Egg Expiry Date: ଏତିକି ଦିନ ପରେ ଖରାପ ହୋଇଯାଏ ଅଣ୍ଡା; କେମିତି କରିବେ ଚିହ୍ନଟ

ଆପଣ ଜାଣନ୍ତି କି ସବୁ ଜିନିଷ ଭଳି ଅଣ୍ଡାର Expiry Date ଅଛି? ଏହା ପରେ ଆପଣ ଯଦି ଖାଉଛନ୍ତି, ତେବେ ନିହାତି ରୋଗରେ ପଡ଼ିବେ।

ଅଣ୍ଡାର Expiry Date କେତେ?

ଅଣ୍ଡାର Expiry Date କେତେ?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Egg Expiry Date: ଯଦି ଆପଣ ଅଣ୍ଡା(Egg) ଖାଉଥିବେ ତେବେ ଆପଣ ନିଶ୍ଚିତ ଭାବରେ ଅଣ୍ଡାର ସଂରକ୍ଷଣ, ଏହାର ସତେଜତାର ଚିହ୍ନଟ ଏବଂ ଖରାପ ଅଣ୍ଡା ଖାଇବା ଦ୍ୱାରା ହୋଇଥିବା କ୍ଷତି ବିଷୟରେ ଜାଣିବା ଆବଶ୍ୟକ।

FSSAI ଅନୁଯାୟୀ, ଅଣ୍ଡାକୁ ଷ୍ଟୋର କରିବା ଦିନଠୁ expiry date ଭିତରେ ବେଶ କମ ଦିନ ଥାଏ। ଏହା ସହିତ ଖରାପ ଅଣ୍ଡା ଖାଇବା ଦ୍ୱାରା ସଂକ୍ରମଣ ଓ ଫୁଡ଼ ପିଏଜନ ହେବାର ଆଶଙ୍କା ଥାଏ। ଅଣ୍ଡାର ସତେଜତା ଯାଞ୍ଚ କରିବା ପାଇଁ FSSAI ଏକ ସହଜ ଉପାୟ ମଧ୍ୟ ଦେଇଛି ଯାହା ସମସ୍ତେ ଜାଣିବା ଉଚିତ୍।

ଖରାପ ଅଣ୍ଡା ଖାଇବାବେ ଅସୁବିଧା କ’ଣ?

ଖରାପ ଅଣ୍ଡା ଖାଇବାର ୨୪ ଘଣ୍ଟା ପରେ, ଆଗାମୀ 3 ରୁ 4 ଦିନ ମଧ୍ୟରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଏହାର ଲକ୍ଷଣ ଜାଣନ୍ତୁ-

ପେଟରେ ଯନ୍ତ୍ରଣା

ପେଟ ଯନ୍ତ୍ରଣା ସହିତ କଷ୍ଟ ମଧ୍ୟ ହୋଇପାରେ।

କ୍ରମାଗତ ବାନ୍ତି

ବାନ୍ତି ଏବଂ ଝାଡା

ଉଚ୍ଚ ଜ୍ୱର

ଅତ୍ୟଧିକ ପୁରୁଣା ଅଣ୍ଡା ପୁଷ୍ଟିକର ଗୁଣ ହରାଇଥାଏ ଓ ଏଥିରେ ଏକ ବ୍ୟାକ୍ଟେରିଆ ବଢ଼ିବାକୁ ଲାଗେ, ଯାହା ଶରୀର ଭିତରକୁ ଯାଇ ବିଷାକ୍ତ ଜୀବାଣୁ ସଂକ୍ରମଣ କରିଥାଏ।

ଆଜିଠୁ ଆରମ୍ଭ ହେଉଛି ମୃତ୍ୟୁ ପଞ୍ଚକ; କରନ୍ତୁନି ଏହି ଭୁଲ, ଭୋଗିବେ ଦଣ୍ଡ

ଉପଯୁକ୍ତ ଷ୍ଟୋରେଜ୍ ଅଣ୍ଡା ସହିତ ସାଧାରଣତଃ ପ୍ୟାକ୍ ତାରିଖ ଠାରୁ ୩-୫ ସପ୍ତାହ ପର୍ଯ୍ୟନ୍ତ ସତେଜ ରହେ। ୫ ସପ୍ତାହ ପରେ ଅଣ୍ଡାର ସତେଜତା କମିବା ଆରମ୍ଭ କରିପାରେ। ସେମାନେ ସ୍ୱାଦ ଏବଂ ରଙ୍ଗ ହରାଇ ପାରନ୍ତି, ଏବଂ ଗଠନ ମଧ୍ୟ କିଛି ମାତ୍ରାରେ ପରିବର୍ତ୍ତନ ହୋଇପାରେ।

ଅଣ୍ଡା ଖରାପ କି ନାହିଁ କିପରି ଜାଣିବେ?

ଯଦି ଅଣ୍ଡା ପାଣିରେ ବୁଡିଯାଏ, ତେବେ ଏହା ସତେଜ ଅଟେ। ଯଦି ଏହା ଉପରେ ଭାସିବା ଆରମ୍ଭ କରେ ତେବେ ଜାଣିବେ ଏହା ଖରାପ ଅଟେ। ଅଣ୍ଡା ରଖିବା ସମୟ ବଢ଼ିବା ସହିତ ଏହା ଭିତରେ ଥିବା କ୍ଷୁଦ୍ର ଅଂଶରୁ ପାଣି ବାହାରିଯାଏ ଓ ସେହି ସ୍ଥାନରେ ପବନ ପ୍ରବେଶ କରାଯାଏ।

କେତେ ଦିନ ଅଣ୍ଡା ରଖାଯାଇପାରିବ?

ଅଣ୍ଡାକୁ ୬ ସପ୍ତାହ ପର୍ଯ୍ୟନ୍ତ ସତେଜ ରଖାଯାଇପାରିବ ଯଦି ସେଗୁଡିକ ଘରକୁ ଆଣିବା ମାତ୍ରେ ରେଫ୍ରିଜରେଟରରେ ରଖାଯାଏ।

ଦିନକୁ ଏତିକି ଥର ଘଷନ୍ତୁ ଦାନ୍ତ; ପାଖ ମାଡ଼ିବନି ଡାଇବେଟିସ!

ବିନା ଫ୍ରିଜରେ ଅଣ୍ଡା କେତେ ଦିନ ରହିବ

ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଅନୁଯାୟୀ, ଫ୍ରିଜରେ ନଥିବା ଅଣ୍ଡାର ୭ ରୁ ୧୦ ଦିନ। ଯଦି ଠିକରେ ଫ୍ରିଜିଂ କରାଯାଏ ତେବେ ଅଣ୍ଡା ପ୍ରାୟ ୫-୬ ସପ୍ତାହ ପର୍ଯ୍ୟନ୍ତ ରହିପାରେ।
Published by:Soumya Das
First published: