News 18 Odia Digital
Brinjal Pakoda Recipe: ଯେତେବେଳେ ଦେଶୀ ସ୍ନାକ୍ସ କଥା ଆସେ, ପକୋଡାର ନାମ ପ୍ରଥମେ ଆସେ । ପକୋଡା ଅନେକ ଉପାୟରେ ତିଆରି ହୋଇଥାଏ । ଆଳୁ ପକୋଡା, ପିଆଜ ପକୋଡା , କୋବି ପକୋଡ଼ା ଏମିତି ଅନେକ ପକୋଡା ଆମେ ଘରେ କରି ଖାଇଥାଉ । ଆଜି ଆମେ ଆପଣଙ୍କୁ ବାଇଗଣ ପକୋଡା ତିଆରି କରିବାର ରେସିପି କହିବାକୁ ଯାଉଛୁ । ଆପଣ ନିଶ୍ଚୟ ଅନେକ ଥର ବାଇଗଣ ତରକାରୀ ଖାଇଥିବେ କିନ୍ତୁ ଆପଣ କେବେ ବାଇଗଣ ପକୋଡାର ସ୍ୱାଦ ଚାଖିଛନ୍ତି କି? ଯଦି ନୁହେଁ, ତେବେ ଆମର ରେସିପି ସାହାଯ୍ୟରେ ଆପଣ ଅତି ସହଜରେ ବାଇଗଣି ପକୋଡ଼ା ପ୍ରସ୍ତୁତ କରିପାରିବେ ।
ବାଇଗଣ ପକୋଡ଼ା ଭାରି ସ୍ଵାଦିଷ୍ଟ । ନରମ ବାଇଗଣକୁ ବେସନରେ ବୁଡାଇ ଛାଣିବା ଦ୍ଵାରା ଏହାର ସ୍ୱାଦ ଦ୍ଵିଗୁଣିତ ହୋଇଥାଏ । ବାଇଗଣ ପକୋଡା ସକାଳେ ଜଳଖିଆ ପାଇଁ କିମ୍ବା ଦିନରେ ସ୍ନାକ୍ସ ଭାବରେ ଖାଇ ପାରିବେ । ଆସନ୍ତୁ ଜାଣିବା ଏହାକୁ ତିଆରି କରିବାର ଅତି ସହଜ ରେସିପି । ବାଇଗଣ ପକୋଡା ପାଇଁ ସାମଗ୍ରୀ
ବାଇଗଣ- ୩-୪
ବେସନ - ୧ କପ୍
ଅଦା ପେଷ୍ଟ - ୧ ଚାମଚ
କଞ୍ଚା ଲଙ୍କା - ୨
ଧନିଆ ପତ୍ର- ୨ ଚାମଚ
ନାଲି ଲଙ୍କା ପାଉଡର - ୧/୪ ଚାମଚ
ଗୋଲମରିଚ- ୧/୪ ଚାମଚ
ତେଲ - ଛାଣିବା ପାଇଁ
ଲୁଣ - ସ୍ୱାଦ ଅନୁସାରେ
ବାଇଗଣ ପକୋଡ଼ା କିପରି ତିଆରି କରିବେ
ସୁସ୍ବାଦୁ ବାଇଗଣ ପକୋଡା ତିଆରି କରିବାକୁ, ପ୍ରଥମେ ଏକ ପାତ୍ରରେ ବେସନ ରଖନ୍ତୁ ଏବଂ ଏଥିରେ ଅଳ୍ପ ପାଣି ମିଶାଇ ଗୋଳାନ୍ତୁ। ଗୋଳା ବନେଇବା ପାଇଁ ୧/୪ କପ୍ ପାଣି ବ୍ୟବହାର କରାଯିବ । ଏହା ପରେ ମିଶ୍ରଣକୁ ଫେଣ୍ଟନ୍ତୁ । ଏହା ପରେ ଲାଲ୍ ଚିଲି ପାଉଡର, ଧନିଆ ପତ୍ର, ଗୋଲମରିଚ, ଅଦା ପେଷ୍ଟ ଏବଂ ଲୁଣ ମିଶାଇ ଭଲ ଭାବରେ ମିଶାନ୍ତୁ ।
ଏହା ପରେ, ବାଇଗଣକୁ ପତଳା ପତଳା ଗୋଲାକାର ଖଣ୍ଡରେ କାଟି ଦିଅନ୍ତୁ । ଏସବୁକୁ ଏକ ପାତ୍ରରେ କାଟି ଅଲଗା ରଖନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ରଖନ୍ତୁ ଏବଂ ଏହାକୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ । ତେଲ ଗରମ ହୋଇଗଲେ, ବାଇଗଣ ଖଣ୍ଡକୁ ବେସନରେ ଭଲ ଭାବରେ ବୁଡ଼ାଇ ଗରମ ତେଲରେ ଛାଣନ୍ତୁ ।
ବାଇଗଣ ପକୋଡ଼ାକୁ ଦୁଇ ପଟ ଓଲଟାଇ ଭଲଭାବେ ବାଦାମୀ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଏହା ହେବା ପାଇଁ ୨ରୁ ୩ ମିନିଟ୍ ସମୟ ଲାଗିପାରେ । ଏହା ପରେ ପ୍ୟାନରୁ ବାହାର କରି ଏକ ଥାଳିରେ ରଖନ୍ତୁ । ଧନିଆ ପତ୍ର ଚଟଣୀ କିମ୍ବା ଟମାଟୋ ସସ୍ ସହିତ ସୁସ୍ୱାଦୁ ବାଇଗଣ ପକୋଡା ପରଷନ୍ତୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।