Hair Growth: ସୁନ୍ଦର କେଶ ଚାହୁଁଛନ୍ତି କି ? ତେବେ ଲଗାନ୍ତୁ ଲାଉ ହେୟାର ମାସ୍କ...

how to make lauki hair mask: ସୁନ୍ଦର କେଶ ପାଇଁ ବଜାରରେ ବିକ୍ରି ହେଉଥିବା କେମିକାଲ ପ୍ରଡକ୍ଟକୁ ବ୍ୟବହାର କରନ୍ତୁ ନାହିଁ। ଘରେ ବସି ତିଆରି କରନ୍ତୁ ଲାଉ ହେୟାର ମାସ୍କ ଆଉ କେଶରେ ଲଗାନ୍ତୁ। ଦେଖିବେ କିପରି ଗହବା ଏବଂ ଉଜ୍ବଳ ଦିଶିବ ଆପଣଙ୍କ କେଶ।

Hair Growth: ସୁନ୍ଦର କେଶ ଚାହୁଁଛନ୍ତି କି ? ତେବେ ଲଗାନ୍ତୁ ଲାଉ ହେୟାର ମାସ୍କ...

Hair Growth: ସୁନ୍ଦର କେଶ ଚାହୁଁଛନ୍ତି କି ? ତେବେ ଲଗାନ୍ତୁ ଲାଉ ହେୟାର ମାସ୍କ...

  • News18 Odia
  • Last Updated :
  • Other, India
  • Share this:
News18 Odia Digital

How To Make Lauki Hair Mask: ସୁନ୍ଦର କେଶ ଆଉ ସୁନ୍ଦର ତ୍ବଚା ସମସ୍ତେ ଚାହାଁନ୍ତି। ଖାସ୍ କରି କେଶ ନାରୀ ସୌନ୍ଦର୍ଯ୍ୟର ଅଭିନ୍ନ ଅଙ୍ଗ। ତେଣୁ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନେକ ଲୋକ ବଜାରରେ ବିକ୍ରି ହେଉଥିବା କେମିକାଲ ପ୍ରଡକ୍ଟ ବ୍ୟବହାର କରନ୍ତି । ଯେମିତିକି ଭିନ୍ନ ଭିନ୍ନ ପ୍ରଡକ୍ଟର ସାମ୍ପ୍ୟୁ, କଣ୍ଡିସନର୍, ହେୟାର ମାସ୍କ ଇତ୍ୟାଦି। କିନ୍ତୁ କେବେ ଭାବିଛନ୍ତି କି ଏହା ଆପଣଙ୍କ କେଶକୁ କେତେ ମାତ୍ରାରେ ଡ୍ୟାମେଜ କରିଦିଏ। ଏ ସବୁ କେମିକାଲ ପ୍ରଡକ୍ଟ ଲଗାଇବା ଦ୍ବାରା ଆପଣଙ୍କ କେଶ ପାଚିବା ସହ ଝଡିବା ଆରମ୍ଭ କରିଥାଏ। ତେବେ ଆମେ ଆପଣଙ୍କ କେଶର ସୁରକ୍ଷା ପାଇଁ କିଛି ନୂଆ ଉପାୟ କହିବୁ। ଯାହାକୁ ଆପଣ ଘରେ ତିଆରି କରି କେଶରେ ଲଗାଇ ପାରିବେ। ଏବଂ ଏହାକୁ ଲଗାଇବା ଦ୍ବାରା ଆପଣଙ୍କ କେଶ ସୁଦୃଢ ଏବଂ ଉଜ୍ବଳ କରିବ।

ଆମେ ଆଜି ଆପଣଙ୍କୁ ଲାଉ ହେୟାରମାସ୍କ ବିଷୟରେ କହିବୁ। ଲାଉ ଭିଟାମିନ୍-ବି ପରି ଗୁଣରେ ଭରପୂର ଅଟେ ଯାହା ଆପଣଙ୍କ ତ୍ୱଚାର ସମସ୍ତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଲାଉକୁ ଆପଣ ସାଧାରଣତଃ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ କେଶରେ ଥିବା ସମସ୍ୟାକୁ ଏହା ଦୂର କରଥାଏ। ଲାଉକୁ ହେୟାର ମାସ୍କ କରି ଲଗାଇବା ଦ୍ବାରା ଶୁଷ୍କ କେଶକୁ ନୂତନ ଜୀବନ ମିଳିଥାଏ। ଏହା ସହ ଗହବା ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଲାଉ ହେୟାର ମାସ୍କ କିପରି ତିଆରି କରାଯାଏ...

ଲାଉ ହେୟାର ମାସ୍କ ପ୍ରସ୍ତୁତ କରିବା ପ୍ରଣାଳୀ-
୧-ଲାଉ ହେୟାର ମାସ୍କ ତିଆରି କରିବା ପାଇଁ ପ୍ରଥମେ ଲାଉ ନିଅନ୍ତୁ।
୨- ପରେ ଏହାର ଚୋପା ଛଡାଇ ପେଷ୍ଟ ପ୍ରସ୍ତୁତ କରିବା ପାଇଁ ମିକ୍ସରରେ ଭଲଭାବରେ ଗ୍ରାଇଣ୍ଡିଂ କରନ୍ତୁ।
୩-ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ଏକ ପାତ୍ରରେ ରଖନ୍ତୁ ।
୪- ପ୍ରସ୍ତୁତ ପେଷ୍ଟରେ 1ଚାମଚ ଆପଲ ଭିନେଗାର ଏବଂ4ଚାମଚ ମୋଟା ଦହି ମିଶାଇ ଏହାକୁ ଭଲଭାବରେ ଫେଣ୍ଟନ୍ତୁ

ପ୍ରୟୋଗ କରିବାର ପ୍ରଣାଳୀ-
୧- ଲାଉ ହେୟାର ମାସ୍କ କେଶରେ ଲଗାଇବା ପାଇଁ ଆପଣଙ୍କୁ ଗୋଟିଏ ଦିନ ପୂର୍ବରୁ ମୁଣ୍ଡ ଧୋଇବା ଉଚିତ୍।
୨- ତା’ପରେ ଆପଣ ପ୍ରସ୍ତୁତ ହୋଇଥିବା ମାସ୍କକୁ କେଶରେ ଭଲ ଭାବରେ ଲଗାନ୍ତୁ
୩- ମାସ୍କକୁ ପ୍ରାୟ 30 ରୁ 40 ମିନିଟ୍ ପର୍ଯ୍ୟନ୍ତ କେଶରେ ଲଗାଇ ଶୁଖାନ୍ତୁ
୪- କେଶକୁ ଥଣ୍ଡା ପାଣିରେ ଧୋଇ ସଫା କରନ୍ତୁ
ଧ୍ୟାନ ରଖନ୍ତୁ ଯେ ଏହି ମାସ୍କ ଲଗାଇବାର ଗୋଟିଏ ଦିନ ପର୍ଯ୍ୟନ୍ତ ପୁର୍ନବାର କେଶକୁ ଧୁଅନ୍ତୁ ନାହିଁ।



ପଢନ୍ତୁ ଏହି ଖବର: Success Story: ବିନା IIT-IIM ସାର୍ଟିଫିକଟରେ ଗୁଗୁଲ ଦେଲା ଚାକିରି; ଦରମା ବାର୍ଷିକ ୧ କୋଟି
Published by:Sujit Swain
First published: