News18 Odia Digital
ଡାକ୍ତର ଏନ. ସପନା ଲୁଲା, ଲିଡ୍ କନସଲଟାଣ୍ଟ-ମେଦବହୁଳତା, ପ୍ରସୂତି ଏବଂ ସ୍ତ୍ରୀ ରୋଗ, ଆଷ୍ଟର୍ ସିଏମ୍ଆଇ ହସ୍ପିଟାଲ୍, ବେଙ୍ଗାଲୁରୁ।Obesity affect your pregnancy: ସାଧାରଣତଃ ୨ ଥର ଖାଇବା ପାଇଁ ପ୍ରତ୍ୟେକ ଗର୍ଭବତୀଙ୍କୁ ଯେଉଁ ପରାମର୍ଶ ଦିଆଯାଇଥାଏ, ତାହା ସାଧାରଣ କଥା। ଏଭଳି ପରାମର୍ଶ ଦେବାର କାରଣ ହେଉଛି ଗର୍ଭବତୀମାନଙ୍କ ଓଜନ ଠିକ୍ଠାକ୍ ରହିବ।
ସେମାନଙ୍କ ଗର୍ଭରେ ବଢୁଥିବା ପିଲା ମଧ୍ୟ ସୁସ୍ଥ ରହିବା ସହ ତା ପାଇଁ ଆବଶ୍ୟକ ପୁଷ୍ଟିକର ସୁନିଶ୍ଚିତ ହୋଇପାରିବ। ଅବଶ୍ୟ, ଦୁଇଥର ଖାଇବା ଦ୍ବାରା ଗର୍ଭବତୀମାନଙ୍କ ଓଜନ ଅଧିକ ବଢ଼ିଥାଏ, ଆଉ ତା ସହ ମୋଟାପଣ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ।
ମେଦବହୁଳତା କ’ଣ?ମେଦବହୁଳତା ବା ମୋଟାପଣ ଏକ ଜଟିଳ ବ୍ୟାଧି, ଯାହା ଆପଣଙ୍କ ଶରୀରରେ ଅତ୍ୟଧିକ ଚର୍ବି ବଢ଼ାଇଥାଏ। ଏହା ଶରୀରର ବଡି ମାସ୍ ଇଣ୍ଡେକ୍ସ ବା BMI ଉପରେ ଆଧାରିତ ହୋଇଥାଏ। ସାଧାରଣତଃ ଯେଉଁମାନଙ୍କ BMI ୨୫ରୁ ୨୯.୮ ମଧ୍ୟରେ ଥାଏ, ସେମାନଙ୍କୁ ଓଭରୱେଟ୍ ବା ଅଧିକ ଓଜନ ବୋଲି ବିବେଚନା କରାଯାଏ। ଯେତେବେଳେ BMI ୩୦ କିମ୍ବା ତାଠାରୁ ଅଧିକ ରହେ, ସେଭଳି ଲୋକଙ୍କୁ ମେଦବହୁଳ କୁହାଯାଏ।
BMI
ବୃଦ୍ଧି ଓ ସ୍ବାସ୍ଥ୍ୟ ପ୍ରତି ବିପଦ ଦର୍ଶାଇ ମେଦବହୁଳତାକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା-୧. କ୍ୟାଟେଗୋରି I ମେଦବହୁଳତା: ୩୦ରୁ ୩୪.୯ ମଧ୍ୟରେ BMI
୨. କ୍ୟାଟେଗୋରି II ମେଦବହୁଳତା: ୩୫ରୁ ୩୯.୯ ମଧ୍ୟରେ BMI
୩. କ୍ୟାଟେଗୋରି III ମେଦବହୁଳତା: ୪୦ କିମ୍ବା ତା’ଠାରୁ ଅଧିକ BMI
ମେଦବହୁଳତା ଆପଣଙ୍କ ଗର୍ଭଧାରଣକୁ କିପରି ପ୍ରଭାବିତ କରେ?ଗର୍ଭାବସ୍ଥାରେ ମେଦବହୁଳତା ହେଉଛି ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା, ଯାହାକି ଗର୍ଭବତୀମାନେ ପ୍ରାୟତଃ ସମ୍ମୁଖୀନ ହୋଇଥାନ୍ତି। କାରଣ ଏହା ଏକାଧିକ ଗର୍ଭଧାରଣ ଜଟିଳତା ଆଶଙ୍କା ବଢ଼ାଇଥାଏ। ସାଧାରଣତଃ ବଡି ମାସ୍ ଇଣ୍ଡେକ୍ସ ବା BMI ଥିବା ମହିଳାମାନେ ମେଦବହୁଳତା ହେତୁ ନିମ୍ନଲିଖିତ ସ୍ବାସ୍ଥ୍ୟ ସମସ୍ୟା ଭୋଗିଥାନ୍ତି।
୧. ଗର୍ଭଧାରଣ ଉଚ୍ଚ ରକ୍ତଚାପ: ଏହା ଉଚ୍ଚ ରକ୍ତଚାପ, ଯାହା ଗର୍ଭଧାରଣର ଦ୍ବିତୀୟ ତ୍ରୈମାସିକରେ ବିକଶିତ ହୋଇଥାଏ ଓ ସ୍ବାସ୍ଥ୍ୟଗତ ଜଟିଳତାକୁ ବଢ଼ାଇଥାଏ।
୨. ପ୍ରି-ଏକ୍ଲାମପସିଆ: ଏହି ପ୍ରକାରର ଗମ୍ଭୀର ଗର୍ଭଧାରଣ ଉଚ୍ଚ ରକ୍ତଚାପ ଗର୍ଭଧାରଣର ଦ୍ବିତୀୟାର୍ଦ୍ଧ କିମ୍ବା ପ୍ରସବର କିଛିଦିନ ପରେ ଆରମ୍ଭ ହୋଇଥାଏ। ଏହାଦ୍ବାରା ମେଦବହୁଳ ମହିଳାମାନଙ୍କର ପ୍ରାୟତଃ ଲିଭର ଓ କିଡନୀ ବିଫଳ ହୋଇଥାଏ। ବେଳେବେଳେ ହୃଦ୍ଘାତ ଓ ଷ୍ଟ୍ରୋକ୍ ମଧ୍ୟ ହୋଇପାରେ। ଏହାଛଡ଼ା ଗର୍ଭସ୍ଥ ଶିଶୁର ବୃଦ୍ଧି ଓ ପ୍ଲାସେଣ୍ଟା ସମ୍ପର୍କିତ ସମସ୍ୟା ସୃଷ୍ଟି କରିଥାଏ।
୩. ମାକ୍ରୋସୋମିଆ: ଏହି ଅବସ୍ଥାରେ ଗର୍ଭସ୍ଥ ଶିଶୁଟି ସାଧାରଣ ଅପେକ୍ଷା ବଡ଼ ହୁଏ, ଯାହା ପ୍ରସବ ସମୟରେ ଜନ୍ମ ଆଘାତ ପାଇଥାଏ।
୪. ଜେଷ୍ଟେସନାଲ୍ ଡାଇବେଟିସ୍: ଗର୍ଭାବସ୍ଥାରେ ରକ୍ତରେ ଶର୍କରା ସ୍ତରର ବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିଥାଏ ପିଲାଙ୍କଠାରେ। ଶିଶୁ ବଡ଼ ହୋଇଥିବାରୁ ଅନେକ ମା’ଙ୍କୁ ସିଜରିଆନ୍ ଡେଲିଭରୀ କରିବାକୁ ପଡ଼ାଥାଏ। ଗର୍ଭାବସ୍ଥାରେ ମଧୁମେହ ରୋଗ ପରେ ବି ଜୀବନତମାମ ସେମାନଙ୍କଠାରେ ମଧୁମେହ ଦେଖାଦେଇଥାଏ। ତାହା ପିଲାଙ୍କ ଠାରେ ବି ଦେଖାଦେଇପାରେ।
୫. ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ: ଏହି ଅବସ୍ଥାରେ ଜଣେ ବ୍ୟକ୍ତି ଶୋଇବା ସମୟରେ ଏବଂ ଗର୍ଭଧାରଣ ସମୟରେ କିଛି ସମୟ ନିଶ୍ବାସ ନେବା ବନ୍ଦ କରିଦିଏ। ସ୍ଲିପ୍ ଆପ୍ନିଆରେ ମହିଳାମାନେ ଅଧିକ କ୍ଲାନ୍ତ ଅନୁଭବ କରିଥାନ୍ତି ଏବଂ ପ୍ରି-ଏକ୍ଲାମପ୍ସିଆ, ଉଚ୍ଚ ରକ୍ତଚାପ ଏବଂ ହୃଦୟ ଏବଂ ଫୁସଫୁସ ଜନିତ ସମସ୍ୟା ହେବାର ଆଶଙ୍କା ବଢ଼ିଯାଇଥାଏ।
୬. ଜନ୍ମ ଦୋଷ: ମେଦବହୁଳ ଗର୍ଭବତୀମାନେ ଏମିତି ଶିଶୁଙ୍କୁ ଜନ୍ମ ଦେବାର ସମ୍ଭାବନା ଥାଏ, ଯେଉଁମାନଙ୍କର ସ୍ନାୟୁ ଟ୍ୟୁବ୍ ତ୍ରୁଟି ଏବଂ ହୃଦଘାତ ଭଳି ଜନ୍ମ ଦୋଷ ଦେଖାଦେଇଥାଏ।
୮. ଡାଇଗ୍ନୋଷ୍ଟିକ୍ ପ୍ରଣାଳୀ ସହିତ ଜଡ଼ିତ ସମସ୍ୟା: ଶରୀରର ଅତ୍ୟଧିକ ଚର୍ବି ଅଲଟ୍ରାସାଉଣ୍ଡ ପରୀକ୍ଷଣ ସମୟରେ ଭ୍ରୂଣ ଆନାଟୋମିରେ ବାଧା ସୃଷ୍ଟି କରିପାରେ ଏବଂ ପ୍ରସବ ସମୟରେ ଭ୍ରୂଣର ହୃଦସ୍ପନ୍ଦନ ଉପରେ ନଜର ରଖିବା ପରି ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
ପଢ଼ନ୍ତୁ ଏହି ଖବର: Vastu Tips: ଘର ସାମ୍ନାରେ ଭୁଲରେ ବି ରଖନ୍ତୁନି ଏହି ଜିନିଷ; ମାଡ଼ି ଆସିବ ଦୁଃଖଆପଣ କିପରି ଏକ ସୁସ୍ଥ ଗର୍ଭଧାରଣ ନିଶ୍ଚିତ କରିପାରିବେ?ବିପଦ ସତ୍ତ୍ବେ ମେଦବହୁଳ ମହିଳାମାନେ ବି ସୁସ୍ଥ ଗର୍ଭବତୀ ହୋଇପାରନ୍ତି। ତଳେ ଦିଆଯାଇଥିବା ଟିପ୍ସ ବ୍ୟବହାର କରି ମେଦବହୁଳ ମହିଳାମାନେ ଫିଟ୍ ଏବଂ ସୁସ୍ଥ ରହିପାରିବେ।
୧. ଓଜନ ହ୍ରାସ ନେଇ ପ୍ଲାନ୍ କରନ୍ତୁ ଏବଂ ଅତିକମରେ ୩୦ ମିନିଟ୍ ପର୍ଯ୍ୟନ୍ତ ପହଁରିବା ଏବଂ ଚାଲିବା ପରି ବ୍ୟାୟାମ କରନ୍ତୁ।
୨. ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ଆପଣଙ୍କ ଖାଦ୍ୟରେ କମ୍ କାର୍ବୋହାଇଡ୍ରେଟ୍ ଏବଂ ଉଚ୍ଚ ଚର୍ବିଯୁକ୍ତ ପ୍ରୋଟିନ୍ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ।
୩. ଭାତ କମ୍ ଖାଆନ୍ତୁ।
୪. ଚିନିଠାରୁ ଦୂରେଇ ରୁହନ୍ତୁ ଏବଂ ଏହା ବଦଳରେ ପ୍ରାକୃତିକ ମଧୁରତାଯୁକ୍ତ ଖାଦ୍ୟ ଏବଂ ପାନୀୟ ଗ୍ରହଣ କରନ୍ତୁ।
ଶେଷରେ, ପ୍ରସୂତୀ ବିଶେଷଜ୍ଞଙ୍କ ସହିତ ନିୟମିତ ପରାମର୍ଶ ବିପଦର ଆଶଙ୍କାକୁ ହ୍ରାସ କରିବା ସହ ଏକ ସୁସ୍ଥ ଗର୍ଭଧାରଣରେ ବି ସହାୟକ ହୋଇଥାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।