Garlic: ରସୁଣ ଖାଇବା ଦ୍ୱାରା ଶରୀରକୁ ମିଳେ ଅନେକ ଲାଭ; ମସଲା ନୁହେଁ ଔଷଧ ପରି କରେ କାମ

Garlic Benefits For Health: ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ପୁରୁଷମାନେ ଖାଲି ପେଟରେ ରସୁଣ ଖାଇଲେ ଅନେକ ଉପକାର ପାଇଥାନ୍ତି। ରସୁଣରେ ଥିବା ପ୍ରାକୃତିକ ଆଣ୍ଟି ବାୟୋଟିକ ଅନେକ ସଂକ୍ରମଣ ଠାରୁ ସୁରକ୍ଷା ଦେଇଥାଏ।

ରସୁଣ ଖାଇବା ଦ୍ୱାରା ଶରୀରକୁ ମିଳେ ଅନେକ ଲାଭ

ରସୁଣ ଖାଇବା ଦ୍ୱାରା ଶରୀରକୁ ମିଳେ ଅନେକ ଲାଭ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Garlic Benefits For Health: ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଏକ ଭଲ ମସଲା ଭାବେ ମଧ୍ୟ ବେଶ୍ ଲୋକପ୍ରିୟ। ଅଧିକାଂଶ ଖାଦ୍ୟ ଆଇଟମରେ ରସୁଣର ବ୍ୟବହାର ହୋଇଥାଏ। କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ମଧ୍ୟ ରସୁଣର ବ୍ୟବହାର କରାଯାଇଥାଏ। ଅଧିକାଂଶ ଲୋକ ସବୁ ଜିନିଷରେ ରସୁଣ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି।

ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ପୁରୁଷମାନେ ଖାଲି ପେଟରେ ରସୁଣ ଖାଇଲେ ଅନେକ ଉପକାର ପାଇଥାନ୍ତି। ରସୁଣରେ ଥିବା ପ୍ରାକୃତିକ ଆଣ୍ଟି ବାୟୋଟିକ ଅନେକ ସଂକ୍ରମଣ ଠାରୁ ସୁରକ୍ଷା ଦେଇଥାଏ।

ଏହି ଖବର ବି ପଢ଼ନ୍ତୁ: Migraine Problem: କାହିଁକି ହୁଏ ମାଇଗ୍ରେନ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା

ତେବେ ଆସନ୍ତୁ ଜାଣିବା ରସୁଣ କିପରି ଉପକାରୀ-

୧. ଔଷଧ ଭଳି କାମ କରେ (Acts like medicine)– ରସୁଣ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ସଫା ହୋଇଥାଏ। ଅର୍ଥାତ୍ ପେଟକୁ ପରିଷ୍କାର ରଖିବାରେ ରସୁଣ ଏକ ଔଷଧ ଭଳି କାମ କରିଥାଏ।

୨. ବ୍ୟାକ୍ଟେରିଆ ନଷ୍ଟ କରେ (Destroy Bacteria)– ରସୁଣ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇନଥାଏ। ଏହା ଦ୍ୱାରା ପେଟରେ ଥିବା ବ୍ୟାକଟେରିଆ ନଷ୍ଟ ହୋଇଥାନ୍ତି।

୩. ଥଣ୍ଡାଦିନରେ ଉପକାରୀ (Useful in cold weather)– ଯଦି ଥଣ୍ଡାଦିନରେ ଶିରା ପ୍ରଶିରା ଝିମଝିମ ହୋଇଥାଏ ତେବେ ରସୁଣ ଖାଇବା ଦ୍ବାରା ଏଥିରୁ ଉପଶମ ମିଳିଥାଏ।

୪. ଉଚ୍ଚ ରକ୍ତଚାପ ବେଳେ (During high blood pressure)– ଯଦି ଉଚ୍ଚ ରକ୍ତଚାପ ସମସ୍ୟା ଥାଏ ,ତେବେ ରସୁଣକୁ ଖାଲି ପେଟରେ ଖାଇବା ଲାଭଦାୟକ।

୫. ରକ୍ତ ସଂଚାଳନ ଠିକ୍‌ ହୁଏ (Improves blood circulation)– ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ହୃଦୟ ସହ ଜଡିତ ରୋଗ ହେବାର ଆଶଙ୍କା କମ୍‌ ଥାଏ।

୬. କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରେ (Control cholesterol levels)– ରସୁଣ କୋଲେଷ୍ଟ୍ରଲ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ।

୭. ରୋଗ ପ୍ରତିରୋଧକ ଶକ୍ତି ବଢ଼େ (Increases immunity)– ରସୁଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଫଳରେ ଶରୀରକୁ ରୋଗରୁ ଲଢ଼ିବାକୁ ଶକ୍ତି ମିଳିଥାଏ।

୮. ମୁଖ ଦୁର୍ଗନ୍ଧ ଦୂର କରେ (Removes bad breath)– ରସୁଣରେ ବ୍ୟାକଟେରିଆଲ ତତ୍ୱ ମିଳିଥାଏ। ତେଣୁ ରସୁଣ ଖାଇବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ।

୯. ମାଂସପେଶୀ ଶକ୍ତ କରେ (Strengthens muscles)– ରସୁଣରେ ଭରପୂର ମାତ୍ରାରେ ପ୍ରୋଟିନ ଥାଏ ଯାହା ଦ୍ୱାରା ମାଂସପେଶୀ ଶକ୍ତ ହୋଇଥାଏ।

୧୦. କୋଷ୍ଠକାଷ୍ଠିନ୍ୟ ଦୂର କରେ (Relieves constipation)– ଏଥିରେ ଫାଇବର ଥାଏ, ଯାହା କୋଷ୍ଠକାଷ୍ଠିନ୍ୟ ପରି ସମସ୍ୟାର ସମାଧାନ କରିଥାଏ।
Published by:Lipina Das
First published: