News18 Odia Digital
Is it safe to skip dinner: ରାତ୍ରୀ ଭୋଜନ ସ୍କିପ୍ କରିବା ଉଚିତ୍ କି- ଅଭିନେତା ମନୋଜ ବାଜପେୟୀଙ୍କୁ ୫୪ ବର୍ଷ। ୫୪ ବର୍ଷରେ ବି ସେ ବହୁତ ଫିଟ୍ ଏବଂ ଫାଇନ୍ ଦେଖାଯାଉଛନ୍ତି। ତେବେ ତାଙ୍କ ଫିଟନେସର ରହସ୍ୟ କ’ଣ।
ନିକଟରେ ଏକ ସାକ୍ଷାତକାରରେ ଏହା ପଚାରିବାରୁ ସେ କହିଥିଲେ ସେ ଗତ ୧୩-୧୪ ବର୍ଷ ଧରି ରାତ୍ରୀ ଭୋଜନ କରୁନାହାଁନ୍ତି ଏବଂ ଏହା ହେଉଛି ତାଙ୍କ ଫିଟନେସର ରହସ୍ୟ।
ଏହା କରିବା ଦ୍ୱାରା ତାଙ୍କର ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥିଲା। ବର୍ତ୍ତମାନ ପ୍ରଶ୍ନ ହେଉଛି ଆପଣ ଏବଂ ଆମେ ଏହାକୁ ଅଭ୍ୟାସ କରିପାରିବା କି ନାହିଁ? ତେବେ ଏହାର ଉତ୍ତର ପାଇବା ପାଇଁ, ଆମେ କିଛି ବିଶେଷଜ୍ଞଙ୍କ ସହ କଥା ହେଲୁ। ଆସନ୍ତୁ ଜାଣିବା ଏ ବିଷୟରେ ସେମାନଙ୍କର ଉତ୍ତର କ’ଣ ଥିଲା?
ରାତ୍ରୀ ଭୋଜନ ଛାଡ଼ିବା ଠିକ୍ କି?ତେବେ ଡାଏଟିସିଆନଙ୍କ କହିବା ଅନୁଯାୟୀ, ବେଳେବେଳେ ରାତ୍ରୀ ଭୋଜନକୁ ସ୍କିପ୍ କରିବା ଠିକ୍। କାରଣ ଏହା ସ୍ୱାସ୍ଥ୍ୟ ପ୍ରତି କିଛି ବିପଦ ସୃଷ୍ଟି କରେ ନାହିଁ। ବିଶେଷକରି ଯଦି ଆପଣ ଦିନରେ ଏକ ସନ୍ତୁଳିତ ଖାଦ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିଛନ୍ତି। ତେବେ ଆପଣଙ୍କୁ ରାତ୍ରୀ ଭୋଜନ କରିବା ଦରକାର ନାହିଁ। କିନ୍ତୁ ଯଦି ଆପଣ ରାତ୍ରୀ ଭୋଜନ କ୍ରମାଗତ ଭାବରେ ଛାଡ଼ି ଦେଉଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଯେପରିକି ପୁଷ୍ଟିକର ଅଭାବ, ମେଟାବୋଲିଜିମ୍ ବନ୍ଦ, ଶକ୍ତି ଅଭାବ ଏବଂ ଏକାଗ୍ରତାର ଅଭାବର ସମ୍ମୁଖୀନ ହେବାକୁ ପଡ଼ିଥାଏ।
କିଛି କ୍ଷେତ୍ରରେ ଲାଭଦାୟକ ହୋଇପାରେ-ରାତ୍ରୀ ଭୋଜନ ସ୍କିପ୍ କରିବା କିଛି କ୍ଷେତ୍ରରେ ଲାଭ ଦାୟକ ବୋଲି ପ୍ରମାଣିତ ହୋଇଛି। ଡାଏଟିସିଆନମାନେ ମଧ୍ୟ ସହମତ ଅଟନ୍ତି ଯେ ରାତ୍ରୀ ଭୋଜନ ସ୍କିପ୍ କଲେ ଓଜନ ନିୟନ୍ତ୍ରିତ ହୋଇଥାଏ। ଏହା କ୍ୟାଲୋରୀ ପରିମାଣ ହ୍ରାସ କରିବାରେ ସହାୟକ ହୋଇଥାଏ। ତଥାପି, ଏହା କରିବା ଦ୍ୱାରା ମଧ୍ୟ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଯଦି ଆପଣ କୌଣସି ପ୍ରକାରର ରୋଗରେ ପୀଡିତ ଅଛନ୍ତି, ତେବେ ଆପଣ ଏହା କରିବା ପୂର୍ବରୁ ଆପଣଙ୍କ ଡକ୍ଟରଙ୍କ ସହ କଥା ହେବା ନିହାତି ଆବଶ୍ୟକ। ଅନେକ ଲୋକ ନିଜର ଓଜନ ହ୍ରାସ କରିବା ପାଇଁ ମଧ୍ୟ ରାତ୍ରୀ ଭୋଜନ ସ୍କିପ୍ କରିଥାନ୍ତି। କିନ୍ତୁ ଏହା କରିବା ପରିବର୍ତ୍ତେ ଆପଣ ନିୟମିତ ଶାରୀରିକ କାର୍ଯ୍ୟକଳାପ, ଅଧିକ ନିୟନ୍ତ୍ରଣ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣ କଲେ ଓଜନ ମଧ୍ୟ ହ୍ରାସ ହୋଇ ପାରିବ।
ରାତ୍ରୀ ଭୋଜନ ଛାଡ଼ିବାର ସାଇଡ୍ ଇଫେକ୍ଟ-
୧. ନିୟମିତ ଭାବରେ ରାତ୍ରୀ ଭୋଜନ ଛାଡ଼ିଦେଲେ ଆପଣଙ୍କ ଶରୀରର ମେଟାବୋଲିକ୍ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ, ଯାହା ରକ୍ତରେ ଶର୍କରା ସ୍ତରର ପରିବର୍ତ୍ତନ ହୋଇପାରେ, ହରମୋନ୍ ନିୟନ୍ତ୍ରଣ ଉପରେ ସମ୍ଭାବ୍ୟ ନକାରାତ୍ମକ ପ୍ରଭାବ ମଧ୍ୟ ପଡ଼ିଥାଏ।
୨. ରାତିରେ ନଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଆରମ୍ଭ ହୋଇଥାଏ ଓ ଶୋଇବା ବ୍ୟାଘାତ ହୋଇଥାଏ।
୩- ନିୟମିତ ଭାବରେ ଖାଇବା ଛାଡ଼ିବା ଦ୍ବାରା ଏହା ଆପଣଙ୍କ ଓଜନ ପରିଚାଳନା ଉପରେ ପ୍ରଭାବ ପକାଇପାରେ।
୪- ଯଦି ଆପଣ ରାତିରେ ଖାଉ ନାହାଁନ୍ତି, ତେବେ ଏହା ରକ୍ତରେ ଖରାପ କୋଲେଷ୍ଟ୍ରଲ୍ର ସ୍ତରକୁ ବଢ଼ାଇବା ଆରମ୍ଭ କରିଦିଏ, ଯାହା ପରେ ହାଇ ବ୍ଲଡ ପ୍ରେସର, ଡାଇବେଟିସ୍, ଇତ୍ୟାଦି ରୋଗର ସୃଷ୍ଟି ହୋଇଥାଏ।
ପଢ଼ନ୍ତୁ ଏହି ଖବର: ହଠାତ ଧନ ପାଇଲେ ଜମା କରନ୍ତୁନି ଏହି ଭୁଲ; ନଚେତ୍ ହୋଇଯିବେ କାଙ୍ଗାଳ୫- ରାତ୍ରୀ ଭୋଜନ ସ୍କିପ୍ କରିବା ଯୋଗୁଁ ଶରୀରରେ ଥାଏରୟଡ ଲେବଲ ବଢ଼ିବାକୁ ଲାଗିଥାଏ, ଯାହାଫଳରେ ଶରୀରରେ ଅନେକ ସମସ୍ୟା ଉପୁଜିପାରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।