ପଖାଳ ଦିବସ: କେଉଁମାନେ ଖାଇବେ, କେଉଁମାନେ ନ ଖାଇବେ

Pakhal Divas: ପଖାଳ ସମସ୍ତଙ୍କର ପ୍ରିୟ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ଲୋକଙ୍କ ପାଇଁ ପଖାଳ ଖାଇବ ମନା ।

ପଖାଳ ଦିବସ

ପଖାଳ ଦିବସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Pakhal Divas 2023: ଦିନ ଥିଲା ଗରିବ ଓ ଖଟିଖିଆ ବା ମଜୁରିଆଙ୍କ ପରିଚୟ ଥିଲା ପଖାଳ । ହେଲେ ଆଜି ପଖାଳ କେବଳ ଗରିବଙ୍କର ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି । କି ଧନୀ କି ଗରିବ, ସଭିଙ୍କ ପସନ୍ଦ ପାଲଟିଛି ପଖାଳ । ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ(Pakhal Divas 2023) ଭାବେ ପାଳନ କରି ଏହି ଡିସକୁ ବିଶ୍ୱର ନାମୀ ଖାଦ୍ୟ ତାଲିକାରେ ଦିଆଯାଇଛି ବିଶେଷ ସ୍ଥାନ ।

ପଖାଳ ହେଉଛି ଏକ ପିତ୍ତ ନାଶକ ଖାଦ୍ୟ। ଚାଇଁ ପଖାଳ ଖାଇ ତା ତୋରାଣି ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ଦୂର ହୋଇଥାଏ। ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ। ପିତ୍ତ ରୋଗ, ଡାଇରିଆ ପାଇଁ ପଖାଳ ତୋରାଣି ଅତ୍ୟନ୍ତ ଉପକାରୀ। ମୂତ୍ର ଜନିତ ସମସ୍ଯା ପାଇଁ ପଖାଳ ଖୁବ ଉପକାରୀ। ଯେଉଁ ବ୍ୟକ୍ତିଙ୍କ କଫ ଦୋଷଥାଏ ସେମାନେ ବାସି ପଖାଳରୁ ଦୂରେଇ ରହିବା ଭଲ। ପିତ୍ତ ଓ ବାତ ଦୋଷ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେଇ ପଖାଳ ଖିଆଯାଇପାରିବ।

ଆସାମ କୃଷି ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ପଖାଳ ୧୨ଘଣ୍ଟା ରହିବା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢ଼ିଯାଇଥାଏ। ସେହିପରି ସୋଡ଼ିୟମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିୟମ ୮୩୯ମିଲି ଗ୍ରାମ ଓ କ୍ୟାଲ୍‌ସିଅମ ୨୧ମିଲି ଗ୍ରାମରୁ ବଢ଼ି ୮୫୦ମିଲି ଗ୍ରାମ ହୋଇଯାଏ।

ସାଦା ପଖାଳ, ଲେମ୍ବୁ ପଖାଳ, ଦହି ପଖାଳ… ଆଜି ‘ବିଶ୍ୱ ପଖାଳ ଦିବସ’ ପାଇଁ ଓଡ଼ିଶା ପ୍ରସ୍ତୁତ

ଏହା ସହିତ ସାଧା ଭାତରେ ଥିବା ଫାଇଟିକ ଏସିଡ୍‌ ଓ ଓଲିଗୋସାକାରାଇଡ଼ସ୍ ଯୋଗୁଁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ।
Published by:Soumya Das
First published: