Dark Circles: ଆପଣଙ୍କ ଆଖି ତଳ କଳା ଦାଗ ପଡିଛି କି ? ଆପଣାନ୍ତୁ ଖାଲି ଏହି ଉପାୟ...

Skin Care Tips:ଅନେକ ଲୋକଙ୍କ ଆଖି ତଳେ ଡାର୍କ ସର୍କଲର ଆସିଯାଇଥାଏ, ଯେଉଁଥିପାଇଁ ଆପଣଙ୍କ ଆଖିର ସୌନ୍ଦର୍ଯ୍ୟ କମିଯାଇଥାଏ । ତେବେ କ'ଣ ଆପଣ ବି ଏହି ସମସ୍ୟା ଦ୍ବାରା ଗତି କରୁଛନ୍ତି କି ? ଯଦି ହଁ ତେବେ ଆପଣାନ୍ତୁ ଏହି ଟିପ୍ସ ।

Dark Circles: ଆପଣ ଆଖି ତଳ କଳା ଦାଗ ପଡିଛି କି ? ଆପଣାନ୍ତୁ ଖାଲି ଏହି ଉପାୟ...

Dark Circles: ଆପଣ ଆଖି ତଳ କଳା ଦାଗ ପଡିଛି କି ? ଆପଣାନ୍ତୁ ଖାଲି ଏହି ଉପାୟ...

  • News18 Odia
  • Last Updated :
  • Other, India
  • Share this:
News18 Odia Digital

How To Make Dahi Under Eye Mask: ସୁନ୍ଦର ତ୍ବଚା ସମସ୍ତେ ଚାହାଁନ୍ତି । ସୁନ୍ଦର ତ୍ବଚା ପାଇବା ପାଇଁ ଆମେମାନେ ଅନେକ ପ୍ରକାରର ଉପାୟ ଆପଣେଇ ଥାଉ । ଅନେକ ପ୍ରକାରର କସମେଟିକ୍ ବ୍ୟବହାର କରିଥାଉ । କିନ୍ତୁ କେବେ ଭାବିଛନ୍ତି କି ଏହା ଆମ ସ୍କିନ୍‌କୁ କେତେ ଡ୍ୟାମେଜ୍‌ କରିଥାଏ । ଡାର୍କ ସରକଲଠୁ ଆରମ୍ଭ କରି ରିଙ୍କଲ୍ସ ଚେହେରାରେ ସବୁ କିଛି ଆସିଯାଇ ଥାଏ । ବିଶେଷ କରି ଚେହେରାରେ ଡାର୍କ ସର୍କଲ ଆସିବା ସବୁଠୁ ବଡ ସମସ୍ୟା । ଅନେକ ଲୋକଙ୍କ ଆଖି ତଳେ ଡାର୍କ ସର୍କଲର ଆସିଯାଇଥାଏ, ଯେଉଁଥିପାଇଁ ଆପଣଙ୍କ ଆଖିର ସୌନ୍ଦର୍ଯ୍ୟ କମିଯାଇଥାଏ । ତେବେ କ'ଣ ଆପଣ ବି ଏହି ସମସ୍ୟା ଦ୍ବାରା ଗତି କରୁଛନ୍ତି କି ? ଯଦି ହଁ ତେବେ ଆପଣାନ୍ତୁ ଏହି ଟିପ୍ସ । ଘରୋଇ ଉପଚାର ଦ୍ବାରା ଆପଣଙ୍କ ଏହି ସମସ୍ୟାର ସମାଧାନ ହୋଇ ପାରିବ । ମାତ୍ର ୧ସପ୍ତାହରେ ଦୂର ହୋଇଯିବ ଆପଣଙ୍କ ଡାର୍କ ସର୍କଲ । ତେବେ ଆସନ୍ତୁ ଜାଣିବା ସେହି ଉପାୟ...

ଆଖି ତଳେ କଦଳୀ ଓ ଦହି କିପରି ଲଗେଇବେ ? (How To Make Dahi Under Eye Mask)
ଦହି ସହିତ ହଲଦୀ । ଏହାକୁ ମାସ୍କ ବନେଇ ଆପଣ ଆପଣଙ୍କ ଚେହେରାରେ ଲଗେଇ ପାରିବେ । ଦହି ଆପଣଙ୍କ ଆଖିକୁ ଥଣ୍ଡା ଦେଇଥାଏ । ଅନ୍ୟ ପଟେ, ହଳଦୀ ଆପଣଙ୍କ ଆଖି ତଳେ ଥିବା କଳାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ଆପଣ ପଫି ଆଖି ଏବଂ ଥକ୍କା ଆଖିର ସମସ୍ୟାକୁ ମଧ୍ୟ ଦୂର କରିପାରିବ, ତେବେ ଆସନ୍ତୁ ଜାଣିବା ଏହି ମାସ୍କ କିପରି ତିଆରି କରିବେ...

ଆଖି ତଳେ ଦହି କିପରି ଲଗେଇବେ ? (How To Apply Dahi Under Eye Mask)
ପ୍ରଥମେ ଏକ ପାତ୍ରରେ ୧ ଚାମଚ ଦହି, ୧ ଚାମଚ ହଳଦୀ ପାଉଡର ନିଅନ୍ତୁ । ଏହା ପରେ, ଆପଣ ଏଥିରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ । ତା’ପରେ ଏହି ସବୁ ଜିନିଷକୁ ଭଲ ଭାବରେ ମିଶାନ୍ତୁ ଏବଂ ଏକ ଚିକ୍କଣ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତା ପରେ ଏହାକୁ ଆଖି ତଳେ ବଲ ଭାବେ ଲଗାନ୍ତୁ । ଏହା ପରେ, ଆପଣ ଏହାକୁ ପ୍ରାୟ ୧୫-୨୦ ମିନିଟ୍ ପାଇଁ ରଖି୍ ଛାଡି ଦିଅନ୍ତୁ । ପରେ ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି ସପ୍ତାହକୁ ୨-୪ ଥର କରନ୍ତୁ ଦେଖିବେ ଆପଣଙ୍କ ଡାର୍କ ସର୍କଲ ବିନା କୌଣସି କସମେଟିକ୍ ବ୍ୟବହାରରେ ଦୂର ହୋଇଯିବ ।

ପଢନ୍ତୁ ଏହି ଖବର : Bajaj Finance: ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ବଜାଜ୍‌ ଫାଇନାନ୍ସ; କଲା ବଡ଼ ଘୋଷଣା... ଜାଣନ୍ତୁ କଣ
Published by:Sujit Swain
First published: