News18 Odia Digital
Vastu Tips: ଦୁନିଆରେ ସମସ୍ତେ ଚାହାଁନ୍ତି ଯେ ସେମାନେ ସର୍ବଦା ସୁଖ ଓ ଶାନ୍ତିରେ ରହିବାକୁ, କିନ୍ତୁ ଅଜାଣତରେ ଆମେ ଏମିତି କିଛି କାର୍ଯ୍ୟ କରିଥାଉ ଯାହାଦ୍ଵାରା ଆମେ ସର୍ବଦା ଦୁଃଖ ପାଇଥାଉ।
କେତେକ ସ୍ଥାନରେ ଘରର ବାସ୍ତୁ ଦୋଷ କାରଣରୁ ଲୋକଙ୍କ ଘରେ ନକାରାତ୍ମକ ଶକ୍ତିର ବୃଦ୍ଧି ହେବା ସହିତ ଘରେ ସର୍ବଦା ଦୁଃଖ କଷ୍ଟ ଲାଗି ରହିଥାଏ।
ଆଜି ଆପଣକୁ ଏମିତି ବାସ୍ତୁ ଦୋଷ ଖଣ୍ଡନ ବିଷୟରେ କହିବି, ଯାହାକୁ କରିବା ଦ୍ବାରା ଆପଣଙ୍କ ଘରର ଉନ୍ନତି ହେବା ସହିତ ଆପଣ ସର୍ବଦା ଖୁସିରେ ରହିପାରିବେ।
ତେବେ ଆସନ୍ତୁ ଜାଣିବା ଏହି ବାସ୍ତୁ ଟିପ୍ସ ବିଷୟରେ...୧. ନିଜ ପରିବାର ଲୋକଙ୍କ ରୋଗ ଦୁଃଖ ଦୂର କରିବା ପାଇଁ ଓ ଘରର ଉନ୍ନତି ପାଇଁ ଆପଣ ନିଜ ଘରର ମୁଖ୍ୟଦ୍ଵାରରେ ସ୍ୱସ୍ତିକ ଚିହ୍ନ କରିବା ସହିତ ମୁଖ୍ୟଦ୍ଵାରା ସାମ୍ନାରେ ଗୋଟିଏ ପଟେ କଦଳୀ ଗଛ ଏବଂ ଅନ୍ୟପଟେ ତୁଳସୀ ଗଛ ଲଗାନ୍ତୁ।
୨. ଯଦି ଆପଣ କୌଣସି ସ୍ଥାନରେ ଘର କରିପାରୁ ନାହାନ୍ତି କିମ୍ବା ଘର କରିବା ପାଇଁ ଟଙ୍କାର ଅଭାବ ଦେଖା ଦେଉଛି ତେବେ ଆପଣ ସେହି ସ୍ଥାନରେ ଡାଳିମ୍ବ ଗଛ ଲଗାନ୍ତୁ ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ।
୩. ଘରେ ଭାଙ୍ଗିଯାଇଥିବା ବାସନ କିମ୍ବା ଖଟ ରଖନ୍ତୁ ନାହିଁ, ଏହାଦ୍ୱାରା ଘରର ଧନହାନି ହୋଇଥାଏ। ଘରର କୋଣରେ ବଲ ସକାଳ ସନ୍ଧ୍ୟାରେ ଜଳାଇବା ଦ୍ଵାରା ଘରର ବାସ୍ତୁ ଦୋଷ ଖଣ୍ଡନ ହୁଏ ଏବଂ ଘରେ ଧନର ବୃଦ୍ଧି ହୁଏ।
୪. ଯଦି ଆପଣ ଘରେ ସକାଳ ସନ୍ଧ୍ୟାରେ ଶଙ୍ଖ ବଜାଇବେ ତେବେ ଆପଣ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଏହା ସହିତ ଆପଣ ତୁଳସୀ ଗଛ ମୂଳରେ ପ୍ରତ୍ୟକ ଦିନ ଘିଅ ଦୀପ ଜଳାଇବା ଦ୍ଵାର ଆପଣଙ୍କ ଘରେ ଧନର ବୃଦ୍ଧି ହୋଇଥାଏ।
୫. ଆପଣ ଯଦି ଘରର ଛାତ ଉପରେ ଚାରୋଟି ତୁଳସୀ ଗଛ ଲଗାଇବ ତେବେ ଆପଣଙ୍କ ଘରର ବାସ୍ତୁ ଦୋଷ ଖଣ୍ଡନ ହେବ।
୬. ଆପଣଙ୍କ ଠାକୁର ଘରେ ଯଦି ଯେକୌଣସି ଠାକୁରାଙ୍କ ମୂର୍ତ୍ତି ଗୋଟିଏରୁ ଅଧିକ ରହେ ତେବେ ଘରେ କଳହ ଦେଖାଯାଏ ତେଣୁ ଆପଣ ଠାକୁର ଘରେ ଏମିତି ମୂର୍ତ୍ତି ରଖନ୍ତୁ ନାହିଁ।
୭. ଆପଣଙ୍କ ଘରେ ଦର୍ପଣ କେବେବି ଦକ୍ଷିଣ କାନ୍ଥରେ ଲଗାନ୍ତୁ ନାହିଁ, ଏହା ଦ୍ଵାରା ଘରେ ଅମଙ୍ଗଳ ହୋଇଥାଏ। ଘରେ ବ୍ୟବହୃତ ଝାଡୁକୁ ଆପଣ କେବେ ଛିଡ଼ା କରି ରଖନ୍ତୁ ନାହିଁ କି ପାଦ ବାଜିଲା ପରି ସ୍ଥାନରେ ରଖନ୍ତୁ ନାହିଁ, ଏହାଦ୍ୱାରା ଘରର ଧନ କ୍ଷୟ ହୋଇଥାଏ।
୮. ଘରର ଭୋଜନ ସମୟରେ ପ୍ରଥମେ ଖାଦ୍ୟ କିଛି ବାସ୍ତୁ ଦେବତାଙ୍କୁ ଅର୍ପଣ କଲେ ଘରେ ଶାନ୍ତିର ବାତାବରଣ ସୃଷ୍ଟି ହୁଏ। ପ୍ରତ୍ୟେକ ଗୁରୁବାର ଦିନ ତୁଳସୀ ଗଛ ମୂଳରେ କ୍ଷୀର ଢ଼ାଳିବା ଦ୍ଵାରା ଘରର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ଏବଂ ବେରୋଜଗାର ଲୋକଙ୍କୁ ରୋଜଗାର ମିଳିଥାଏ।
୯. ଘର ପାଖରେ ଆପଣ କେବେ କଣ୍ଟା ଜାତୀୟ ଗଛ ରଖନ୍ତୁ ନାହିଁ ଏହାଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ସର୍ବଦା ଦେଖା ଦେଇଥାଏ। ବେଡ଼ ରୁମ ଭିତରେ ଆପଣ କେବେ ଜୋତା ରଖନ୍ତୁ ନାହିଁ ଏହାଦ୍ଵାରା ସ୍ୱାସ୍ଥ୍ୟଗତ ଅବନତି ସହିତ ଘରେ ରୋଗ ବୈରାଗ୍ୟ ଦେଖା ଦେଇଥାଏ ।
ପଢ଼ନ୍ତୁ ଏହି ଖବର: ଲିଭର ନଷ୍ଟ କରିଦେବ ଏହି ରୋଗ; ୫ଟି ଲକ୍ଷଣ ଦେଖିବା ମାତ୍ରେ ଆରମ୍ଭ କରନ୍ତୁ ଚିକିତ୍ସା୧୦. ତୁଳସୀ ଗଛ ଲଗାଇବା କୁଣ୍ଡରେ ଆପଣ ଅନ୍ୟ କୌଣସି ଗଛ ଲଗାନ୍ତୁ ନାହିଁ ଏହାଦ୍ୱାରା କାର୍ଯ୍ୟରେ ବାଧାବିଘ୍ନ ଦେଖା ଦେଇଥାଏ। ପ୍ରତ୍ୟେକ ଦିନ ଓସ୍ତ ଗଛକୁ ପୂଜା କରିବା ଦ୍ଵାରା ଯଶବୃଦ୍ଧି ହୋଇଥାଏ ଏବଂ ରୋଗପ୍ରତି ରୋଧକ ଶକ୍ତି ବୃଦ୍ଧିପାଇ ଥାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।