Pyaj Bhindi Recipe; ସ୍ୱାଦିଷ୍ଟ ପିଆଜ ଭେଣ୍ଡି ତିଆରି କରିବା ପାଇଁ ଜାଣନ୍ତୁ ଅତି ସରଳ ରେସିପି

ଆଜି ଆମେ ଆପଣଙ୍କୁ ପିଆଜ ଭେଣ୍ଡି ତିଆରି କରିବାର ରେସିପି କହିବାକୁ ଯାଉଛୁ । ଏହି ସୁସ୍ବାଦୁ ଡିସ ତିଆରି କରିବା ଅତି ସହଜ ଓ ଏହାର ସ୍ୱାଦ ବୟସ୍କ ଏବଂ ପିଲାମାନେ ମଧ୍ୟ ପସନ୍ଦ କରନ୍ତି ।

Pyaj Bhindi Recipe; ସ୍ୱାଦିଷ୍ଟ ପିଆଜ ଭେଣ୍ଡି ତିଆରି କରିବା ପାଇଁ ଜାଣନ୍ତୁ ଅତି ସରଳ ରେସିପି

Pyaj Bhindi Recipe; ସ୍ୱାଦିଷ୍ଟ ପିଆଜ ଭେଣ୍ଡି ତିଆରି କରିବା ପାଇଁ ଜାଣନ୍ତୁ ଅତି ସରଳ ରେସିପି

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ପିଆଜ ଭେଣ୍ଡି ରେସିପି (Pyaj Wala Bhindi Recipe) : ସ୍ୱାଦରେ ଭରପୂର ଭେଣ୍ଡି ମଧ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବହୁତ ଲାଭଦାୟକ ଅଟେ । ଭେଣ୍ଡିକୁ ଅନେକ ଉପାୟରେ ପ୍ରସ୍ତୁତ କରାଯାଇପାରେ । କେହି ଭେଣ୍ଡିର ସିମ୍ପଲ ଡିସ ପସନ୍ଦ କରୁଥିବାବେଳେ କାହାକୁ ଷ୍ଟଫ୍ ଭେଣ୍ଡି ସ୍ୱାଦ ଚାଖିବାକୁ ପସନ୍ଦ ଥାଏ । ଅନେକ ସ୍ଥାନରେ ଗ୍ରେଭି ସହିତ ଭେଣ୍ଡି ମଧ୍ୟ ତିଆରି କରାଯାଏ । ଆଜି ଆମେ ଆପଣଙ୍କୁ ପିଆଜ ଭେଣ୍ଡି ତିଆରି କରିବାର ରେସିପି କହିବାକୁ ଯାଉଛୁ । ଏହି ସୁସ୍ବାଦୁ ଡିସ ତିଆରି କରିବା ଅତି ସହଜ ଓ ଏହାର ସ୍ୱାଦ ବୟସ୍କ ଏବଂ ପିଲାମାନେ ମଧ୍ୟ ପସନ୍ଦ କରନ୍ତି । ପିଆଜ ଭେଣ୍ଡିକୁ ପିଲାମାନଙ୍କ ଟିଫିନରେ ମଧ୍ୟ ରଖାଯାଇପାରିବ ।

ପିଆଜ ଭେଣ୍ଡି ତରକାରୀ ତିଆରି କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ । ଘରେ ଉପଲବ୍ଧ ମସଲା ସହିତ ଏହା ସହଜରେ ପ୍ରସ୍ତୁତ ହୋଇପାରିବ । ପିଆଜ ଭେଣ୍ଡି ଯେକୌଣସି ସମୟରେ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନରେ ଖାଇ ପାରିବେ ।

ପିଆଜ ଭଣ୍ଡି ପାଇଁ ସାମଗ୍ରୀ
ଭେଣ୍ଡି - ଅଧା କିଲୋ
ପିଆଜ - ୨
ଅଦା ପେଷ୍ଟ- ୧ ଚାମଚ
ଜିରା - ୧ ଚା ଚାମଚ
ନାଲି ଚିଲି ପାଉଡର - ୧ /୨ ଚାମଚ
ହଳଦୀ - ୧/୨ ଚାମଚ
ତେଲ - ୩ ଚାମଚ
ଲୁଣ - ସ୍ୱାଦ ଅନୁସାରେ

ପିଆଜ ଭେଣ୍ଡି କିପରି ତିଆରି କରିବେ

ପିଆଜ ଭେଣ୍ଡି ତିଆରି କରିବା ପାଇଁ ପ୍ରଥମେ ଭେଣ୍ଡିକୁ ଧୋଇ ଏକ କଟନ କପଡ଼ାରେ ଭଲ ଭାବରେ ପୋଛି ଦିଅନ୍ତୁ , ଏହା ପରେ ଭେଣ୍ଡିକୁ ଏକ ଇଞ୍ଚ ଲମ୍ବା ଖଣ୍ଡ କାଟନ୍ତୁ । ଏବେ ପିଆଜକୁ ମଧ୍ୟ ପତଳା ଲମ୍ବା ଖଣ୍ଡରେ କାଟି ଦିଅନ୍ତୁ । ଏହା ପରେ ଏକ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ ତେଲ ଗରମ ହୋଇଗଲେ, ଜିରା ପକାନ୍ତୁ । ଏହା ପରେ କଟା ପିଆଜ ଓ ଅଦା ପେଷ୍ଟ ପକାଇ ପରଜନ୍ତୁ।

ପିଆଜ ଓ ଅଦା ମସଲାକୁ ହାଲକା ବାଦାମୀ ଓ ନରମ ହେବା ପର୍ଯ୍ୟନ୍ତ ପରଜନ୍ତୁ । ଏହା ପରେ ଭେଣ୍ଡି ମିଶାନ୍ତୁ ଓ ଏହାକୁ ୧-୨ ମିନିଟ୍ ପାଇଁ ପରଜନ୍ତୁ । ଏହା ପରେ ସ୍ୱାଦ ଅନୁସାରେ ଲାଲ୍ ଚିଲି ପାଉଡର, ହଳଦୀ ଓ ଲୁଣ ପକାଇ ଏହାକୁ ଭଲଭାବେ ମିଶାନ୍ତୁ । ବର୍ତ୍ତମାନ ପ୍ୟାନକୁ ଘୋଡାଇ ଭେଣ୍ଡି ତରକାରୀକୁ ୪-୫ ମିନିଟ୍ ପାଇଁ ରାନ୍ଧନ୍ତୁ । ମଝିରେ ମଝିରେ ଢାଙ୍କୁଣି କାଢି ଭେଣ୍ଡିକୁ ଘାଣ୍ଟନ୍ତୁ । ଯେତେବେଳେ ଭେଣ୍ଡି ବହୁତ ନରମ ହୋଇଯିବ, ତା’ପରେ ଗ୍ୟାସ୍ ବନ୍ଦ କରନ୍ତୁ । ବର୍ତ୍ତମାନ ସୁସ୍ୱାଦୁ ପିଆଜ ଭେଣ୍ଡି ପ୍ରସ୍ତୁତ । ଏହାକୁ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନରେ ପରିବେଷଣ କରନ୍ତୁ ।
Published by:Soubhagya Mishra
First published: