Quit Alcohol: ଛାଡ଼ିବାକୁ ଚାହୁଁଛନ୍ତି କି ମଦ? ଏହି ହୋମ ରେମେଡି ଆପଣଙ୍କୁ କରିବ ସାହାଯ୍ୟ

How to quit alcohol: ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ସେବନ କରି ଆପଣ ମଦ ପିଇବା ଅଭ୍ୟାସକୁ ଦୂର କରିପାରିବେ।

ଏହି ସହଜ ଉପାୟରେ ଛାଡ଼ନ୍ତୁ ମଦ

ଏହି ସହଜ ଉପାୟରେ ଛାଡ଼ନ୍ତୁ ମଦ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

How to quit alcohol: ଅନେକ ଲୋକ ମଦ ପିଇବାକୁ ବେଶ୍ ଭଲ ପାଆନ୍ତି। କିଛି ଲୋକ ଖୁସିରେ ପିଇଥାନ୍ତି ଆଉ ତ ଆଉ କିଛି ଲୋକ ପ୍ରତିଦିନ ପିଇ ପିଇ ଅଭ୍ୟାସରେ ପଡ଼ିଗଲେଣି। ହେଲେ ଅନେକ ଲୋକ ମଦ ଛାଡ଼ିବାକୁ ମଧ୍ୟ ବହୁତ ଚେଷ୍ଟ କରି ଫେଲ୍ ମାରୁଛନ୍ତି। ଏମିତି ପରିସ୍ଥିତିରେ ଯଦି ଆପଣ ମଦ ଛାଡ଼ିବାକୁ ଚାହୁଁଛନ୍ତି ତା ହେଲେ ଆଜିର ଏହି ହୋମ ରେମେଡି ଆପଣ ମାନଙ୍କୁ ବହୁତ ସାହାର୍ଯ୍ୟ କରିବ।

ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ସେବନ କରି ଆପଣ ମଦ ପିଇବା ଅଭ୍ୟାସକୁ ଦୂର କରିପାରିବେ।

ଲୋକ ଅତ୍ୟାଧିକ ମଦ୍ୟପାନ କରିବା ଉଚିତ୍ ନୁହେଁ ଯଦି ଆପଣ ସବୁବେଳେ ମଦ ପିଉଛନ୍ତି ତେବେ ମୃତ୍ୟୁ ସୁନିଶ୍ଚିତ। ତେବେ ଆସନ୍ତୁ ଜାଣିବା ଏହି ହୋମ ରେମେଡି ବିଷୟରେ। ଏହି ରେମେଡି ପାଇଁ ଆମକୁ ସର୍ବ ପ୍ରଥମେ ସୁଣ୍ଠି ପାଉଡରର ଆବଶ୍ୟକତା ପଡ଼ିବ। ଆପଣ ମାନେ ଶୁଖିଲା ଅଦା ତଥା ସୁଣ୍ଠି ଆଣି ଓ ତାକୁ ଗ୍ରାଇଣ୍ଡିଙ୍ଗ କରି ପାଉଡର କରନ୍ତୁ।

ପଢ଼ନ୍ତୁ ଏହି ଖବର: Sleeping pills: ଶୋଇବା ପାଇଁ ଖାଉଛନ୍ତି କି ସ୍ଲିପିଂ ପିଲ୍; ରୁହନ୍ତୁ ସାବଧାନ

ମଦର ଅଧିକ ସେବନ କରିବା ଦ୍ଵାରା ଶରୀରରେ ସଲଫର ମାତ୍ରା କମିଯାଇଥାଏ ଓ ଏହାକୁ ସୁଣ୍ଠି ପାଉଡର ପୂରଣ କରିବ। ଆମକୁ ଦ୍ଵିତୀୟ ସାମଗ୍ରୀ ଦରକାର ଜୁଆଣୀ। ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସ ଚୁଲାରେ ବଶାନ୍ତୁ ଓ ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ। ଏହା ପରେ ଆପଣ ଏଥିରେ ଏକ ଚାମଚ ସୁଣ୍ଠି ପାଉଡର ଓ ଏକ ଚାମଚ ଜୁଆଣୀ ପକାନ୍ତୁ।

ଆପଣ ଏହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଅଧ ଗ୍ଳାସ ନ ହୋଇଯିବ। ପାଣି ଭଲ ଭାବରେ ଫୁଟିବା ପରେ ଆପଣ ଗ୍ୟାସ ବନ୍ଦ କରିଦିଅନ୍ତୁ ଓ ପାଣିକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ପାଣି ଅଳ୍ପ ଥଣ୍ଡା ହେବା ପରେ ଏହାକୁ ଛାଣି ଦିଅନ୍ତୁ। ଆପଣ ଏହି ରେମେଡିକୁ ସକାଳେ ଥରେ ବନାନ୍ତୁ ସକାଳେ ବନେଇ ଥିବା ରେମେଡିକୁ ଆପଣ ସନ୍ଧ୍ୟାବେଳେ ସେବନ କରନ୍ତୁ।

ପଢ଼ନ୍ତୁ ଏହି ଖବର: Benefits of Silver: ହାତରେ ରୂପା କଡ଼ା ପିନ୍ଧିବା ବହୁତ ଶୁଭ; ଦୂର ହେବ ଏହି ସମସ୍ୟା

ଆଉ ରାତିରେ ଏହି ରେମେଡି ପୁଣି ବନାନ୍ତୁ ରାତିରେ ବନେଇ ଥିବା ରେମେଡିକୁ ଆପଣ ସକାଳେ ସେବନ କରନ୍ତୁ। ଏହିପରି କିଛି ଦିନ ଆପଣ ଏହାର ସେବନ କରନ୍ତୁ ଦେଖିବେ ଆପଣ ମଦ ଛାଡ଼ି ଦେବେ ଆଉ ଆପଣ ଏକ ସୁସ୍ଥ ଜୀବନ ଶୈଳୀ ମେଣ୍ଟେନ କରିପାରିବେ। ତା' ହେଲେ ଏହି ରେମେଡିଟି ଶୀଘ୍ର ବନାନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ।
Published by:Lipina Das
First published: