ତ୍ଵଚା ଓ କେଶର ଯତ୍ନ ପାଇଁ ଏପରି କରନ୍ତୁ ଗୁଡ଼ର ବ୍ୟବହାର; ଲାଭ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ଜାଣନ୍ତି କି କେବଳ ଖାଦ୍ୟ ପାଇଁ ନୁହେଁ ତ୍ୱଚା ଓ କେଶର ଯତ୍ନ ପାଇଁ ମଧ୍ୟ ଗୁଡ଼ର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଆଜ୍ଞା ହଁ, ଗୁଡ଼ ସାହାଯ୍ୟରେ ଆପଣ ତ୍ୱଚା ଓ କେଶରେ କିଛି ମିନିଟରେ ସୋନ୍ଦର୍ଯ୍ୟତା ଆଣି ପାରିବେ ।

ତ୍ଵଚା ଓ କେଶର ଯତ୍ନ ପାଇଁ ଏପରି କରନ୍ତୁ ଗୁଡ଼ର ବ୍ୟବହାର; ଲାଭ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ତ୍ଵଚା ଓ କେଶର ଯତ୍ନ ପାଇଁ ଏପରି କରନ୍ତୁ ଗୁଡ଼ର ବ୍ୟବହାର; ଲାଭ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

Jaggery benefits for skin care: ସାଧାରଣତଃ କିଛି ଲୋକ ସେମାନଙ୍କର ଦୈନନ୍ଦିନ ଡାଇଟରେ ଗୁଡ଼ ଖାଇଥା’ନ୍ତି । ଅନ୍ୟ ପଟେ ଗୁଡ଼ର ସ୍ଵାଦ ମଧ୍ୟ କିଛି ଲୋକ ବେଶ ପସନ୍ଦ କରନ୍ତି । ଯେଉଁଥିପାଇଁ ଲୋକମାନେ ପ୍ରାୟତଃ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପରେ ଗୁଡ଼ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି କେବଳ ଖାଦ୍ୟ ପାଇଁ ନୁହେଁ ତ୍ୱଚା ଓ କେଶର ଯତ୍ନ ପାଇଁ ମଧ୍ୟ ଗୁଡ଼ର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଆଜ୍ଞା ହଁ, ଗୁଡ଼ ସାହାଯ୍ୟରେ ଆପଣ ତ୍ବଚା ଓ କେଶରେ କିଛି ମିନିଟରେ ଆପଣ ସୋନ୍ଦର୍ଯ୍ୟତା ଆଣି ପାରିବେ ।

ଆପଣଙ୍କୁ ଜଣାଇବୁ ଯେ ପୋଷକତତ୍ତ୍ୱରେ ଭରପୂର ଗୁଡ଼, ଆଣ୍ଟି-ଅକ୍ସିଡେଣ୍ଟ ଗୁଣର ଭରପୁର ଉତ୍ସ ବୋଲି ବିବେଚନା କରାଯାଏ । ଯେଉଁଥିପାଇଁ ସ୍ୱାସ୍ଥ୍ୟ, ତ୍ଵଚା ଓ କେଶ ସହିତ ଜଡିତ ଅନେକ ସମସ୍ୟା ଦୂର କରିବାରେ ଗୁଡ଼ର ବ୍ୟବହାର ସହାୟକ ହୋଇଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ତ୍ୱଚ଼ା ଓ କେଶର ଯତ୍ନରେ ଗୁଡ଼ର ବ୍ୟବହାର କହିବାକୁ ଯାଉଛୁ, ଏହି ପ୍ରକ୍ରିୟାରେ ଆପଣ ତ୍ଵଚ଼ା ଓ କେଶର ବିଶେଷ ଯତ୍ନ ନେଇପାରିବ ।

ବ୍ରଣ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଚର୍ମର ଯତ୍ନ ପାଇଁ ଗୁଡ଼ର ଫେସ୍ ପ୍ୟାକ୍ ଲଗାନ୍ତୁ, ଏହା ଦ୍ଵାରା ଆପଣ ମୂଳରୁ ତ୍ଵଚାରେ ହୋଇଥିବା ବ୍ରଣକୁ ଦୂର କରିପାରିବେ । ଏଥିପାଇଁ ଗୁଡ଼କୁ ଗ୍ରାଇଣ୍ଡିଙ୍ଗ କରି ପାଉଡର ତିଆରି କରନ୍ତୁ । ବର୍ତ୍ତମାନ ଏହି ପାଉଡରରେ ଲେମ୍ବୁ ରସ ଓ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ଫେସ୍ ପ୍ୟାକକୁ ବ୍ରଣ ଆଉ ଦାଗରେ ଲଗାନ୍ତୁ ଓ ଶୁଖିବା ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଭଲ ଫଳାଫଳ ପାଇଁ ପ୍ରତିଦିନ ଗୁଡ଼ ଫେସ୍ ପ୍ୟାକ୍ ବ୍ୟବହାର କରନ୍ତୁ । ଏଥି ସହିତ, ଆପଣ ଫ୍ରିଜରେ ଗୁଡ଼ ଫେସ୍ ପ୍ୟାକ୍ ମଧ୍ୟ ରଖିପାରିବେ ।

ତ୍ୱଚାରେ ଗୁଡ଼ର ବ୍ୟବହାର

ଚେହେରାରେ ଏକ ପ୍ରାକୃତିକ ଚମକ ଆଣିବା ପାଇଁ ତ୍ଵଚାର ଯତ୍ନରେ ଗୁଡ଼ର ବ୍ୟବହାର ବେଷ୍ଟ ହୋଇଥାଏ । ଏଥିପାଇଁ ୨ ଚାମଚ ଗୁଡ଼ ପାଉଡର , ୧ ଚାମଚ ଲେମ୍ବୁ ରସ ଓ ୨ ଚାମଚ ମହୁ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ପ୍ୟାକକୁ ମୁହଁରେ ଲଗାନ୍ତୁ ଓ ୧୦ ମିନିଟ୍ ପରେ ଧିରେ ଧିରେ ତ୍ବଚାରେ ମସାଜ କରି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

କେଶ ଯତ୍ନରେ ଗୁଡ଼ର ବ୍ୟବହାର

କେଶର ଯତ୍ନରେ ଗୁଡ଼ ବ୍ୟବହାର କେଶକୁ ଶକ୍ତ ଓ ସାଇନିଂ କରିବାରେ ସାହାଯ୍ୟ କରେ । ଗୁଡ଼ ହେୟାର ପ୍ୟାକ୍ ତିଆରି କରିବା ପାଇଁ ୨ ଚାମଚ ଗୁଡ଼ ପାଉଡର ସହ ୨ ଚାମଚ ମୁଲତାନି ମାଟି ଓ ଦହି ମିଶାଇ ପେଷ୍ଟ ବନାନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ତ୍ୱଚାରେ ଲଗାନ୍ତୁ ଓ କେଶକୁ ୨ ମିନିଟ୍ ପର୍ଯ୍ୟନ୍ତ ମାଲିସ୍ କରନ୍ତୁ । କିଛି ସମୟ ପରେ ସାମ୍ପୁରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ । ସପ୍ତାହରେ ଥରେ ଏହାକୁ ଲଗାଇବା ଦ୍ଵାରା ଆପଣଙ୍କ କେଶ ସୁସ୍ଥ ଓ ଚକଚକ୍ କରିବ ।
Published by:Soubhagya Mishra
First published: