Happy Kiss Day: ସେ ଯାହାଙ୍କୁ ବି ଚୁମ୍ବନ କରୁଥିଲେ ହୋଇଯାଉଥିଲା ମୃତ୍ୟୁ

Happy Kiss Day: ଆପଣ କେବେ ଘାତକ କିସ ବାବଦରେ ଜାଣିନଥିବେ । କିସ ଡେରେ ଜାଣନ୍ତୁ କିଛି ବିଶେଷ କଥା ।

Kiss Day

Kiss Day

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Happy Kiss Day 2023: ଭାଲେଣ୍ଟାଇନ୍ ସପ୍ତାହ(Valentine Day)ର ଆଜି ହେଉଛି କିସ୍ ଡେ(Happy Kiss Day) ଅର୍ଥାତ୍ ଚୁମ୍ବନ ଦିବସ । କିଛି ପୁରୁଣା ସମୟର କାହାଣୀ ବାବଦରେ ଆଲୋଚନା କରିବା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ପ୍ରାଚୀନ ଭାରତରେ ଏପରି ବିଷ କନ୍ୟାଙ୍କ ଉଲ୍ଲେଖ କରାଯାଇଛି ଯେଉଁମାନେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିଲେ । ଏହିପରି ଅନେକ କାହାଣୀ ପ୍ରାଚୀନ ସାହିତ୍ୟରେ ଦେଖିବାକୁ ମିଳେ ଯେତେବେଳେ ରାଜାମାନେ ଶତ୍ରୁମାନଙ୍କୁ ପ୍ରତାରଣା ପୂର୍ବକ ମାରିବା ପାଇଁ ବିଷ କନ୍ୟାଙ୍କୁ ପଠାଉଥିଲେ । ଏହି ବିଷ କନ୍ୟା ଯେଉଁ ଲୋକଙ୍କୁ ଚୁମ୍ବନ କରୁଥିଲେ ସେହି ଲୋକଙ୍କର ମୃତ୍ୟୁ ହୋଇଯାଉଥିଲା ।

ବିଷ କନ୍ୟା ହେବା ପାଇଁ ପ୍ରଥମ ସର୍ତ୍ତ ଥିଲା ସୁନ୍ଦରତା। ବିଷ କନ୍ୟାଙ୍କୁ ପିଲାଦିନରୁ ଅଳ୍ପ ପରିମାଣର ବିଷ ଦେଇ ବଡ଼ କରାଯାଉଥିଲା। ସେମାନଙ୍କୁ ବିଷାକ୍ତ ଗଛ ଓ ବିଷାକ୍ତ ପ୍ରାଣୀମାନଙ୍କ ସହିତ ରହିବାକୁ ଅଭ୍ୟସ୍ତ କରାଯାଉଥିଲା । ଏଥିସହିତ ସେମାନଙ୍କୁ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଦିଆଯାଇଥିଲା । କୁହାଯାଏ ଯେ ବିଷ କନ୍ୟାଙ୍କ ନିଶ୍ୱାସରେ ମଧ୍ୟ ବିଷ ଥିଲା ।

VALENTINE BUSINESS: ଭାଲେଣ୍ଟାଇନ୍ସ ଡେ'ରେ କେବଳ ପ୍ରେମ ନୁହେଁ ଟଙ୍କା ବି ରୋଜଗାର କରନ୍ତୁ

ଧୀରେ ଧୀରେ ବିଷ ଦେଇ ବିଷର ପ୍ରତିରୋଧକୁ ବଢାଇବାର ବିବୃତ୍ତି ୟୁରୋପୀୟ ସାହିତ୍ୟ ସନ୍ଦର୍ଭରେ ମଧ୍ୟ ମିଳିଥାଏ । ଏହି ପ୍ରକ୍ରିୟାକୁ ମିଥ୍ରିଡେଟିଜିମ୍ କୁହାଯାଏ । ଏହାର କାରଣ ହେଉଛି ଖ୍ରୀଷ୍ଟଙ୍କ ପ୍ରାୟ ଏକ ଶତାବ୍ଦୀ ପୂର୍ବରୁ ପଣ୍ଟସ୍ ରାଜ୍ୟର ରାଜା ମିଥ୍ରିଡେଟସ୍ ଷଷ୍ଠ ମଧ୍ୟ ଏହି ପଦ୍ଧତି ବ୍ୟବହାର କରିବାର ବାଟ ଜାଣିଥିଲେ।

ଦ୍ୱାଦଶ ଶତାବ୍ଦୀରେ ରଚିତ 'କଥାସରିତ୍ସାଗର'ରେ ବିଷ କନ୍ୟାଙ୍କ ଅସ୍ତିତ୍ୱର ପ୍ରମାଣ ମିଳିଥାଏ । ସପ୍ତମ ଶତାବ୍ଦୀର ନାଟକ 'ମୁଦ୍ରାରାକ୍ଷସ'ରେ ମଧ୍ୟ ବିଷ କନ୍ୟାଙ୍କ ବିଷୟରେ ଉଲ୍ଲେଖ ରହିଛି । ଶୁଭବାହୁ ଉତ୍ତରୀ କଥା' ନାମକ ସଂସ୍କୃତ ଗ୍ରନ୍ଥରେ ରାଜକନ୍ୟା କାମ ସୁନ୍ଦରୀରେ ମଧ୍ୟ ଏକ ବିଷ କନ୍ୟା ଅଟେ ।

ବିଷ କନ୍ୟାମାନଙ୍କର ସ୍ପର୍ଶ ମଧ୍ୟ ସାଂଘାତିକ ଥିଲା

ହିନ୍ଦୁ ଶାସ୍ତ୍ର କଳକୀ ପୁରାଣରେ ବିଷ କନ୍ୟା ବିଷୟରେ ଉଲ୍ଲେଖ ଅଛି । ଏଥିରେ କୁହାଯାଇଛି ଯେ ବିଷ କନ୍ୟାମାନେ କୌଣସି ବ୍ୟକ୍ତିଙ୍କୁ ଛୁଇଁ ମଧ୍ୟ ମାରି ଦେଉଥିଲେ । ଏହି ଶାସ୍ତ୍ରରେ ଚିତ୍ରାଗ୍ରୀବ ନାମକ ଜଣେ ଗନ୍ଧର୍ଭଙ୍କ ପତ୍ନୀ ସୁଲୋଚାନାଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଯିଏକି ବିଷ କନ୍ୟା ଥିଲେ ।

HAPPY PROMISE DAY: ସମ୍ପର୍କର ମୂଳଦୁଆ ହୋଇପାରେ ପ୍ରତିଶ୍ରୁତି; ଜାଣନ୍ତୁ ଏହି ଦିନର ମହତ୍ତ୍ୱ

କୁହାଯାଏ ଯେ ମଗଧର ରାଜା ନନ୍ଦଙ୍କ ମନ୍ତ୍ରୀ ଅମାତ୍ୟ ରାକ୍ଷସ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ହତ୍ୟା କରିବା ପାଇଁ ଏକ ବିଷ କନ୍ୟା ପଠାଇଥିଲେ । କିନ୍ତୁ ଏହି ଷଡଯନ୍ତ୍ରରେ ବିଷୟରେ ଚାଣକ୍ୟଙ୍କୁ ସନ୍ଦେହ ହୋଇଯାଇଥିଲା ଓ ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରକ୍ଷା କରିଥିଲେ । ବିଷ କନ୍ୟାଦ୍ୱାରା ଜଣେ ଭୁଲ ବ୍ୟକ୍ତିଙ୍କୁ ମାରିଦିଆଯାଇଥିଲା । ଯାହାର ନାମ ପର୍ବତକ ଥିଲା ।
Published by:Soumya Das
First published: