News 18 Odia Digital
Uric Acid Permanent Treatment: କିଛି ଲୋକ ଡାଇବେଟିସ୍ (Diabetes) ସହିତ ହାଇ ୟୁରିକ୍ ଏସିଡକୁ ତୁଳନା କରନ୍ତି । ସେମାନେ ଭାବନ୍ତି କି ୟୁରିକ୍ ଏସିଡ୍ ମଧୁମେହ ପରି ଏକ ଜୀବନବ୍ୟାପୀ ରୋଗ, ଯାହାକୁ କେବଳ ନିୟନ୍ତ୍ରଣ କରାଯାଇପାରିବ । କିନ୍ତୁ ଏହା ସତ ନୁହେଁ । ୟୁରିକ୍ ଏସିଡ୍ ବୃଦ୍ଧି ହେବାର ସମସ୍ୟା ମଧ୍ୟ ମୂଳରୁ ଦୂର ହୋଇପାରିବ । ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି । ଯଦି ଆପଣ ମଧ୍ୟ ୟୁରିକ୍ ଏସିଡର ରୋଗୀ, ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ । ସଠିକ୍ ଚିକିତ୍ସା ଏବଂ ଉନ୍ନତ ଜୀବନଶୈଳୀ ମାଧ୍ୟମରେ ଏହି ସମସ୍ୟା ସବୁଦିନ ପାଇଁ ଦୂର ହୋଇପାରିବ । ଏପରିକି ଡାକ୍ତରମାନେ (Doctor) ମଧ୍ୟ ଏଥିରେ ସହମତ ଅଟନ୍ତି।
ନୂଆଦିଲ୍ଲୀ ସାର୍ ଗଙ୍ଗାରାମ ହସ୍ପିଟାଲର ୟୁରୋଲୋଜି ବିଭାଗର ସିନିୟର କନସଲଟାଣ୍ଟ ଡକ୍ଟର ଅମରେନ୍ଦ୍ର ପାଠକ କହିଛନ୍ତି, ଅନେକ କାରଣରୁ ୟୁରିକ୍ ଏସିଡ୍ ଏପରି ସମସ୍ୟା ଅଟେ। କେତେକ ଲୋକଙ୍କଠାରେ ଯକୃତ କିମ୍ବା କିଡନୀ ଜନିତ ସମସ୍ୟା ହେତୁ ୟୁରିକ୍ ଏସିଡ୍ ବଢ଼ି ଯାଇଥାଏ । ଅନେକ ଥର ନନଭେଜ୍ ଓ ହାଇ ପ୍ୟୁରିନ୍ ଖାଦ୍ୟ ଖାଇବା ଦ୍ୱାରା ଏହା ବୃଦ୍ଧି ପାଇଥାଏ । ତୃତୀୟ ବଡ଼ କାରଣ ହେଉଛି ଅସ୍ୱାସ୍ଥ୍ୟକର ଜୀବନଶୈଳୀ । ଆରମ୍ଭରେ, ୟୁରିକ୍ ଏସିଡ୍ ବୃଦ୍ଧି ହେବାର ଲକ୍ଷଣ ଦେଖାଯାଏ ନାହିଁ ଓ ଯେତେବେଳେ ଏହି ସମସ୍ୟା ଅଧିକ ହୁଏ ସେତେବେଳେ ଲୋକମାନେ ଏହାକୁ ଅନୁଭବ କରନ୍ତି । ତଥାପି, ଅଧିକାଂଶ କ୍ଷେତ୍ରରେ ଏହାକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ ଓ ଦୂର କରାଯାଇପାରିବ ।
ଡକ୍ଟର ଅମରେନ୍ଦ୍ର ପାଠକଙ୍କ ଅନୁଯାୟୀ, ଯଦି ଆପଣ ୟୁରିକ୍ ଏସିଡ୍ ବୃଦ୍ଧି ହେବାର କାରଣ ଖୋଜି ବାହାର କରି ଏହାର ସଠିକ୍ ଚିକିତ୍ସା କରନ୍ତି, ତେବେ ଆପଣ କିଛି ମାସ ମଧ୍ୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆପଣ ଯେତେ ଶୀଘ୍ର ଚିକିତ୍ସା ଆରମ୍ଭ କରିବେ, ସେତେ କମ୍ ଅସୁବିଧା ହେବ । ଏହା ବ୍ୟତୀତ, ଆପଣ ପ୍ରତିଦିନ ଫିଜିକାଲ ଆକ୍ଟିଭିଟିଜ୍ କରନ୍ତି, କମ୍ ପ୍ୟୁରିନ୍ ଖାଦ୍ୟ ଖାଇବା ସହ ନନ୍-ଭେଜ୍ ଠାରୁ ଦୂରେଇ ରହିଲେ ଏହି ସମସ୍ୟାକୁ ନିୟନ୍ତ୍ରଣ କରିପାରିବେ । ଏହି ସମସ୍ୟା ସହ ସଂଘର୍ଷ କରୁଥିବା ଲୋକମାନେ ପ୍ରଚୁର ପାଣି ପିଇବା ଉଚିତ୍। ୟୁରିକ୍ ଏସିଡ୍ ଔଷଧ ପ୍ରତ୍ୟେକ ରୋଗୀର ଅବସ୍ଥା ଅନୁଯାୟୀ ଦିଆଯାଏ ଓ ଏହାକୁ ଠିକ୍ ସମୟରେ ଗ୍ରହଣ କରି ଆପଣ ଗାଉଟ୍ ସମସ୍ୟାକୁ ଏଡାଇ ପାରିବେ ।
ଡାକ୍ତରଙ୍କ କହିବାନୁସାରେ, ଯେତେବେଳେ ୟୁରିକ୍ ଏସିଡର ସ୍ତର ସଂପୂର୍ଣ୍ଣ ସ୍ୱାଭାବିକ ହୁଏ, ସେତେବେଳେ ଧୀରେ ଧୀରେ ଔଷଧକୁ କମ୍ କରାଯାଏ ଏବଂ ପରେ ପୁରା ବନ୍ଦ କରାଯାଏ । ଅଧିକାଂଶ କ୍ଷେତ୍ରରେ ୟୁରିକ୍ ଏସିଡ୍ ରୋଗୀଙ୍କ ଔଷଧ କିଛି ମାସ ମଧ୍ୟରେ ବନ୍ଦ କରାଯାଇଥିବାବେଳେ କେତେକ କ୍ଷେତ୍ରରେ ଔଷଧକୁ କିଛି ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ ପଡେ। ଏହା ସବୁ ସେମାନଙ୍କ ଅବସ୍ଥା ଉପରେ ନିର୍ଭର କରେ । କିନ୍ତୁ ଏଥିରେ ମଧୁମେହ ପରି ଜୀବନ ସାରା ଔଷଧ ନେବାର କୌଣସି ଆବଶ୍ୟକତା ନାହିଁ । ଉତ୍ତମ ଜୀବନଶୈଳୀ ମାଧ୍ୟମରେ ୟୁରିକ୍ ଏସିଡ୍ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହୋଇପାରିବ ।
ପଢ଼ନ୍ତୁ ପୂରା ଖବର -
http://ଚିତ୍ରରେ ଲୁଚିଥିବା ଅଙ୍କକୁ ଖୋଜିବାରେ ଅନେକ ହୋଇଛନ୍ତି ବିଫଳ; ତୀକ୍ଷ୍ଣ ନଜର ବ୍ୟକ୍ତି ହିଁ ଏହା ପାଇପାରିବେନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।