କରୋନା ପରି ବ୍ୟାପି ଚାଲିଛି H3N2 ଭାଇରସ; ସଚେତନ ପାଇଁ ଚେତାବନୀ

H3N2 Virus: ଏଚ୍‌୩ଏନ୍‌୨ ଭାଇରସ୍‌ କରୋନା ପରି ବ୍ୟାପି ଚାଲିଛି। ଏଚ୍‌୩ଏନ୍‌୨ ଭାଇରସ ପାଇଁ ବିଶେଷ କରି ଥଣ୍ଡା ଜ୍ବର ବଢ଼ିବାରେ ଲାଗିଛି।

ଏଚ୍‌୩ଏନ୍‌୨ ଭାଇରସ୍‌ କରୋନା ପରି ବ୍ୟାପି ଚାଲିଛି

ଏଚ୍‌୩ଏନ୍‌୨ ଭାଇରସ୍‌ କରୋନା ପରି ବ୍ୟାପି ଚାଲିଛି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

H3N2 Virus: ଏଚ୍‌୩ଏନ୍‌୨ ଭାଇରସ୍‌ କରୋନା ପରି ବ୍ୟାପି ଚାଲିଛି। ଏଚ୍‌୩ଏନ୍‌୨ ଭାଇରସ ପାଇଁ ବିଶେଷ କରି ଥଣ୍ଡା ଜ୍ବର ବଢ଼ିବାରେ ଲାଗିଛି। ଏହାକୁ ଇନଫ୍ଲୁଏଞ୍ଜା ଜ୍ବର କୁହାଯାଉଛି। ତେବେ ଏହି ଜ୍ବର ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ଲକ୍ଷଣ ରହୁଛି।

ଏ ନେଇ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ଏହା ସାଧାରଣତଃ ଡ୍ରପ୍‌ଲେଟ୍‌ସ ଓ ମ୍ୟୁଟେଟ୍‌ସରୁ ବ୍ୟାପିଥାଏ। ଏହା କରୋନା ପରି ବ୍ୟାପି ଚାଲିଛି।

ମେଡିକାଲ ଏଜୁକେସନର ନିର୍ଦ୍ଦେଶକ ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟର୍‌ନାଲ୍‌ ମେଡିସିନ୍‌ ଆଣ୍ଡ୍‌ ରେସ୍‌ପିରେଟାରି ଆଣ୍ଡ୍‌ ସ୍ଲିପ୍‌ର ଅଧ୍ୟକ୍ଷ କହିଛନ୍ତି, ‘‘ପାର୍ବଣ ଋତୁରେ ଲୋକ ଅଧିକ ସତର୍କ ହେବା ଉଚିତ୍। ବିଶେଷ କରି ବୟସ୍କ ବ୍ୟକ୍ତିମାନେ।’’ ଗୁଲେରିଆ ଆହୁରି କହିଛନ୍ତି, ଇନଫ୍ଲୁଏଞ୍ଜାରେ ଜ୍ବର ସହ ଗଳା, କାଶ, ଶରୀରରେ ଯନ୍ତ୍ରଣା ଏବଂ ନାକରୁ ପାଣି ବାହାରିବା ଆଦି ଲକ୍ଷଣ ଦେଖିବାକୁ ମିଳୁଛି।

ମାମଲା ବୃଦ୍ଧି ପାଇବାର କାରଣ ହେଉଛି ଭୂତାଣୁଟି ରୁପାନ୍ତର ହେଉଛି ଓ ଲୋକଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଏଚ୍‌୧ଏନ୍‌୧ ଯୋଗୁଁ ବହୁ ବର୍ଷ ପୂର୍ବେ ମହାମାରୀ ହୋଇଥିଲା। ସେହି ଜୀବାଣୁଙ୍କର ରୁପାନ୍ତର ହେଉଛି ଏଚ୍‌୩ଏନ୍‌୨।

ଏହା ଏକ ସାଧାରଣ ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍। କିନ୍ତୁ ଆମେ ଅଧିକ ମାମଲା ଦେଖୁଛୁ କାରଣ ଜୀବାଣୁ ଟିକେ ରୁପାନ୍ତରିତ ହୋଇଛି ଓ ଆମ ଭିତରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି ବୋଲି ଗୁଲେରିଆ କହିଛନ୍ତି।

କାହିଁକି ହୁଏ H3N2 ?

୧. ତାପମାତ୍ରାରେ ଅଧିକ ପରିବର୍ତ୍ତନ ଯୋଗୁଁ ଏଭଳି ରୋଗ ହୋଇଥାଏ। ୨. ଅତ୍ୟଧିକ ଗରମ ପବନ ଏବଂ ପ୍ରଦୂଷଣ ଏହାର ମୁଖ୍ୟ କାରଣ।
୩. ବାୟୁ ପ୍ରଦୂଷଣ ଯୋଗୁ ଏଭଳି ଭୂତାଣୁ ସୃଷ୍ଟି ହୁଏ।
୪. ୧୫ରୁ କମ ବର୍ଷର ପିଲା, ୫୦ରୁ ଅଧିକ ବୟସ୍କ ବ୍ୟକ୍ତି ଏହି ରୋଗରେ ପୀଡିତ ହୋଇଥାନ୍ତି।
୫. କୋଭିଡ ଯୋଗୁ ରୋଗ ପ୍ରତିରୋଧକ ଶକ୍ତି କମିଥିବାରୁ ଲୋକେ ଅଧିକ ଆକ୍ରାନ୍ତ ହେଉଛନ୍ତି।

H3N2 ଭୂତାଣୁ ଲକ୍ଷଣ କ’ଣ?

୧. ଥଣ୍ଡା, କାଶ, ଗଳାରେ କଫ ଜମିବା ସହ ଦେହ ଦରଜ ହୁଏ।
୨. ମୁଣ୍ଡ ବିନ୍ଧା, ଅତ୍ୟଧିକ ଜ୍ୱର, ଗଳାରେ ଘା’ ହୋଇଥାଏ।
୩. ଜ୍ୱର ହେଲେ ୨ରୁ ୩ ଦିନ ପର୍ଯ୍ୟନ୍ତ ରହିଥାଏ।
୪. ଡାଏରିଆ, ବାନ୍ତି ହେବା ସହ ଦୁର୍ବଳ ଅନୁଭବ ଲାଗିଥାଏ।
୫. ଏସବୁ ରୋଗ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶରୀରରେ ରହିଥାଏ।

H3N2ର ପ୍ରତିକାର କ’ଣ ?

୧. ଅଧିକ ବିଶ୍ରାମ ନେବା ଆବଶ୍ୟକ।
୨. ଅତ୍ୟଧିକ ତରଳ ପଦାର୍ଥ ପିଇବା ଦରକାର।
୩. ମାସ୍କ ପିନ୍ଧିବା ସହ ଗହଳି ସ୍ଥାନକୁ ଯିବେ ନାହିଁ।
୪. ବାରମ୍ବାର ହାତ ଧୋଇବା ଆବଶ୍ୟକ।
୫. ଲକ୍ଷଣ ଅନୁସାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ।
୬. ଅଧିକ ଗୁରୁତର ବ୍ୟକ୍ତିଙ୍କୁ ଇନଫ୍ଲ୍ୟୁଏଞ୍ଜା ଟିକା ଦିଆଯାଇଥାଏ।
Published by:Lipina Das
First published: