News18 Odia Digital
ଆମ ରୋଷେଇ ଘରେ ସ୍ୱାସ୍ଥ୍ୟର ଏକ ଭଣ୍ଡାର ଅଛି। ଏପରି ଅନେକ ପନିପରିବା ଅଛି ଯାହା ଆମ ପ୍ଲେଟରେ ଆସେ ଓ ସେମାନଙ୍କର ସ୍ୱାଦରୁ ଦିନ ଆରମ୍ଭ ହୁଏ ଓ ଆମକୁ ସୁସ୍ଥ ରହିବାକୁ ସାହାଯ୍ୟ କରେ। ପ୍ରତିଦିନ ସକାଳୁ ଖାଲି ପେଟରେ ଭେଣ୍ଡି ପାଣି ସେବନ କଲେ ଏହା ଚମତ୍କାର ଭାବରେ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏଥିରୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ଶରୀର ପାଇଁ ଲାଭଦାୟକ। ଆସନ୍ତୁ ଜାଣିବା ଭେଣ୍ଡି ପାଣି ପ୍ରସ୍ତୁତ ଓ ସେବନର ସଠିକ୍ ପଦ୍ଧତି।
ପ୍ରଥମେ ଭେଣ୍ଡିକୁ ଭଲ ଭାବେ ଧୋଇ ଦିଅନ୍ତୁ।
ତାପରେ ଛୋଟ ଛୋଟ କାଟି ଏକ ଗ୍ଲାସ ପାଣିରେ ଭିଜାଇ ଦିଅନ୍ତୁ।
ସକାଳେ ପାଣିରେ ଭିଜାଇଥିବା ଭେଣ୍ଡିକୁ ସେହି ପାଣିରେ ଫୁଟାଇ ଦିଅନ୍ତୁ।
ଏପରି କଲେ ଭେଣ୍ଡିର ସବୁ ପୋଷକ ତତ୍ତ୍ୱ ପାଣିରେ ମିଶିଯିବ।
ଭଲ ଭାବରେ ଭେଣ୍ଡିକୁ ଚିପୁଡି ବାହାର କରିଦିଅନ୍ତୁ।
ପାଣିକୁ ଭଲ ମୋଟା ଜାଲିରେ ଛାଙ୍କି ଦିଅନ୍ତୁ।
ଏହା ପରେ ଖାଲି ପେଟରେ ପାଣିକୁ ପିଅନ୍ତୁ।
ଭେଣ୍ଡି ପାଣିର ଉପକାରିତାଭେଣ୍ଡି ପାଣିର ଉପକାରିତା ଜାଣି ଆପଣ ଏତେ ଆଶ୍ଚର୍ଯ୍ୟ ହେବେ ଯେ ଆପଣ ସୁସ୍ଥ ରହିବା ପାଇଁ ଆଜିଠାରୁ ଏହାକୁ ଖାଇବା ଆରମ୍ଭ କରିଦେବେ। କାରଣ ଏହା କୋଲେଷ୍ଟ୍ରଲ, ରକ୍ତରେ ସୁଗାରକୁ ନିୟନ୍ତ୍ରଣ କରିଥାଏ।
ହୃଦୟକୁ ସୁସ୍ଥ ରଖେଭେଣ୍ଡି ପାଣି ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ପେକ୍ଟିନ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ଭିଟାମିନ୍ କେ ରେ ଭରପୂରଭେଣ୍ଡି ପାଣିରେ ଭିଟାମିନ୍ କେ ପ୍ରଚୁର ପରିମାଣରେ ଥାଏ, ଯାହା ଅତ୍ୟଧିକ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ। ଏଭଳି ପରିସ୍ଥିତିରେ ରକ୍ତରେ ସଂକ୍ରମଣ ଥିବା ଲୋକଙ୍କ ପାଇଁ ଏହା ବହୁତ ଲାଭଦାୟକ ଅଟେ।
ହେମୋଗ୍ଲୋବିନ ବୃଦ୍ଧି କରିବଯଦି ଶରୀରରେ ରକ୍ତର ଅଭାବ ଥାଏ, ତେବେ ଭେଣ୍ଡି ପାଣି ଖାଇବା ଦ୍ୱାରା ତାଙ୍କୁ ସୁସ୍ଥ କରାଯାଇପାରେ। ଭେଣ୍ଡିରେ ଥିବା ଲୌହ ହେମୋଗ୍ଲୋବିନ୍ ବୃଦ୍ଧି ପାଇଁ କାମ କରେ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଶା ଏହା ନିଶ୍ଚିତ କରେ ନାହିଁ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।