରୋଜଗାର କରନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।