News18 Odia Digital
Rose Day: ଭାଲେଣ୍ଟାଇନ୍ସ ୱିକ୍ସର (Valentine week) ଆରମ୍ଭ ଆଜି ଗୋଲାପର ସୌନ୍ଦର୍ଯ୍ୟ ଓ ସୁଗନ୍ଧରୁ ହୋଇଛି। ପ୍ରେମ ସପ୍ତାହର ପ୍ରଥମ ଦିନକୁ ରୋଜ୍ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଲଭବାର୍ଡ ଲାଲ୍ ଗୋଲାପ ଦେଇ ପରସ୍ପରର ଫିଲିଂ ସେୟାର କରନ୍ତି। ତେବେ କେବଳ ପ୍ରେମୀଯୁଗଳ କାହିଁକି, ଯେ କେହି ବି ଏହି ରୋଜ୍ ଡେ (Rose Day) ସେଲିବ୍ରେଟ୍ କରିପାରିବେ।
ପ୍ରେମ ନିଃସ୍ବାର୍ଥ ଆଉ ଶାଶ୍ୱତ। ପ୍ରେମ ମାନେନା ବୟସ, ଜାତି, ସୀମା ସରହଦ। ଏହା ସର୍ବଦା ସଦ୍ୟ ନୂଆ। ପ୍ରକୃତିର ସିନା ଛଅ ଋତୁ, ହେଲେ ସେଥିରେ ପ୍ରେମର ଋତୁ ମିଶିଲାପରେ ହୋଇଯାଏ ସାତ ଋତୁ। ପ୍ରେମ ସଫଳ ବା ବିଫଳ ହୋଇପାରେ, ମାତ୍ର ଏହାର ଅନୁଭବ ନିଶ୍ଚିତ ଭାବେ ଅନନ୍ୟ। ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ।
ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ। ଆଜି ହେଉଛି ପ୍ରେମ ସପ୍ତାହର ପ୍ରଥମ ଦିନ। ଆଜି ରୋଜ୍ ଡେ'। ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର ଗୋଲାପ କାହାକୁ ଦେବା।
ଲାଲ୍ ଗୋଲାପ: ଏହି ରଙ୍ଗର ଗୋଲାପ ପ୍ରେମର ପ୍ରତୀକ। ଏହାର ଗାଢ଼ ଲାଲ୍ ରଙ୍ଗ ପ୍ରେମର ଗଭୀରତାକୁ ଦର୍ଶାଇଥାଏ। ଲାଲ୍ ରଙ୍ଗର ଗୋଲାପକୁ ନେଇ ପ୍ରେମ କାହାଣୀରେ ଅନେକ କଥା ରହିଛି। ଗ୍ରୀକ୍ ପୁରାଣ ଅନୁସାରେ ପ୍ରେମର ଦେବୀ ଭେନସ୍ ଗୋଲାପ୍ ଫୁଲକୁ ଖୁବ୍ ପସନ୍ଦ କରନ୍ତି। ସେହିଭଳି ରୋଜ୍କୁ ଓଲଟାଇ ଲେଖିଲେ ‘Eros’ ହୋଇଥାଏ। ଈରୋସ୍ଙ୍କୁ ପ୍ରେମର ଦେବତା ବୋଲି କୁହାଯାଏ।
ଧଳା ଗୋଲାପ: ଧଳା ରଙ୍ଗକୁ ପବିତ୍ର ଓ ଶାନ୍ତିର ପ୍ରତୀକ ବୋଲି କୁହାଯାଏ। ଆଉ ଧଳା ରଙ୍ଗର ଗୋଲାପ ନିଃସର୍ତ୍ତ ଓ କୋମଳ ପ୍ରେମର ପ୍ରତୀକ। ଆପଣ ଚାହିଁଲେ ରାଗି ଥିବା ନିଜର ପ୍ରିୟଜନଙ୍କୁ ଧଳା ଗୋଲାପ ଦେଇ ‘Sorry’ କହି ତାଙ୍କୁ ମନାଇ ପାରିବେ।
ହଳଦିଆ ଗୋଲାପ: ଗଭୀର ବନ୍ଧୁତ୍ୱର କଥା କହେ ହଳଦିଆ ଗୋଲାପ। ଯଦି ଆପଣ ନିଜ ବନ୍ଧୁଙ୍କ ଖୁବ୍ ଭଲପାଉଛନ୍ତି, ତାଙ୍କୁ ଆଦୌ ଛାଡ଼ିବାକୁ ଚାହୁଁ ନାହାନ୍ତି, ତେବେ ଆଜି ତାଙ୍କୁ ଗୋଟିଏ ହଳିଦିଆ ଗୋଲାପ ଫୁଲ ଦେଇ ଗଭୀର ବନ୍ଧୁତ୍ୱର ଅନୁଭବ କରାନ୍ତୁ।
ଗୋଲାପୀ: କୋମଳତା, ନମ୍ରତା, କୃତଜ୍ଞତାର ପରିଚାୟକ ଏହି ଗୋଲାପୀ ଗୋଲାପ। ଯଦି ଆପଣ କାହାଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି, କାହାର ଆଦର୍ଶରେ ଆପଣ ନିଜକୁ ସୁନ୍ଦର କରି ଗଢ଼ି ତୋଳିଛନ୍ତି ତେବେ ଆଜି ସେହି ବ୍ୟକ୍ତିଙ୍କୁ ଗୋଲାପୀ ଗୋଲାପ ଟିଏ ଦେଇ ନିଜର କୃତଜ୍ଞତା ଜଣାନ୍ତୁ। ତାଙ୍କୁ ଏହି ଫୁଲରେ ସମ୍ମାନ୍ନିତ କରନ୍ତୁ।
ନାରଙ୍ଗୀ ଗୋଲାପ: ଯଦି ଆପଣ କାହା ପ୍ରେମର ବାନ୍ଧି ହୋଇ ଯାଇଛନ୍ତି, ତାଙ୍କ ସହିତ ପ୍ରତିଟି କଥାକୁ ସମ୍ମାନ ଦେଉଛନ୍ତି ଆଉ ଦେବା ପାଇଁ ଚାହଁଛନ୍ତି, ତେବେ ଆଜି ତାଙ୍କୁ ଏହି ନାରଙ୍ଗୀ ରଙ୍ଗର ଗୋଲାପ ଦିଅନ୍ତୁ। ହଁ, ଏହା କେବଳ ପ୍ରେମିକା କିମ୍ବା ପ୍ରେମିକ ପାଇଁ ନୁହେଁ, ସାଙ୍ଗ, ଭାଇ, ଜେଜେମା, ମା-ବାପା ସମସ୍ତଙ୍କୁ ଏହି ରଙ୍ଗର ଗୋଲାପ ଦେଇ ତାଙ୍କ ପ୍ରତି ଥିବା ଆନୁଗତ୍ୟ ଦର୍ଶାଇ ପାରିବେ।
କଳା ଗୋଲାପ: କଳା ରଙ୍ଗର ଗୋଲାପ ବି ଭାବନା ବ୍ୟକ୍ତ କରିଥାଏ। ଏହି ରଙ୍ଗର ଗୋଲାପ ଶତ୍ରୁତାର ଭାବନା ଦର୍ଶାଇଥାଏ। କିନ୍ତୁ କଳା ଗୋଲପ ପ୍ରତି ଧ୍ୟାନ ନଦେଲେ ଭଲ। କାରଣ ପ୍ରେମର ସପ୍ତାହର ଅବା ଘୃଣାର କି କାମ। ପାରୁଛନ୍ତି ଯଦି ସବୁ ପୂର୍ବ ଶତ୍ରୁତା ଭୁଲି ସେହି ସମ୍ପର୍କରେ ହାତରେ କଳା ଗୋଲାପ ଜାଗାରେ ଗୋଟେ ହଳଦିଆ ଗୋଲାପ ଦେଇ ଗୋଟେ ଭଲ ସମ୍ପର୍କର ଆରମ୍ଭ କରନ୍ତୁ। ନା କଣ କହୁଛନ୍ତି ?
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।