Green Tea: ଏହି ସମୟରେ ଜମା ପିଅନ୍ତୁନି ଗ୍ରୀନ ଟି; ଲଭ ବଦଳରେ ହେବ କ୍ଷତି

Green Tea Side Effects: ଲୋକ ପ୍ରାୟତଃ ଗ୍ରୀନ୍ ଟି ପିଅନ୍ତି, ଯାହା ଦ୍ବାରା ସେମାନଙ୍କ ଶରୀର ଅନେକ ଲାଭ ପାଇପାରେ, କିନ୍ତୁ ଯଦି ଆପଣ ସତର୍କତା ଅବଲମ୍ବନ କରନ୍ତି ନାହିଁ, ତେବେ ଲାଭ ବଦଳରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ।

ଏହି ସମୟରେ ଜମା ପିଅନ୍ତୁନି ଗ୍ରୀନ ଟି

ଏହି ସମୟରେ ଜମା ପିଅନ୍ତୁନି ଗ୍ରୀନ ଟି

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Green Tea Side Effects: ଆଜିକାଲି ଲାଇଫଷ୍ଟାଇଲରେ (Lifestyle) ଗ୍ରୀ ଟି (Green Tea) ପିଇବାକୁ ସମସ୍ତେ ପସନ୍ଦ କରୁଛନ୍ତି। ଗ୍ରୀନ ଟି ପିଇବାର ଫାଇଦା ମଧ୍ୟ ଲୋକଙ୍କୁ ମିଳୁଛି। ହେଲେ ଗ୍ରୀନ ଟି ପିଇବାର ସଠିକ ସମୟ ମଧ୍ୟ ଅଛି। ଯଦି ଆପଣ ଭୁଲ ସମୟରେ ଗ୍ରୀନ ଟି (Green Tea) ପିଉଛନ୍ତି ତେବେ ଏହି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ ନଚେତ୍ ଅସୁବିଧାରେ ପଡ଼ିପାରନ୍ତି।

ଶରୀର ସୁସ୍ଥ ରହିବା ପାଇଁ ପ୍ରାୟତଃ ଲୋକମାନେ ଗ୍ରୀନ ଟି ପିଇଥାନ୍ତି, କିନ୍ତୁ ଯଦି ଆପଣ ଗ୍ରୀନ ଟି ପିଇବା ସମୟରେ ସର୍ତକତା ଅବଲମ୍ବନ ନ କରନ୍ତି ତେବେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ସାଧାରଣତଃ ବିଶେଷଜ୍ଞମାନେ ସଠିକ ସମୟରେ ଗ୍ରୀନ ଟି ପିଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ କିଛି ଖାଦ୍ୟ ଓ ପାନୀୟ ଦ୍ରବ୍ୟର କିଛି ଖରାପ ଗୁଣ ମଧ୍ୟ ରହିଛି। ଯଦି ସଠିକ ସମୟରେ ଗ୍ରୀନ ଟିକୁ ବ୍ୟବହାର କରାନଯାଏ ତେବେ ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅସୁବିଧାର କାରଣ ହୋଇପାରେ। ତେବେ ଗ୍ରୀ ଟିର ନଏଡାରେ ଥିବା GIMS ହସ୍ପିଟାଲର ଜଣେ ଡାଏଟିସିଆନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

କେଉଁ ସମୟରେ ଗ୍ରୀନଟି ପିଇବା ଉଚିତ

ଖାଇବାର ଠିକ ଏକ ଘଣ୍ଟା ପୂର୍ବରୁ ଗ୍ରୀନ୍ ଟି ପିଇବା ଲାଭଦାୟକ ହୋଇଥାଏI ଏଥିରେ ଟେନିନ୍ ରହିଥିବା ହେତୁ , ଖାଇବାର ତୁରନ୍ତ ପରେ ଏହାକୁ ପିଇଲେ ବାନ୍ତି, କୋଷ୍ଠକାଠିନ୍ୟ ଏବଂ ପେଟ ଯନ୍ତ୍ରଣା ମଧ୍ୟ ହୋଇପାରେI ଏହାକୁ କେବଳ ଖାଲି ପେଟରେ ପିଇବାକୁ ଚେଷ୍ଟା କରନ୍ତୁ ଏବଂ ନିଶ୍ଚିତ ଭାବରେ ଏହା ସହିତ କିଛି ଖାଆନ୍ତୁI ଯଦି ଆପଣ ଦିନରେ ୩ କପରୁ ଅଧିକ ଗ୍ରୀନ ଟି ପିଅନ୍ତି, ତେବେ ଏହା ଶରୀର ପ୍ରତି କ୍ଷତିକାରକI ଖାଲି ଏତିକି ନୁହେଁ ଶୋଇବା ପୂର୍ବରୁ ଏହାକୁ ପିଇବା ଦ୍ୱାରା ଡିହାଇଡ୍ରେସନ୍ ମଧ୍ୟ ହୋଇପାରେI

ଗ୍ରୀନ ଟି ପିଇବାର ଉପକାରିତା

୧. କ୍ୟାନସରରୁ ରକ୍ଷା ମିଳିବ

ଗ୍ରୀନଟି ପିଇବା ଦ୍ୱାରା କ୍ୟାନ୍ସରରୁ ରକ୍ଷା ମିଳିଥାଏ। ଏହା ପୋଲିଫିନୋଲ୍ସ, ଟ୍ୟୁମର ଓ କ୍ୟାନ୍ସର ସେଲ୍ସକୁ ରୋକିବାରେ ସାହାଯ୍ୟ କରେ। ଖାସ କରି ବ୍ରେଷ୍ଟ କ୍ୟାନ୍ସର ଓ ପ୍ରୋଷ୍ଟେଟ କ୍ୟାନ୍ସର ପାଇଁ ଏହା ଅତ୍ୟନ୍ତ ଉପଯୋଗୀ।

୨. କୋଲେଷ୍ଟ୍ରଲର ପରିମାଣ ହ୍ରାସ କରେ

ନିୟମିତ ଭାବେ ଗ୍ରୀନ୍ ଟି ପିଇବା ଦ୍ୱାରା ରକ୍ତରେ ଖରାପ କୋଲେଷ୍ଟ୍ରଲର ପରିମାଣ କମିବା ସହ ରକ୍ତ ନଳୀରେ ଅବରୋଧକୁ ହ୍ରାସ କରିଥାଏ ଏବଂ ହୃଦରୋଗର ହେବାର ଆଶଙ୍କାକୁ ମଧ୍ୟ ରୋକିଥାଏI

୩. ଇନଫେକ୍ସନରୁ ରକ୍ଷା ମିଳିବା

ତ୍ୱଚା ପାଇଁ ଗ୍ରୀନ୍ ଟି ପିଇବା ଲାଭଦାୟକ ବୋଲି ବିବେଚନା କରାଯାଏI ଯାହାକୁ ପିଇବା ଦ୍ୱାରା ଚର୍ମ ସଂକ୍ରମଣରୁ ଅନେକ ସୁରକ୍ଷା ମିଳିଵା ସହ ମୁହଁରୁ ପିମ୍ପଲ୍ ମଧ୍ୟ କମିଯାଇଥାଏI

ପଢ଼ନ୍ତୁ ଏହି ଖବର:  ଖୁସି ଖବର: ଅକ୍ଷୟ ତୃତୀୟାରେ ଯଦି କିଣିବେ ସୁନା, ମିଳିବ ରିହାତି; ମେକିଂ ଚାର୍ଜ ଫ୍ରି

୪.ଓଜନ କମାଇବାରେ ସାହାଯ୍ୟ ହୋଇଥାଏ

ଗ୍ରୀନ୍ ଟିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ I ଯାହାକୁ ପିଇବା ଦ୍ୱାରା ଶରୀରରୁ ଚର୍ବି କମିଥାଏ ଇ ତେବେ ବ୍ୟାୟାମ କରିବା ପୂର୍ବରୁ ଏହାକୁ ପିଇଲେ ଏହା ଲାଭଦାୟକ ହୋଇଥାଏ ଇ

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
Published by:Lipina Das
First published: