ବ୍ରେନ୍ ପାଇଁ କାହିଁକି ଜରୁରୀ ଏକ୍ସରସାଇଜ୍? ମେଣ୍ଟାଲ ହେଲ୍ଥ ପାଇଁ କେମିତି କରେ କାମ...

Exercise For Brain Health: ଆମ ଶରୀରର ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ, ମସ୍ତିଷ୍କ ସବୁବେଳେ ସକ୍ରିୟ ରହିଥାଏ। ଏଥିପାଇଁ ଆମକୁ ସବୁବେଳେ ବ୍ରେନ ଏକ୍ସରସାଇଜ କରିବାର ଆବଶ୍ୟକ ଅଛି।

ବ୍ରେନ୍ ପାଇଁ କାହିଁକି ଜରୁରୀ ଏକ୍ସରସାଇଜ୍? ଜାଣନ୍ତୁ

ବ୍ରେନ୍ ପାଇଁ କାହିଁକି ଜରୁରୀ ଏକ୍ସରସାଇଜ୍? ଜାଣନ୍ତୁ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Exercise For Brain Health: ଶରୀରର ସମସ୍ତ ପ୍ରକ୍ରିୟା ହେବା ପାଇଁ ମସ୍ତିଷ୍କର (Brain) ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣI ବୟସ ବୃଦ୍ଧି ହେବା ସହ ମସ୍ତିଷ୍କର ବ୍ୟାୟାମ (Brain Exercise) ମଧ୍ୟ ଅତ୍ୟନ୍ତ ଜରୁର।

ତଥ୍ୟ ଅନୁସାରେ ଅନେକ ଉପାୟ ରହିଛି ଯାହା ଦ୍ୱାରା ମସ୍ତିଷ୍କର (Brain) ବିକାଶ ହେବା ସହ ସୁସ୍ଥ ମଧ୍ୟ ରହିଥାଏ। ଯେଉଁ ଉପାୟ ଗୁଡିକ କରି ଆପଣ ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖି ପାରିବେI

ବୟସ ବଢ଼ିବା ଏବଂ ମାନସିକ ସ୍ତରରେ ଶାରୀରିକ ଗତିଶୀଳତା ହ୍ରାସ ହେବା ସହ ଶରୀରରେ ଏହାର ପ୍ରଭାବ ପଡ଼ିଥାଏ, ଯେଉଁ କାରଣରୁ ଏଲଜାଇମର ଭଳି ରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ଯଦି ଆପଣ ଯୋଗ ଵା ବ୍ୟାୟାମ କରୁଛନ୍ତି ତେବେ ଏହା ଆପଣଙ୍କ ମସ୍ତିଷ୍କକୁ ଶାନ୍ତ ରଖିବା ସହ ଏକାଗ୍ରତା ବଢ଼ାଇରେ ମଧ୍ୟ ସାହାଯ୍ୟ କରିଥାଏI

ବ୍ରେନର ଏକ୍ସରସାଇଜ କରିବା କାହିଁକି ଜରୁରୀ?

ଯୋଗ ଏବଂ ବ୍ୟାୟାମ କରିବା ଦ୍ୱାରା ମସ୍ତିଷ୍କକୁ ରକ୍ତର ପ୍ରବାହ ଭଲ ହୋଇଥାଏI ଫଳରେ ଅମ୍ଳଜାନ ସଞ୍ଚାଳନ ଭଲ ହେବା ସହ ସମସ୍ତ ଟିସୁ ମଧ୍ୟ ଭଲ ରହିଥାଏI ଖାଲି ଏତିକି ନୁହେଁ ଏନଜାଇଟି ଦୂର ହେବା ସହ ଚିନ୍ତା କମ୍ ମଧ୍ୟ ହୋଇଥାଏI ତେଣୁ ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କୁ ମସ୍ତିଷ୍କ ସକ୍ରିୟ ରଖିବା ପାଇଁ ଶାରୀରିକ ଏବଂ ମାନସିକ ବ୍ୟାୟାମ କରିବା ଜରୁରୀ।

ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଶରୀରକୁ ସକ୍ରିୟ କରିବା ପାଇଁ ମସ୍ତିଷ୍କରେ ଡୋପାମାଇନ୍, ସେରୋଟୋନିନ୍ ଇତ୍ୟାଦି ଅନେକ ନ୍ୟୁରୋଟ୍ରାନ୍ସମିଟର ନିର୍ଗତ ହୋଇଥାଏI ଯାହା ଚାପ, ଚିନ୍ତା ଦୂର କରିବା ସହ ମନୋବଳକୁ ଭଲ ରଖିବାରେ ସାହାଯ୍ୟ କରିଥାଏI

କେବଳ ଏତିକି ନୁହେଁ ଯଦି ଆପଣ ଦିନକୁ ଅତି କମରେ ୨୦ରୁ ଅଧ ଘଣ୍ଟା ପର୍ଯ୍ୟନ୍ତ ନିଜକୁ ଆକ୍ଟିଭ ରଖନ୍ତି, ତେବେ ଆପଣଙ୍କର ମସ୍ତିଷ୍କ ଖୁବ ଉନ୍ନତ ରହିଥାଏI ଏହା ଛଡ଼ା ନୂଆ କୋଷ ଗଠନ ହେବା ସହ ଏଲଜାଇମର ଭଳି ରୋଗ ମଧ୍ୟ ହୋଇ ନ ଥାଏI

ପଢ଼ନ୍ତୁ ଏହି ଖବର:  ଶରୀର ଯନ୍ତ୍ରଣାରୁ ଆପଣଙ୍କୁ ମୁକ୍ତି ଦେବ ଏହି ୭ଟି ଆୟୁର୍ବେଦ ଜିନିଷ

ମସ୍ତିଷ୍କକୁ କିଭଳି ସକ୍ରିୟ କରିବେ

୧. ସବୁବେଳେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବା ଉଚିତ୍I ଉଦାହରଣ ସ୍ୱରୂପ, ନୂଆ ଭାଷା, ବାଦ୍ୟଯନ୍ତ୍ର, ଗୀତ, ସଙ୍ଗୀତ ଇତ୍ୟାଦି ଶିଖିବା ଉଚିତ୍I

୨. ଯଦି ଆପଣ ଭିଡିଓ ଗେମ୍, ମୋବାଇଲ୍ ଗେମ୍ ଇତ୍ୟାଦି ପାଇଁ ଦିନରେ କିଛି ସମୟ ବାହାର କରନ୍ତି, ତେବେ ଏହା ଦ୍ୱାରା ମସ୍ତିଷ୍କ ସକ୍ରିୟ ହୋଇପାରିବI

୩. ସକାଳେ ଏବଂ ସନ୍ଧ୍ୟାରେ ବ୍ୟାୟାମ କରିବା ସହ ଚଲାବୁଲା କରିବା ଉଚିତ୍।

୪. ଘରର ଛୋଟ ପିଲାଙ୍କ ସହ ମିଶି ହସ ଖୁସିରେ ରହିବା ଦ୍ୱାରା ବ୍ରେନ ସୁସ୍ଥ ରହିଥାଏI
Published by:Lipina Das
First published: