News 18 Odia Digital
Chandrakanta benefits; ଜ୍ୟୋତିଷ ଶାସ୍ତ୍ରରେ ରତ୍ନର ବିଶେଷ ମହତ୍ତ୍ୱ କୁହାଯାଇଛି । ରତ୍ନର ପ୍ରଭାବ ବ୍ୟକ୍ତିର ଜୀବନ ଓ ଭାଗ୍ୟ ଉପରେ ପ୍ରଭାବ ପଡିଥାଏ । ରତ୍ନକୁ ସୌରମଣ୍ଡଳରେ ଉପସ୍ଥିତ ଗ୍ରହମାନଙ୍କର ଏକ ଅଂଶ ଭାବରେ ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୮୪ ଟି ଉପରତ୍ନ ଓ ୯ ଟି ପ୍ରମୁଖ ରତ୍ନ ବିଷୟରେ କୁହାଯାଇଛି, ଯାହା ରାଶି ଓ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପିନ୍ଧିବା ଦ୍ଵାରା ଜଣେ ବ୍ୟକ୍ତିର ଭାଗ୍ୟ ବଦଳିଯାଏ ଓ ସମସ୍ୟାରୁ ମୁକ୍ତି ପାଇଥାଏ । ମୁନ ଷ୍ଟୋନ ବା ଚନ୍ଦ୍ରକାନ୍ତା ରତ୍ନ ବିଷୟରେ ଯଦି କହିବା, ଏହା ଗୌଦନ୍ତୀ ରତ୍ନ ନାମରେ ମଧ୍ୟ ଜଣାଶୁଣା ।
ଏହି ରତ୍ନ କେବଳ ଧଳା ମୋତିର ହିଁ ଉପରତ୍ନ ଅଟେ । ଉପରତ୍ନ ହେବା ପରେ ମଧ୍ୟ ଏହା ବହୁତ ପ୍ରଭାବଶାଳୀ । ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଚନ୍ଦ୍ରମା ଗ୍ରହର ରତ୍ନ ବୋଲି ବର୍ଣ୍ଣନା କରାଯାଇଛି । ଆଚାର୍ଯ୍ୟ ଗୁରୁମିତ ସିଂଙ୍କ ଠାରୁ ଚନ୍ଦ୍ରକାନ୍ତା ରତ୍ନର ଉପକାରିତା ।
ଚନ୍ଦ୍ରକାନ୍ତା ରତ୍ନର ଲାଭ- ଚନ୍ଦ୍ରକାନ୍ତା ରତ୍ନ ମାନସିକ ଚାପକୁ ହ୍ରାସ କରିଥାଏ । ଯଦି ଘରେ ଝଗଡା ହୁଏ କିମ୍ବା ଯଦି ଟେନସନ ପରିସ୍ଥିତି ଥାଏ, ତେବେ ନିଶ୍ଚିତ ଭାବରେ ଏହି ରତ୍ନ ପିନ୍ଧନ୍ତୁ ।
- ନକାରାତ୍ମକ ଶକ୍ତି ଚନ୍ଦ୍ରକାନ୍ତା ରତ୍ନର ପ୍ରଭାବ ଦ୍ଵାରା ସମାପ୍ତ ହୁଏ ।
- ଏହି ରତ୍ନ ଦ୍ଵାରା କଳାତ୍ମକତା ବୃଦ୍ଧି ପାଇଥାଏ । ତେଣୁ, ସଂଗୀତକାର, କଳାକାର ଓ ଲେଖକ ପରି କଳା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଚନ୍ଦ୍ରକାନ୍ତା ରତ୍ନ ମଧ୍ୟ ଲାଭଦାୟକ ଅଟେ ।
- ଚନ୍ଦ୍ରକାନ୍ତା ରତ୍ନର ପିନ୍ଧିବା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମନ୍ୱୟ ବଢାଇଥାଏ ଓ ସମ୍ପର୍କକୁ ମଜବୁତ କରିଥାଏ ।
- ଏପରି ଲୋକ, ଯେଉଁମାନଙ୍କର ପ୍ରାୟତଃ ଥଣ୍ଡା, କାଶ, ଆଖି ସମସ୍ୟା ଓ ପେଟ ଜନିତ ସମସ୍ୟା ରହିଛି ସେମାନେ ନିଶ୍ଚିତ ଭାବରେ ଏହି ରତ୍ନ ପିନ୍ଧିବା ଉଚିତ୍ ।
ଚନ୍ଦ୍ରକାନ୍ତା ରତ୍ନ କିପରି ପିନ୍ଧିବେଚନ୍ଦ୍ରକାନ୍ତା ରତ୍ନକୁ ଏକ ରୂପା ରିଙ୍ଗରେ ବନାଇ ଯେକୌଣସି ମାସର ଶୁକ୍ଲପକ୍ଷରେ ପଡ଼ୁଥିବା ସୋମବାର ସନ୍ଧ୍ୟାରେ ପିନ୍ଧିବା ଉଚିତ୍ । ଏହାକୁ ଡାହାଣ ହାତର କାଣୀ ଆଙ୍ଗୁଠିରେ ପିନ୍ଧିବା ଲାଭଦାୟକ ଅଟେ । କିନ୍ତୁ ମନେରଖନ୍ତୁ ଯେ ଚନ୍ଦ୍ରକାନ୍ତା ରତ୍ନ ସହିତ ନୀଲମ, ଗୋମେଦ ଓ ଲହସୁନିଆ ରତ୍ନ ପିନ୍ଧନ୍ତୁ ନାହିଁ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।