ଲୁପସ୍ ଏକ ଗୁରୁତର ରୋଗ; ଆପଣଙ୍କ ମସ୍ତିଷ୍କ, ଚର୍ମ, କିଡନୀ ଓ ଅନ୍ୟାନ୍ୟ ଅଙ୍ଗକୁ ବି କରିପାରେ ପ୍ରଭାବିତ

ଲୁପସ୍ ରୋଗର ଚିହ୍ନଟ କରିବା ପ୍ରକ୍ରିୟା ପ୍ରାୟତଃ କଷ୍ଟସାଧ୍ୟ, କାରଣ ଏହାର ଲକ୍ଷଣ ଅନ୍ୟ ସାଧାରଣ ରୋଗ ସହ ସମାନ ଥାଏ ।

ଲୁପସ୍ ଏକ ଗୁରୁତର ରୋଗ; ଆପଣଙ୍କ ମସ୍ତିଷ୍କ, ଚର୍ମ, କିଡନୀ ଓ ଅନ୍ୟାନ୍ୟ ଅଙ୍ଗକୁ ବି କରିପାରେ ପ୍ରଭାବିତ

ଲୁପସ୍ ଏକ ଗୁରୁତର ରୋଗ; ଆପଣଙ୍କ ମସ୍ତିଷ୍କ, ଚର୍ମ, କିଡନୀ ଓ ଅନ୍ୟାନ୍ୟ ଅଙ୍ଗକୁ ବି କରିପାରେ ପ୍ରଭାବିତ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

Health tips; ଲୁପସ୍ ଏକ ଅଟୋ ଇମ୍ମ୍ୟୁନ ରୋଗ, ଯେଉଁଥିରେ ନିଜ ଦେହର ଇମ୍ମ୍ୟୁନ ସିଷ୍ଟମ ଭୁଲ କ୍ରମେ ନିଜ ଶରୀରର ସୁସ୍ଥ ତନ୍ତୁମାନଙ୍କୁ ଆକ୍ରମଣ କରେ । ଏହା ଏକ ଗୁରୁତର ରୋଗ । ଏହି ରୋଗ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଏହି ରୋଗ ଏତେ ଭୟଙ୍କର ଯେ ଏହା ମସ୍ତିଷ୍କ, ଚର୍ମ, କିଡନୀ ଏବଂ ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ କରିପାରେ । ଲୁପସ୍ ରୋଗର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ହରମୋନ୍, ଜିନ୍, ପରିବେଶ ପରି କେତେକ କାରଣ ଏହି ରୋଗର ସମ୍ଭାବନା ବଢାଇଥାଏ । ଆସନ୍ତୁ ଜାଣିବା ଲୁପସ୍ ରୋଗର ଲକ୍ଷଣ, କାରଣ ଓ ଚିକିତ୍ସା ବିଷୟରେ ।

ଲକ୍ଷଣ
ଲୁପସ୍ ରୋଗର ଚିହ୍ନଟ କରିବା ପ୍ରକ୍ରିୟା ପ୍ରାୟତଃ କଷ୍ଟସାଧ୍ୟ, କାରଣ ଏହାର ଲକ୍ଷଣ ଅନ୍ୟ ସାଧାରଣ ରୋଗ ସହ ସମାନ ଥାଏ । ଅବଶ୍ୟ, ଏହି ରୋଗ ମୁହଁର ଚର୍ମରେ ଦେଖାଯାଉଥିବା ଏକ ବିଶେଷ ଲକ୍ଷଣ ଦ୍ୱାରା ଚିହ୍ନଟ ହୋଇପାରେ । ଏଥିରେ ଗାଲ ଏବଂ ନାକ ଉପରେ ପ୍ରଜାପତିର ଡେଣା ପରି ଏକ ଲାଲ ରାସେସ ସୃଷ୍ଟି ହୁଏ । ଏହା ବ୍ୟତୀତ ଅନ୍ୟାନ୍ୟ ଲକ୍ଷଣଗୁଡିକ ମଧ୍ୟରେ ରହିଛି : ଗଣ୍ଠି ଫୁଲା ଓ ଯନ୍ତ୍ରଣା, ଜ୍ୱର, ଛାତି ଯନ୍ତ୍ରଣା, କେଶ ଝଡ଼ିବା, ପାଟି ଘାଆ, ଲସିକା ଗ୍ରନ୍ଥି ଫୁଲା, ଥକ୍କାପଣ ଅନୁଭବ, ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା, ଭ୍ରମ ଏବଂ ସ୍ମୃତି ଶକ୍ତି ଦୁର୍ବଳ ହେବା, ଆଚରଣରେ ପରିବର୍ତ୍ତନ ଇତ୍ୟାଦି ।

କାରଣ
ଏହି ରୋଗର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ହରମୋନ ସମ୍ପର୍କୀୟ, ପରିବେଶ ଓ ଜେନେଟିକ୍ ପ୍ରଭାବ ଯୋଗୁ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଏ । କୌଣସି ବ୍ୟକ୍ତିଙ୍କୁ ଏହି ରୋଗ ହେଲେ ଆଉ ଜଣକୁ ଏହି ରୋଗ ହେବା ସମ୍ଭାବନା ୨୪% ଥାଏ । ମହିଳା ଯୌନ ହରମୋନ, ରଶ୍ମି , ଧୂମ୍ରପାନ, ଭିଟାମିନ ଡି ଅଭାବ ଓ କେତେକ ସଂକ୍ରମଣ ଯୋଗୁ ଏହି ରୋଗର ରିସ୍କ ବା ସମ୍ଭାବନା ଅଧିକ ଥାଏ । ରୋଗୀର ନିଜ ତନ୍ତୁ ବିରୁଦ୍ଧରେ ଇମ୍ମ୍ୟୁନ ପ୍ରଭାବ ଯୋଗୁ ଅଟୋଆଣ୍ଟିବଡି ପ୍ରସ୍ତୁତ ହୁଏ । ଏହା ଫଳରେ ଦେହରେ ଆଣ୍ଟ-ନ୍ୟୁକ୍ଲିଆର ଆଣ୍ଟବଡି ତିଆରି ହୁଏ ।

ଚିକିତ୍ସା
ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ । ଯଦି ଆପଣ ଲୁପସର କୌଣସି ଲକ୍ଷଣ ଦେଖନ୍ତି, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ତାଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ । ଲୁପସର ଲକ୍ଷଣକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ଦିଆଯାଏ ଏବଂ କିଛି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଏ । ଲୁପସ୍ ରୋଗୀ ଧୂମପାନ ଏବଂ ମଦ୍ୟପାନଠାରୁ ଦୂରେଇ ରହିବା ଉଚିତ । ଚାପରୁ ମଧ୍ୟ ଦୂରେଇ ରହିବା ଉଚିତ । ଶରୀରରୁ ଥକ୍କାପଣ ଦୂର କରନ୍ତୁ। ରୋଗୀ ସୂର୍ଯ୍ୟଙ୍କ ୟୁଭି କିରଣର ସଂସ୍ପର୍ଶରେ ଆସିବା ଠାରୁ ଦୂରେଇ ରହିବା ଉଚିତ୍ । ଶାରୀରିକ ଭାବରେ ସକ୍ରିୟ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
Published by:Soubhagya Mishra
First published: