ଦୂର କରିବାକୁ ଚାହୁଁଛନ୍ତି କି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା; ଆପଣାନ୍ତୁ ଏହି ଘରୋଇ ଉପଚାର

Joint Pain: ଆଜିକାଲି ଆପଣ ଦେଖୁଥିବେ ଛୋଟ ପିଲା ଠାରୁ ବୟସ୍କ ଯାଏ ସମସ୍ତଙ୍କ ପାଖରେ ଜଏଣ୍ଟ ପେନ ଦେଖିବାକୁ ମିଳୁଛି। ଆଉ ଏଥିରୁ ମୁକ୍ତି ମିଳିବା ବହୁତ କଷ୍ଟକର। ତେବେ ଆସନ୍ତୁ ଜାଣିବା ଏହା ପାଇଁ କିଛି ଘରୋଇ ଉପଚାର।

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ କିଛି ଘରୋଇ ଟିପ୍ସ

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ କିଛି ଘରୋଇ ଟିପ୍ସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Joint Pain: ଆଧୁନିକ ଯୁଗ ତାଳରେ ଆମେ ଦିନକୁ ଦିନ ଖୁବ ଉନ୍ନତି କରିବାରେ ଲାଗୁଛୁ, ତେବେ ଆଧୁନିକ ତାଳରେ ଆମେ ଜୀବନ ବଞ୍ଚିବାର ଉପାୟକୁ ପୁରା ବଦଳେଇ ଦେଇ ସାରିଲୁଣି। ବର୍ତ୍ତମାନ ଆମେ ଶାରିରୀକ ପରିଶ୍ରମ ଖୁବ କମ କରୁଥିବା ବେଳେ ଆମର ଖାଦ୍ୟପେୟ ବ୍ୟବସ୍ଥିତ ନୁହେଁ।

ଏସବୁର ପରିଣାମ ସ୍ୱରୂପ ଧୀରେ ଧୀରେ ଆମେ ବିଭିନ୍ନ ରୋଗର ଶିକାର ହେଉଛୁ । ତେବେ ଆଜିକାଲି ଆପଣ ଦେଖୁଥିବେ ଛୋଟ ପିଲା ଠାରୁ ବୟସ୍କ ଯାଏ ସମସ୍ତଙ୍କ ପାଖରେ ଜଏଣ୍ଟ ପେନ (Joint Pain) ଦେଖିବାକୁ ମିଳୁଛି। ଆଉ ଏଥିରୁ ମୁକ୍ତି ମିଳିବା ବହୁତ କଷ୍ଟ, ତେବେ ଏହି ଆଣ୍ଠୁ ଗଣ୍ଠି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ କିଛି ଘରୋଇ ଉପାୟ (Home remedies) ବିଷୟରେ କହିବୁ ଯାହାର ଏକ ମାସ ବ୍ୟବହାର ମାତ୍ରେ ଚମତ୍କାର ଦେଖିବାକୁ ମିଳିବ।

ଏହି ରିମେଡିଗୁଡ଼ିକ ହେଲା:

୧. ମେଥି- ପ୍ରଥମ ରିମେଡି ପାଇଁ ଆପଣଙ୍କୁ ଗୋଟିଏ ଗ୍ଲାସ ପାଣି ନେବାକୁ ପଡ଼ିବ ଆଉ ସେଥିରେ ଦୁଇ ଚାମୁଚ ମେଥି ଭିଯାଇ ରାତିରେ ରଖିଦିଅନ୍ତୁ। ସକାଳେ ସେହି ପାଣିରୁ ମେଥିକୁ ଛାଣି ତାହାକୁ ଗ୍ରାଣ୍ଡିଂ କରିନିଅନ୍ତୁ, ଏବେ ସେହି ମେଥି ପେଷ୍ଟରେ ଛାଣି ରଖିଥିବା ମେଥି ପାଣିକୁ ମିଶାଇ ଦିଅନ୍ତୁ। ତା'ପରେ ତାହାକୁ ଅଳ୍ପ ଫୁଟାଇ ସକାଳେ ଖାଇବାର ୧୦ ମିନିଟ ପୂର୍ବରୁ ପିଅନ୍ତୁ। ଆଉ ଏମିତି ଏହି ରିମେଡିକୁ ଏକ ମାସ ଯାଏ ପିଇବା ପରେ ଦେଖିବେ ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭଲ ହେଇଯିବ।

୨. ରସୁଣ- ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ରସୁଣ ଅତ୍ୟନ୍ତ ଉପକାରୀ ତେବେ ପ୍ରତ୍ୟେକ ଦିନ ଆପଣ ୩ ରୁ ୪ଟି ରସୁଣ ଖାଇବା ଉଚିତ୍। ତେବେ ଆପଣ ରସୁଣକୁ ଅଳ୍ପ ତେଲରେ ଫ୍ରାଏ କରି ବି ଖାଇପାରିବେ।

୩. ଖାଇବା ଚୁନ- ଖାଇବା ଚୁନରେ ବହୁତ କ୍ୟାଲସିୟମ ରହିଥାଏ ଯାହା ଖାଇବା ଦ୍ଵାରା ଶରୀର ଅସ୍ତି ପାଇଁ ବହୁତ ଲାଭଦାୟକ। ତେବେ ଆପଣ ଗୋଟିଏ ଚିମୁଟି ଖାଇବା ଚୁନକୁ ଆପଣ ଗୋଟିଏ ଗ୍ଲାସ ଉଷମ ପାଣି ବା ଉଷମ କ୍ଷୀରରେ ମିଶାଇ ଦିନରେ ଥରେ ପିଅନ୍ତୁ। ଏହା ଦ୍ବାରା ଅନେକ ଲାଭ ମିଳିବ।

ପଢ଼ନ୍ତୁ ଏହି ଖବର: ଲାପଟପ୍ ଓ ମୋବାଇଲ ଦେଖି ଥକ୍କି ଯାଉଛି କି ଆପଣଙ୍କ ଆଖି: ଆପଣାନ୍ତୁ ଏହି ଉପାୟ

୪. ରାତି ରାଣୀ ଫୁଲର ପତ୍ର- ରାତି ରାଣୀ ଫୁଲର ପତ୍ର ବା ଗଙ୍ଗଶିଉଳି ଗଛର ପତ୍ର ପୁରୁଣା ରୁ ପୁରୁଣା ଆଣ୍ଠୁ ଗଣ୍ଠି ବ୍ୟଥା ଦୂର କରିଥାଏ। ଆପଣ ୫ଟି ରାତି ରାଣୀ ଫୁଲ ଗଛର ପତ୍ର ନେଇ ସେଥିରେ ଖଣ୍ଡିଏ ଅଦାକୁ ମିଶାଇ ସବୁର ଏକ ପେଷ୍ଟ ତିଆରି କରନ୍ତୁ। ଆଉ ସେଥିରେ ଅଳ୍ପ ମହୁ ମିଶାଇ ପ୍ରତିଦିନ ସକାଳେ ସେବନ କରନ୍ତୁ। ଏହା ଦ୍ବାରା ଆପଣଙ୍କ ପୁରୁଣା ଆଣ୍ଠୁ ଗଣ୍ଠି ରୋଗ ଭଲ ହୋଇଯିବ।

ପଢ଼ନ୍ତୁ ପୂରା ଖବର:  ପିଠି ଯନ୍ତ୍ରଣାକୁ ଜମା କରନ୍ତୁନି ଅଣଦେଖା; ହୋଇପାରେ କିଡନୀ ଫେଲ୍‌ର ଲକ୍ଷଣ

୫. ୟଗ ରାଜ୍ ଗୁଗୁଲୁ- ଯଗ ରାଜ୍ ଗୁଗୁଲୁ ଏକ ଆୟୁର୍ବେଦ ଗୁଣ୍ଡ ଏହାକୁ ଆପଣ ପ୍ରତିଦିନ ସକାଳେ ବା ସନ୍ଧ୍ୟାରେ ଗୋଟିଏ ଚାମୁଚ ଖାଆନ୍ତୁ। ଏହାକୁ ଗୋଟିଏ ମାସ ଖାଇବା ପରେ ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭଲ ହେଇଯାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଏହା ନିଶ୍ଚିତ କରେ ନାହିଁ।)
Published by:Lipina Das
First published: