ସଂକଷ୍ଠି ଚତୁର୍ଥୀରେ ଭଗବାନ ଗଣେଶଙ୍କୁ କିପରି କରିବେ ସନ୍ତୁଷ୍ଟ ? ଜାଣନ୍ତୁ ପୂଜା ପଦ୍ଧତି ଓ କଥା

ସଂକଷ୍ଠି ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ପୂଜା କରାଯାଏ । ଭକ୍ତମାନେ ସେମାନଙ୍କର ଖରାପ ସମୟ ଏବଂ ଜୀବନର ଅସୁବିଧାକୁ ଦୂର କରିବା ପାଇଁ ଏହି ଦିନ ଭଗବାନ ଗଣେଶଙ୍କୁ ପୂଜା କରନ୍ତି ।

ସଂକଷ୍ଠି ଚତୁର୍ଥୀରେ ଭଗବାନ ଗଣେଶଙ୍କୁ କିପରି କରିବେ ସନ୍ତୁଷ୍ଟ ? ଜାଣନ୍ତୁ ପୂଜା ପଦ୍ଧତି ଓ କଥା

ସଂକଷ୍ଠି ଚତୁର୍ଥୀରେ ଭଗବାନ ଗଣେଶଙ୍କୁ କିପରି କରିବେ ସନ୍ତୁଷ୍ଟ ? ଜାଣନ୍ତୁ ପୂଜା ପଦ୍ଧତି ଓ କଥା

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

Sankashti Chaturthi 2022: ସଂକଷ୍ଠି ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ପୂଜା କରାଯାଏ । ଭକ୍ତ ମାନେ ସେମାନଙ୍କର ଖରାପ ସମୟ ଏବଂ ଜୀବନର ଅସୁବିଧାକୁ ଦୂର କରିବା ପାଇଁ ଏହି ଦିନ ଭଗବାନ ଗଣେଶଙ୍କୁ ପୂଜା କରନ୍ତି । ଏହି ପର୍ବ ପ୍ରତ୍ୟେକ ମାସରେ କୃଷ୍ଣ ପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଏ । ଏହି ଚତୁର୍ଥୀ ଅଙ୍ଗାରକି ନାମରେ ମଧ୍ୟ ଜଣାଶୁଣା । ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏଥର କର୍ବା ଚତୁର୍ଥୀ ଓ ସଂକଷ୍ଠି ଚତୁର୍ଥୀ ୧୩ ଅକ୍ଟୋବରରେ ସମାନ ଦିନରେ ପଡୁଛି ।

ପୂର୍ଣ୍ଣିମା ପରେ କୃଷ୍ଣ ପକ୍ଷରେ ଆସୁଥିବା ଚତୁର୍ଥୀକୁ ସଂକଷ୍ଠି ଚତୁର୍ଥୀ କୁହାଯାଏ । ଅମାବାସ୍ୟା ପରେ ଶୁକ୍ଲରେ ପକ୍ଷ ପଡୁଥିବା ଚତୁର୍ଥୀକୁ ବିନାୟକ ଚତୁର୍ଥୀ କୁହାଯାଏ । ଭାରତର ଉତ୍ତର ଏବଂ ଦକ୍ଷିଣ ରାଜ୍ୟରେ ସଂକଷ୍ଠି ଉତ୍ସବ ପାଳନ କରାଯାଏ ।

ସଂକଷ୍ଠି ଚତୁର୍ଥୀର ମହତ୍ତ୍ଵ (Sankashti Chaturthi 2022 Importance)

ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ ବହୁତ ଶୁଭ ବୋଲି ବିବେଚନା କରାଯାଏ । କେବଳ ଚନ୍ଦ୍ରୋଦୟ ପରେ ଉପବାସ ସମାପ୍ତ ହୁଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଯିଏ ଏହି ଦିନ ଉପବାସ ପାଳନ କରେ, ତାଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ । ବର୍ଷସାରା ସଂକଷ୍ଠି ଚତୁର୍ଥୀରେ ୧୩ ଟି ବ୍ରତ ରଖାଯାଏ । ପ୍ରତ୍ୟେକ ବ୍ରତ ପାଇଁ ଅଲଗା ବ୍ରତ କଥା ଅଛି । ଏହି ଦିନ ବ୍ୟକ୍ତି ନିଜର ଦୁଃଖରୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଶଙ୍କୁ ପୂଜା କରିବା ସହ ଆର୍ଶୀର୍ବାଦ ମାଗନ୍ତୁ ।

ସଂକଷ୍ଠି ଚତୁର୍ଥୀ ପୂଜା ବିଧି  (Sankashti Chaturthi 2022 Pujan Vidhi)

ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରିବେ । ତା’ପରେ ନୂତନ କିମ୍ୱା ସଫା ପୋଷାକ ପିନ୍ଧିବେ । ପୂଜା ଗୃହର ଉତ୍ତର -ପୂର୍ବ କୋଣରେ ଏକ ଚଉକି ରଖିବେ । ଏହା ଉପରେ ଏକ ନାଲି କିମ୍ବା ହଳଦିଆ କପଡା ରଖି ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନ କରନ୍ତୁ । ସର୍ବପ୍ରଥମେ, ଗଣେଶଙ୍କ ଉପରେ ଧ୍ୟାନ କରିବା ସମୟରେ ଉପବାସର ଶପଥ ନିଅନ୍ତୁ । ପୂଜା ପଦ୍ଧତି ଆରମ୍ଭ କରିବା ସମୟରେ ଗଣେଶଙ୍କୁ ଜଳ, ଦୂର୍ବା, ଅକ୍ଷତ, ପାନ ଅର୍ପଣ କରନ୍ତୁ । ଗଣେଶଙ୍କ ନିକଟରେ ଭଲ ଜୀବନ କାମନା କରନ୍ତୁ । ଏହି ସମୟରେ “ଗଣ ଗଣପତି ନମଃ” ମନ୍ତ୍ର ଜପ କରନ୍ତୁ । ପ୍ରସାଦରେ ଗଣେଶଙ୍କୁ ମୋତିଚୁର ଲଡୁ, ବୁନ୍ଦି କିମ୍ବା ହଳଦିଆ ମୋଦକ ଚଢ଼ାନ୍ତୁ । ଚତୁର୍ଥୀ ପୂଜା ସମାପ୍ତ କରିବାବେଳେ, ତ୍ରିକୋଣର ଅପର ପାର୍ଶ୍ୱରେ ଏକ ଘିଅ ଦୀପ, ମସୁର ଡାଲି ଓ ସାବୁତ ଚିଲି ରଖନ୍ତୁ । ପୂଜା ସରିବା ପରେ କଞ୍ଚା କ୍ଷୀର, ବାସ ଚନ୍ଦନ ଏବଂ ମହୁ ଦେଇ ଚନ୍ଦ୍ରଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ । ତା’ପରେ ଆପଣ ପ୍ରସାଦ ଗ୍ରହଣ କରନ୍ତୁ ।
Published by:Soubhagya Mishra
First published: