News18 Odia Digital
Food for newly married couple: ନୂଆ ବାହା ହୋଇଛନ୍ତି କି? ଯଦି ହଁ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ, ଯାହାକୁ ଖାଇବା ଦ୍ବାରା ଆପଣ ଫିଟ୍ ଆଣ୍ଡ ଫାଇନ୍ ରହିପାରିବେ। ଆଉ ଯୌନ ସମ୍ପର୍କ ମଧ୍ୟ ହେବ ସୁଖମୟ।
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଲୋକେ ଅନେକ ଉପାୟ ଆପଣାଉଛନ୍ତି। କିନ୍ତୁ ବର୍ତ୍ତମାନ ଦେଶର ଲକ୍ଷ ଲକ୍ଷ ଲୋକ ଘରୋଇ ଉପଚାର ଆପଣାଉଛନ୍ତି। ଆପଣ ବାଦାମର ନାଁ ତ ନିଶ୍ଚିନ୍ତ ଶୁଣିଥିବେ। ପିଲାଠୁ ବୁଢା ସମସ୍ତଙ୍କର ପସନ୍ଦ ବାଦାମ। ତେବେ ଯଦି ଆପଣ ନବବିବାହିତ ତେବେ ଉଭୟ ପତି-ପତ୍ନୀ ନିଜ ଡାଏଟରେ ବାଦାମ ପାଉଡର ସାମିଲ କରିବା ଲାଭଦାୟକ ବିକଳ୍ପ ହୋଇପାରେ।
ଏହା ଖାଇବା ଦ୍ବାରା ଶରୀରରେ ପ୍ରଚୁର ପରିମାଣରେ ରୋଗ ପ୍ରତିଶୋଧକ ଶକ୍ତି ବଢ଼ାଇଥାଏ। ତେବେ କପରି ଖାଇବେ ଜାଣିନିଅନ୍ତୁ- ଏକ କପ୍ ଉଷୁମ କ୍ଷୀର ସହିତ ଦୁଇ ଚାମଚ ବାଦାମ ପାଉଡର, ଅଧା ଚାମଚ ମହୁ, ଅଳ୍ପ ଗୁଜୁରାତି ଗୁଣ୍ଡ ମିଶାଇ ରାତିରେ ସେବନ କରନ୍ତୁ।
ଏହା ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ବଢ଼ାଇଥାଏ। ଏହା ସହ ଯଦି ଆପଣଙ୍କ ଅନିଦ୍ରା ସମସ୍ୟା ରହିଛି ଶୋଇବା ପୂର୍ବରୁ ଏକ ଚାମଚ ବାଦାମ ଖାଇ ଗୋଟେ ଗ୍ଲାସ କ୍ଷୀର ପିଇ ଦିଅନ୍ତୁ। ଆହୁରି ମଧ୍ୟ ଆପଣଙ୍କ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ମିରାଇଷ୍ଟାଇସନ୍, ଏଲେମିସିନ୍, ଇଉଜେନଲ୍, ଏବଂ ସାଫେରୋଲ୍ ଗଣ୍ଠି ଯନ୍ତ୍ରଣା ପାଇଁ ଏହା ସର୍ବୋତ୍ତମ ହେବା ସହିତ ଏହାକୁ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା ହଜମକାରୀ ଏନଜାଇମର ସ୍ରୋତକୁ ବଢ଼ାଇଥାଏ।
ବାଦାମରେ ଫାଇବର ଥିବାରୁ ଏହା ଫିଟ୍ ରଖିବାରେ ସାହାଯ୍ୟ କରିଥାଏ। ଏହା ଖାଇବା ଦ୍ୱାରା ଲୋକମାନଙ୍କର ଯୌନଶକ୍ତି ମଧ୍ୟ ଠିକ ରହିଥାଏ। ବିଶେଷ କରି ନୂଆ ବାହା ହୋଇଥିବା ଲୋକ ବାଦାନ ନିହାତି ଖାଇବା ଦରକାର। ବାଦାମର ଅନେକ ହିତକାରୀ ଗୁଣ ମଧ୍ୟରୁ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେବା ସହ ଏଥରେ ଆଣ୍ଟି-ଇନ୍ଫଲମେଟୋରୀ କମ୍ପାଉଣ୍ଡରେ ଭରପୂର ଥିବାରୁ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିଥାଏ। ମଧୁମେୟ ଓ ଆର୍ଥ୍ରାଇଟିସ୍ ଦୂର ମଧ୍ୟ କରିଥାଏ।
ଦିନକୁ ଗୋଟେ ଅଣ୍ଡା ଖାଇଲେ ମିଳିଥାଏ ଏହି ଉପକାରସୁସ୍ଥ ଜୀବନଶୈଳୀ ଅତିବାହିତ ନିମନ୍ତେ ନିଜ ଖାଦ୍ୟପାନୀୟ ପ୍ରତି ସତର୍କ ରହିବା ଉଚିତ୍। ଖାଦ୍ୟ ବିଶେଷଜ୍ଞ ନିୟମିତ ଭାବେ ପରାମର୍ଶ ଦେଇଥାନ୍ତି ପ୍ରୋଟିନ ଭରପୁର ଅଣ୍ଡା ସମସ୍ତେ ଖାଇବା ସ୍ୱାସ୍ଥ୍ୟ ନିମନ୍ତେ ହିତକାରୀ। କେତେ ଜଣଙ୍କ ଧାରଣା ଯେ ଅଣ୍ଡା ଖାଇଲେ ହୃଦରୋଗ ହେବାର ଆଶଙ୍କା ବଢ଼େ। କୋଲେଷ୍ଟରଲ ସ୍ତର ମଧ୍ୟ ବୃଦ୍ଧି ପାଏ। କାନାଡାର ଏକ ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବା ପରେ ପ୍ରକାଶ କରିଛନ୍ତି ଅଧିକ ପରିମାଣରେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଦ। ହେଲେ ପ୍ରତିଦିନ ସକାଳ ଜଳଖିଆରେ ଗୋଟିଏ ଅଣ୍ଡା ଖାଇଲେ ତାହା ଶରୀରକୁ ଶକ୍ତି ଯୋଗାଇବା ସହ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଗୋଟିଏରୁ ଅଧିକ ଅଣ୍ଡା ଖାଇଲେ ତାହାର କୁପ୍ରଭାବ ଅବଶ୍ୟ ପଡ଼ିଥାଏ। ପ୍ରତ୍ୟେକ ଖାଦ୍ୟ ଆବଶ୍ୟକ ପରିମାଣରୁ ଅଧିକ ଖାଇଲେ ତାହାର କୁପ୍ରଭାବ ପଡ଼ିନଥାଏ ବୋଲି ସମସ୍ତେ ଅବଗତ।
ଗୋଟିଏ ଅଣ୍ଡାରେ ୬ ଗ୍ରାମ ପ୍ରୋଟିନ, ୫ ଗ୍ରାମ ହେଲ୍ଥି ଫ୍ୟାଟ୍ ଥାଏ। ୫ ହଜାର ଲୋକଙ୍କୁ ସାମିଲ କରି କାନାଡ଼ାର ଗବେଷକ ଦଳ କରିଥିବା ଗବେଷଣାରେ ଜଣାପଡ଼ିଥିଲା ଯେ ୭୦% ଲୋକ ନିୟମିତ ଗୋଟଏ ଲେଖାଏଁ ଅଣ୍ଡା ଖାଇବା ସତ୍ତ୍ୱେ ସେମାନଙ୍କର କୋଲେଷ୍ଟରଲ ସ୍ତର ବଢ଼ିନଥିଲା। ଅପନ୍ୟ ୩୦% ବ୍ୟକ୍ତି ଦୈନିକ ୨-୩ଟି ଅଣ୍ଡା ଖାଇବା କାରଣରୁ ସେମାନଙ୍କର ଶାରୀରିକ ଅସୁବିଧା ଉପୁଜିଥିଲା। ଏବେଠାରୁ ନିଜ ଡାଏଟ ତାଲିକାରେ ଗୋଟିଏ ଅଣ୍ଡା ସାମିଲ କରି ଏକ ସୁସ୍ଥ ଜୀବନ ଶୈଳୀ ଅତିବାହିତ କରନ୍ତୁ। ନବବିବାହିତ ଦମ୍ପତିଙ୍କ ପାଇଁ ମଧ୍ୟ ସମାନ କଥା।
କିସମିସର ଉପକାରିତାଶୁଖିଲା ଅଙ୍ଗୁର ବା କିସମିସ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏଥିରେ ଲୌହସାର, ପଟାସିୟମ ଓ ତନ୍ତୁ ରହିଛି। ଲୌହ ପରିମାଣ ଅଧିକ ଥିବାରୁ ରକ୍ତହୀନତା ଦୋଷ ଦୂର କରେ। ରାତିରେ ଅଳ୍ପ କିସମିସ ଭିଜାଇ, ସକାଳେ ଖାଆନ୍ତୁ। ଚାରି ପାଞ୍ଚଟି କିସମିସ ଖିରରେ ଫୁଟାଇ ଥଣ୍ଡା କରି ପିଅନ୍ତୁ।
କ୍ଷୀର ସହିତ କିସମିସ ଖାଇଲେ ଅଧିକ ସୁଫଳ ମିଳିବ। କିସମିସ ଖାଉଥିବା ଲୋକଙ୍କ କ୍ଷେତ୍ରରେ କର୍କଟ ଆଶଙ୍କା କମ ରହିଥାଏ। ଏହା ହଜମ ଶକ୍ତି ବଢ଼ାଏ। ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ଲୋକଙ୍କ ଲାଗି ମଧ୍ୟ ଏହା ଉପକାରୀ। ଏହା ରକ୍ତଚାପ ନିୟନ୍ତ୍ରଣ କରେ। ଛୋଟ ପିଲା ପ୍ରତିଦିନ ସକାଳୁ ୪ ରୁ ୫ଟି କିସମିସ ଖାଇବା ଉଚିତ୍ । ଏହା ହୃଦରୋଗ ଆଶଙ୍କା ଦୂର କରେ। ଏହା ଶରୀରକୁ ଶକ୍ତି ଯୋଗାଏ। ଭିଟାମିନ ବି ଓ ସି ଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାର୍ଯ୍ୟ କରେ।
ପଢ଼ନ୍ତୁ ଏହି ଖବର: Healthy Drinking: କଖାରୁ ଜୁସ ପିଅନ୍ତୁ ଫିଟ୍ ରୁହନ୍ତୁ; କେବେ ପାଖ ମାଡ଼ିବନି ଏହି ରୋଗଖାଲି ଏତିକି ନୁହେଁ ନୂଆ ବାହା ହୋଇଥିବା ଦମ୍ପତି କିସମିସ୍ ଖାଇବା ଦ୍ବାରା ମଧ୍ୟ ସେମାନଙ୍କ ଯୌନଶକ୍ତି ବଢ଼ିଥାଏ। ଯାହା ଦାମ୍ପତ୍ୟ ଜୀବନ ପାଇଁ ଏକ ଭଲ ବିକଳ୍ପ।
ବିଭୂତି ଭୂଷଣ ଦାସଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।