News18 Odia Digital
Drinking more water side Effects: ଅନେକ ଲୋକ ଫିଟ୍ ରହିବା ପାଇଁ ଖୁବ ଅଧିକ ପାଣି ପିଇଥାନ୍ତି (Drinkging Water) ଏବଂ ଏକା ସହିତ ଏକାଧିକ ବୋତଲ ପାଣି ମଧ୍ୟ ପିଇ ଯାଆନ୍ତି। ମାତ୍ର ଏହା ମଣିଷ ପାଇଁ କ୍ଷତିକାରକ ହୋଇପାରେ। ତେବେ ଲୋକଙ୍କ ମନରେ ପିଲାବେଳୁ ମଧ୍ୟ ଏହି ଚିନ୍ତାଧାରା ରହି ଆସିଛି ଯେ ଯେତେ ଅଧିକ ପାଣି ପିଇବୁ ସେତେ ଅଧିକ ସୁସ୍ଥ ରହିବୁ।
ହେଲେ ବାସ୍ତବରେ ଅଧିକ ପାଣି ପିଇବା କ୍ଷତିକାରକ। ହୁଏତ ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅତ୍ୟଧିକ ପାଣି ପିଇବା ଦ୍ୱାରା ଅଧିକ ହାଇଡ୍ରେସନ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।
ଏହାକୁ ଜଳ ନିଶା ମଧ୍ୟ କୁହାଯାଏ। ତେବେ ମୋଟ ଉପରେ କହିବାକୁ ଗଲେ ଅତ୍ୟଧିକ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହୋଇଥାଏ। ଓଭର ହାଇଡ୍ରେସନ ହେତୁ କିଡ଼ନୀ ମଧ୍ୟ ନଷ୍ଟ ହୋଇଯାଏ। ଅତ୍ୟଧିକ ପାଣି ପିଇବା ଦ୍ୱାରା ଆରଜିନାଇନ ଏବଂ ଭେସପ୍ରେସିନର ସ୍ତର କମିଯାଏ।
ଯାହାକି କିଡ଼ନୀର କାର୍ଯ୍ୟ କ୍ଷମତା ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଏଭଳି ପରିସ୍ଥିତିରେ ଅଧିକ ପାଣି ପିଇବା ଉଚିତ୍ ନୁହେଁ। ପୁଣି ଅନେକ ରିସର୍ଚ୍ଚରୁ ଏହା ଜାଣିବାକୁ ମିଳିଛି ଯେ ଓଭର ହାଇଡ୍ରେସନ ଯେ କେବଳ ସାଧା ଜଳ ଅଧିକ ପିଇଲେ ହୁଏ ତାହା ନୁହେଁ ବରଂ ଆଇରନ ଥିବା ଜଳ ଅଧିକ ପିଇଲେ ମଧ୍ୟ ଓଭର ହାଇଡ୍ରେସନ ସମସ୍ୟା ଦେଖା ଦେଇଥାଏ।
ଯେଉଁ କାରଣରୁ ଯକୃତ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ। ତେଣୁ ଅବଶ୍ୟକତା ଠାରୁ ଅଧିକ ପାଣି ପିଇବା ଉଚିତ୍ ନୁହେଁ। ଏହାବ୍ୟତୀତ ଯଦି ଆପଣ ଆବଶ୍ୟକତା ଠାରୁ ଅତ୍ୟଧିକ ପାଣି ପିଅନ୍ତି ତେବେ ଆପଣ ମଧ୍ୟ ହୃଦଘାତର ଶିକାର ହୋଇ ପାରନ୍ତି।
ଅର୍ଥାତ ଯେତେବେଳେ ଆପଣ ଅଧିକ ପାଣି ପିଅନ୍ତି ସେତେବେଳେ ଏହା ଶରୀରରେ ରକ୍ତର ପରିମାଣକୁ ବଢ଼ାଇ ଥାଏ। ଯାହାକି ହୃଦୟର ରକ୍ତବାହି ଉପରେ ସିଧାସଳଖ ଚାପ ପକାଇ ଥାଏ। ତେବେ ଅତ୍ୟଧିକ ଚାପ କାରଣରୁ ହୃଦଘାତ ଆଶଙ୍କା ବଢ଼ିଯାଏ। ତେଣୁ ଅତ୍ୟଧିକ ପାଣି ପିଇବା ଠାରୁ ନିବୃତ ରହିବା ଉଚିତ୍।
ଯେତେବେଳେ ମଣିଷ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଆରମ୍ଭ କରେ , ସେତେବେଳେ ଶରୀରରେ ସୋଡିୟମର ମାତ୍ରା କମିବା ମଧ୍ୟ ଆରମ୍ଭ ହୋଇଥାଏ। ଏହି କାରଣରୁ ଜଳ ଅସମୋସିସ ପ୍ରକ୍ରିୟା ମାଧ୍ୟମରେ ଶରୀରରେ ଥିବା ସେଲ ମଧ୍ୟକୁ ପ୍ରବେଶ କରିଥାଏ। ଯାହାଦ୍ୱାରା ସେଲ ଫୁଲିଯାଏ।
ପଢ଼ନ୍ତୁ ଏହି ଖବର: Blood Cancer: ଜମା କରନ୍ତୁନି ଏହି ଲକ୍ଷଣକୁ ଅଣଦେଖା; ହୋଇପାରେ ବ୍ଲଡ୍ କ୍ୟାନ୍ସରଯାହା ଶରୀରରେ ଅତ୍ୟନ୍ତ ସାଙ୍ଘା-ତିକ ସମସ୍ୟା ସୃଷ୍ଟି କରିଥାଏ। ଯାହାଦ୍ୱାରା ମାଂସପେଶୀ , ଟିସୁ ଏବଂ ମସ୍ତିଷ୍କ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ତେଣୁ ଶରୀରକୁ ଆବଶ୍ୟକତା ଅନୁଯାୟୀ ଜଳ ଯୋଗାଇ ଦେବା ଉଚିତ୍। ବିଜ୍ଞାନ ଅନୁଯାୟୀ ପ୍ରତ୍ୟେକ ଦିନ ୩-୪ ଲିଟର ପାଣି ଶରୀର ପାଇଁ ସର୍ବୋତ୍ତମ ଅଟେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।