ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଏହି ଆୟୁର୍ବେଦିକ ସୁପରଫୁଡ୍ ଖାଦ୍ୟ ଖାଆନ୍ତୁ

ସୁପରଫୁଡ୍ ସାଧାରଣତଃ ସେହି ଖାଦ୍ୟକୁ କୁହାଯାଏ, ଯାହା ପୋଷକ ତତ୍ତ୍ୱରେ ଭରପୂର ଏବଂ ଯେଉଁ ଖାଦ୍ୟରେ କ୍ୟାଲୋରୀ କମ୍ ଥାଏ।

ସୁପରଫୁଡ୍

ସୁପରଫୁଡ୍

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Fitness Tips; ଆଜିକାଲି କିଛି ଲୋକ ଅଳ୍ପ ବୟସରେ ଦୁର୍ବଳତା ଏବଂ ଥକ୍କାପଣର ସମ୍ମୁଖୀନ ହେବାକୁ ଲାଗିଲେଣି। ଏଭଳି ପରିସ୍ଥିତିରେ ସେମାନେ ସେମାନଙ୍କର ଖାଦ୍ୟ ଏବଂ ପାନୀୟର ବିଶେଷ ଯତ୍ନ ନେବା ଉଚିତ୍। ସୁପରଫୁଡ୍ ସାଧାରଣତଃ ସେହି ଖାଦ୍ୟକୁ କୁହାଯାଏ, ଯାହା ପୋଷକ ତତ୍ତ୍ୱରେ ଭରପୂର ଏବଂ ଯେଉଁ ଖାଦ୍ୟରେ କ୍ୟାଲୋରୀ କମ୍ ଥାଏ। କିନ୍ତୁ ଭଲ କଥା ହେଉଛି ସୁପରଫୁଡ୍ ପାଇଁ ଆପଣଙ୍କୁ ମହଙ୍ଗା ଏବଂ ଆମଦାନୀ ହୋଇଥିବା ଜିନିଷ ଉପରେ ନିର୍ଭର କରିବାକୁ ପଡିବ ନାହିଁ।

୧. ଡାଳିମ୍ବ
ଡାଳିମ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ, ଟାଇପ୍-୨ ମଧୁମେହ ସହିତ ଲଢିବାରେ ସାହାଯ୍ୟ କରିଥାଏ ଏବଂ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।ଏହା ଖାଇବା ଦ୍ଵାରା ଆପଣଙ୍କ ତ୍ୱଚାରେ ଚମକ ମଧ୍ୟ ଆସିଥାଏ।

୨.ଘିଅ
ରିସର୍ଚ୍ଚ ଦ୍ଵାରା ଏହା ପ୍ରମାଣିତ ହୋଇଛି ଯେ ଆପଣଙ୍କ ଖାଦ୍ୟରେ ଘିଅର ପରିମାଣ ରହିଲେ ଖାଦ୍ୟର ଗ୍ଲାଇସେମିକ୍ ଇଣ୍ଡେକ୍ସ କମିଯାଏ। ବଲିଉଡ ଅଭିନେତ୍ରୀ କରୀନା କପୁର ମଧ୍ୟ ତାଙ୍କ ଖାଦ୍ୟରେ ଘିଅ ସେବନ କରନ୍ତି।

୩. ଅଁଳା
Vitamin C ରେ ଭରପୂର ଅଁଳା ଏହାର ଆଣ୍ଟି-ଏଜିଂ ଏବଂ ଇମ୍ୟୁନିଟି-ବୁଷ୍ଟର୍ ଗୁଣ ପାଇଁ ଜଣାଶୁଣା। ଆୟୁର୍ବେଦ ଅନୁଯାୟୀ ଏହା ଶରୀରର କଫ, ଏବଂ ପିତ ଦୋସକୁ ଦୂର କରିଥାଏ।

୪. ମହୁ
ମହୁ ଖାଇବାର ଅନେକ ଲାଭ ରହିଛି। ମହୁରେ ପଲିଫେନୋଲ ନାମକ ଆଣ୍ଟିଅକ୍ସିଡାଣ୍ଟର ଗୁଣ ରହିଥାଏ। ଆୟୁର୍ବେଦରେ ମହୁ ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଇଛି। ଓଜନ ହ୍ରାସ କରିବା ଏବଂ ଚର୍ମରେ ଚମକ ଆଣିବା ପାଇଁ ମହୁ ବ୍ୟବହାର କରାଯାଏ।
Published by:Soumyashree Mishra
First published: