News 18 Odia Digital
Lemon Turmeric Benefits: ରୋଗ ପ୍ରାୟତଃ ସମସ୍ତଙ୍କୁ ହୋଇଥାଏ । କିନ୍ତୁ ଘରୋଇ ଉପାୟରେ କିଭଳି ରୋଗରୁ ମୁକ୍ତ ହେବେ ଆଜି ଆମେ ଆପଣଙ୍କୁ କହିବୁ ସେମିତି କିଛି ସରଳ ଉପାୟ ।ହଳଦୀ ସହିତ ଲେମ୍ବୁ ବ୍ୟବହାର କରିବାର ଉପକାରିତାସୁସ୍ଥ ରହିବା ସମସ୍ତଙ୍କର ଇଚ୍ଛା । ହେଲେ ଘରୋଇ ଉପଚାର କରି ସୁସ୍ଥ ରହିବା ଶରୀର ପାଇଁ ଅତ୍ୟନ୍ତ ଭଲ ହୋଇଥାଏ । ତେବେ ହଳଦୀ ସହ ଲେମ୍ବୁ ବ୍ୟବହାର କରିବା ମଧ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ ।
ହଳଦୀ ଓ ଲେମ୍ବୁରେ ଆଣ୍ଟିଇନଫ୍ଲାମେଟ୍ରୀ, ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟିବାୟୋଟିକ ଭଳି ଗୁଣ ରହିଥିବା ବେଳେ ଭିଟାବିନ-ଇ, ଭିଟାବିନ-ସି, ସୋଡିୟମ, ପୋଟାସିୟମ ଭଳି ତତ୍ୱ ଭରପୁର ରହିଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ ହିତକାରକ ହୋଇଥାଏ । ତେବେ ଆଉ କ'ଣ ରହିଛି ଏହାର ଉପକାରିତା ଚାଲନ୍ତୁ ଜାଣିବା..
ହଳଦୀ ଓ ଲେମ୍ବୁ ଉପକାରିତା୧.ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି କରିବାରେ ସହାୟକ ହୋଇଥାଏ
ହଳଦୀ ଏବଂ ଲେମ୍ବୁ ବ୍ୟବହାର କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଏହା ସହିତ ଜଡିତ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୨.ଚିନ୍ତା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ
ଯେଉଁମାନେ ମାନସିକ ଚାପରେ ପିଡିତ ରହୁଛନ୍ତି ସେମାନେ ହଳଦୀ ଓ ଲେମ୍ବୁ ଖାଇବା ଦ୍ୱାରା ମାନସିକ ଚାପରୁ ମୁକ୍ତ ହୋଇପାରିବେ ।
୩.ଓଜନ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ
ପ୍ରତିଦିନ ଲେମ୍ବୁ ପାଣି ସହିତ ଏକ ଚାମଚ ହଳଦୀ ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ ।
୪.ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ
ପ୍ରତିଦିନ ହଳଦୀ ସହିତ ଲେମ୍ବୁର ସେବନ କରିବା ଦ୍ୱାରା ହାର୍ଟ ବ୍ଲକେଜ ଭଳି ସମସ୍ୟା ଦୂର ହୋଇଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।