Peanuts in winters: ଶୀତଦିନେ ଚିନାବାଦାମ ଖାଇବା ଦ୍ବାରା ମିଳେ ଏହି ଫାଇଦା

Peanuts in winters: ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ, ଲୋକ ଅନେକ ପ୍ରକାରର ଡ୍ରାଏ ଫ୍ରୁଟ୍ ଖାଆନ୍ତି। ଶୀତଦିନେ ଚିନାବାଦାମର ବ୍ୟବହାର ବଢ଼ିଥାଏ। ଏହାର ଲାଭ କ’ଣ ଆସନ୍ତୁ ଜାଣିବା...

ଶୀତଦିନେ ଚିନାବାଦାମ ଖାଇବା ଦ୍ବାରା ମିଳେ ଏହି ଫାଇଦା

ଶୀତଦିନେ ଚିନାବାଦାମ ଖାଇବା ଦ୍ବାରା ମିଳେ ଏହି ଫାଇଦା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

peanuts in winters: ଶୀତ ଋତୁ ଆସିବା ମାତ୍ରେ ଚିନାବାଦାମ ବଜାରରେ ପ୍ରଚୁର ବିକ୍ରି ହୁଏ। ଅଫିସ୍ ଯିବାବେଳେ କିମ୍ବା ଟ୍ରେନରେ ନିଜ ଗାଁକୁ ଯିବାବେଳେ ଲୋକ ପ୍ରାୟତଃ ବାଦାମ ଖାଇବାକୁ ଭଲ ପାଆନ୍ତି। ଲୋକ ଭାବନ୍ତି ଯେ ସମୟ କାଟିବା କିମ୍ବା ଯାତ୍ରା କରିବା ପାଇଁ ଶୀତଦିନେ ବାଦାମ ଭଲ ଅପ୍ସନ। ହେଲେ ଆପଣ ଜାଣନ୍ତୁ କି ଚିନାବାଦାମରେ ଅନେକ ଲାଭଦାୟକ ଗୁଣ ରହିଛି।

ଆଜ୍ଞା ହଁ, ଚିନାବାଦାମରେ ପ୍ରଚୁର ପ୍ରୋଟିନ୍ ଏବଂ ଭିଟାମିନ୍ ମିଳିଥାଏ, ଯାହା ଆମ ଶରୀରକୁ ଅନେକ ଲାଭ ଦେଇଥାଏ। ବାଦାମରେ ପଲିଫେନୋଲ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।

ଗୋଟିଏ ଦିନରେ କେତେ ବାଦାମ ଖାଇବା ଉଚିତ୍?

ବାଦାମ ଶୀତଦିନେ କୌଣସି ଔଷଧଠାରୁ କମ୍ ନୁହେଁ। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଜଣେ ସୁସ୍ଥ ବ୍ୟକ୍ତି ଦିନରେ ୪୦ ଗ୍ରାମ ଅର୍ଥାତ୍ ପ୍ରାୟ ମୁଠାଏ ବାଦାମ ଖାଇ ପାରିବେ। ଏହା ଉଭୟ ଚର୍ବି ଏବଂ କୋଲେଷ୍ଟ୍ରଲରେ ଲେବଲ୍ ହ୍ରାସ କରିପାରିବ।

ଆସନ୍ତୁ ଜାଣିବା ଶୀତ ଋତୁରେ ବାଦାମ ଖାଇବାର ଲାଭ ବିଷୟ?

ଚିନାବାଦାମ ଖାଇବାର ଫାଇଦା

୧. ବାଦାମରେ ଭିଟାମିନ୍ ଏବଂ ପ୍ରୋଟିନ୍ ଭରପୂର ରହିଥାଏ। ସେଥିମଧ୍ୟରୁ ଭିଟାମିନ୍ ଇ, ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ଏବଂ ଆମକୁ ଭିତରୁ ଗରମ ରଖେ।

୨. ଶୀତଦିନେ ବେ-ଟାଇମ୍ ଖାଦ୍ୟ ଖାଇବା କାରଣରୁ ଏସିଡ୍ ସମସ୍ୟା ଆରମ୍ଭ ହୁଏ। ଏହି ପରିସ୍ଥିତିରେ, ପ୍ରତିଦିନ ରାତିରେ ମୁଠାଏ ବାଦାମକୁ ଭିଜାଇ ସକାଳେ ଉଠିବା ପରେ ଖାଆନ୍ତୁ। ଏହା ଅମ୍ଳତା ସମସ୍ୟାକୁ ହ୍ରାସ କରିଥାଏ।

୩. ଟାଇପ୍-୨ ମଧୁମେହରେ ପୀଡିତ ଲୋକ ବାଦାମ ଖାଇବା ସ୍ବାସ୍ଥ୍ୟା ପାଇଁ ଭଲ। ବାଦାମ ମଧୁମେହ ହେବାର ଆଶଙ୍କା ହ୍ରାସ କରିଥାଏ।

୪. ଶୀତଦିନେ ଥଣ୍ଡା ପବନ ହେତୁ ଆମ ଚର୍ମ ଶୁଖିବା ଆରମ୍ଭ କରେ। ଏପରି ପରିସ୍ଥିତିରେ ବାଦାମ ଖାଇ ଦ୍ବାରା ଚର୍ମକୁ ଶୁଷ୍କତାରୁ ରକ୍ଷା କରାଯାଇପାରିବ।

୫. ହାଡ ଶକ୍ତିଶାଳୀ କରେ

ବାଦାମରେ ମ୍ୟାଗ୍ନେସିୟମ୍, ଭିଟାମିନ୍ ଇ ଏବଂ ଫାଇବର ମିଳିଥାଏ ଯାହା ଶୀତରେ ହାଡକୁ ଦୃଢ଼ କରିଥାଏ। ଏଥିରେ ମିଳୁଥିବା ପ୍ରାକୃତିକ ଚର୍ବି ସ୍ୱାସ୍ଥ୍ୟ, ଚର୍ମ ଏବଂ କେଶ ପାଇଁ ମଧ୍ୟ ଭଲ କୁହାଯାଏ।

୬. ଏହାକୁ ଧ୍ୟାନରେ ରଖନ୍ତୁ

ବାଦାମ ଖାଇବା ପରେ କେବେବି ପାଣି ପିଅନ୍ତୁ ନାହିଁ। ଏଥିସହ କ୍ଷୀର, ଆଇସ୍କ୍ରିମ୍ ଏବଂ ଖଟା ଫଳ ଖାଇବା ପରେ ଖାଇବା ଉଚିତ୍ ନୁହେଁ । ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଛି, ତେବେ ବାଦାମ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
Published by:Lipina Das
First published: