ବାରମ୍ବାର ମାଂସପେଶୀ ଯନ୍ତ୍ରଣା ହେଉଛି କି? ତେବେ ଏହା ହୋଇପାରେ କାରଣ

ଆପଣଙ୍କ ଶରୀର ମାଂଶପେଶୀରେ ଯନ୍ତ୍ରଣା ଅନୁଭବ ହେଉଛି କି ? ଯଦି ହଁ ତେବେ ସାବଧାନ ହୋଇଯାଆନ୍ତୁ. କାରଣ ଏପରି ସମସ୍ୟା ଆପଣଙ୍କର ବି ଥାଇପାରେ ।

ବାରମ୍ବାର ମାଂସପେଶୀ ଯନ୍ତ୍ରଣା ହେଉଛି କି? ତେବେ ଏହା ହୋଇପାରେ କାରଣ

ବାରମ୍ବାର ମାଂସପେଶୀ ଯନ୍ତ୍ରଣା ହେଉଛି କି? ତେବେ ଏହା ହୋଇପାରେ କାରଣ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

Health tips: ଆମ ଶରୀର ପାଇଁ କ୍ୟାଲସିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହା କେବଳ ହାଡକୁ ମଜବୁତ କରିବା ପାଇଁ କାମ କରେ ନାହିଁ ବରଂ ଦାନ୍ତର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରେ।

ପ୍ରାୟତଃ ଛୋଟ ପିଲାଙ୍କୁ କ୍ଷୀର ପିଆଇବା ପାଇଁ ବହୁ କଷ୍ଟ କରିବାକୁ ପଡିଥାଏ । କ୍ଷୀର ଶରୀରରେ କ୍ୟାଲସିୟମର ଅଭାବ ପୂରଣ କରିଥାଏ ଫଳରେ ହାଡ ଶକ୍ତିଶାଳୀ ହୋଇଥାଏ। କ୍ୟାଲସିୟମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଏହା ଶରୀରରେ ଥିବା ମାଂସପେଶୀ ଓ ଦାନ୍ତ ପାଇଁ ଜରୁରୀ ଅଟେ । ପୁରୁଷଙ୍କ ବ୍ୟତୀତ ନାରୀ ମାନଙ୍କ କ୍ଷେତ୍ରରେ କ୍ୟାଲସିୟମ ଅତ୍ୟନ୍ତ ଜରୁରୀ ଅଟେ ।କାରଣ ବୟସ ବଢିବା ସହ ମହିଳାମାନଙ୍କ ଠାରେ ଅଷ୍ଟିଓପୋରୋସିସ୍ ଏବଂ ହାଡର ଦୁର୍ବଳ ହେବାର ଆଶଙ୍କା ଥାଏ । ଯଦି ଶରୀରରେ କ୍ୟାଲସିୟମର ମାତ୍ରା କମ୍ ହୁଏ ତେବେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ହାଥ-ଗୋଡ ଝିମ୍ ଝିମ୍‌ ହୋଇଯିବା

କ୍ୟାଲସିୟମ ଅଭାବ ହେତୁ ହାତ ଏବଂ ପାଦ ଝିମ୍‌ ଝିମ୍‌ ହୋଇଯାଏ। ଯେତେବେଳେ ଶରୀରରେ କ୍ୟାଲସିୟମର ପରିମାଣ କମ୍‌ ଥାଏ ସେତେବେଳେ ଏହି ଭଳି ଲକ୍ଷଣ ଦେଖା ଦେଇଥାଏ ।

ଥକ୍କା ଓ ଦୁର୍ବଳ ଅନୁଭବ ହେବା

କୌଣସି କାମ କରିବା ପରେ ଥକ୍କା ଏବଂ ଦୁର୍ବଳ ଅନୁଭବ ହେବା କ୍ୟାଲସିୟମ ଅଭାବର ଏକ କାରଣ । ଖାଲି ଏତିକି ନୁହେଁ ପର୍ଯ୍ୟାପ୍ତ ପରିମାଣରେ ନିଦ ନ ହେବା ମଧ୍ୟ କ୍ୟାଲସିୟମ ଅଭାବର କାରଣ ।

ଦାନ୍ତ ଖରାପ ହେବା ସହ ଯନ୍ତ୍ରଣା ଅନୁଭବ ହେବା

ଦାନ୍ତର ଏନାଲ୍ ପାଇଁ କ୍ୟାଲସିୟମ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ I ଏନାଲ୍ ହେଉଛି ଦାନ୍ତର ବାହାରେ ଥିବା କଠିନ ସ୍ତର ଯାହା ଆପଣଙ୍କ ଦାନ୍ତକୁ କ୍ଷୟ ହେବାରୁ ରକ୍ଷା କରିଥାଏ I ତେଣୁ ଯଦି ଶରୀରରେ କ୍ୟାଲସିୟମ ଅଭାବ ହୁଏ ତେବେ ଦାନ୍ତ ଦୁର୍ବଳ ହେବା ସହ ଏହା ନଷ୍ଟ ହେବାର ସମ୍ଭାବନା ବହୁତ ବଢିଯାଏ I ଖାଲି ଏତିକି ନୁହେଁ କ୍ୟାଲସିୟମ ଅଭାବ ଥିଲେ ଦାନ୍ତ ଯନ୍ତ୍ରଣା ମଧ୍ୟ ହୋଇଥାଏ I

ଅଷ୍ଟିଓପୋରୋସିସ୍ 

ଅଷ୍ଟିଓପୋରୋସିସ୍ ହେଉଛି ଏକ ଏମିତି ଅବସ୍ଥା ଯେଉଁଥିରେ ହାଡ ଦୁର୍ବଳ ହୋଇ ଭାଙ୍ଗି ଯାଇଥାଏ । ଶରୀରରେ କ୍ୟାଲସିୟମ କମ ଥିଲେ ଏଭଳି ସମସ୍ୟା ଦେଖା ଦେଇଥାଏ I ଯଦି ହାଡରେ କୌଣସି ଆଘାତ ହୋଇଥାଏ ତେବେ ଏହା ସେହି ହାଡର କଷ୍ଟକୁ ବହୁଗୁଣିତ କରିଥାଏ | ମେନୋପାଜ୍ ପରେ ମହିଳାମାନେ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ଅଧିକ ଥାଏ କାରଣ ଇଷ୍ଟ୍ରୋଜେନ୍ ସ୍ତର କ୍ୟାଲସିୟମ୍ ଅବଶୋଷଣରେ ବାଧା ସୃଷ୍ଟି କରିପାରେ ।

ନଖ ଏବଂ ଚୁଟି ଝଡିବା

ଶକ୍ତିଶାଳୀ କେଶ ଏବଂ ନଖ ପାଇଁ କ୍ୟାଲସିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I ଶରୀରରେ କ୍ୟାଲସିୟମ ଅଭାବ ହେତୁ କେଶ ଝଡିବା ସହ ନଖ ମଧ୍ୟ ସହଜରେ ଭାଙ୍ଗି ଯାଇଥାଏ I ଏହା ବ୍ୟତୀତ ପାଚିଲା କେଶ ମଧ୍ୟ କ୍ୟାଲସିୟମ ଅଭାବର ସଙ୍କେତ ଦେଇଥାଏ I

ଏହି ଖବର ପଢ଼ନ୍ତୁ -  Govt Jobs: ବିନା କୌଣସି ପରୀକ୍ଷାରେ Air indiaରେ ନିଯୁକ୍ତି ସୁଯୋଗ
Published by:Soubhagya Mishra
First published: